ETV Bharat / city

କୋରୋନାରେ ରାଜ୍ୟର ୨ ଶିଶୁ ମୃତ

ରାଜ୍ୟରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ ଆଜି(ଶୁକ୍ରବାର) ଦୁଇ ଶିଶୁଙ୍କ ଜୀବନ ନେଇଛି କିଲର କୋରୋନା । ଅଧିକ ପଢନ୍ତୁ...

କୋରୋନା କୋପ, ଆଉ ୨ଶିଶୁଙ୍କ ମୃତ୍ୟୁ
କୋରୋନା କୋପ, ଆଉ ୨ଶିଶୁଙ୍କ ମୃତ୍ୟୁ
author img

By

Published : Aug 27, 2021, 3:15 PM IST

ଭୁବନେଶ୍ବର: ରାଜ୍ୟରେ ଜାରି ରହିଛି କୋରୋନା କୋପ । ପାଳି କରି କାୟା ବିସ୍ତାର କରୁଥିବା ମହାମାରୀ ଏବେ ଶିଶୁଙ୍କୁ ଟାର୍ଗେଟ କରିଛି । ରାଜ୍ୟରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହିତ ଆଜି(ଶୁକ୍ରବାର) ଦୁଇ ଶିଶୁଙ୍କ ଜୀବନ ନେଇଛି କିଲର କୋରୋନା ।

ମୃତ ଦୁଇ ଶିଶୁ କଟକ ଓ ମୟୂରଭଞ୍ଜର ହୋଇଥିବା ଜଣାପଡିଛି । କଟକରୁ ଜଣେ ୧୨ ଦିନର ଶିଶୁ କନ୍ୟାର ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜରୁ ଜଣେ ୫ ମାସର ଶିଶୁ କନ୍ୟାର ଜୀବନ ଯାଇଛି । ଉଭୟ ଶିଶୁ କୋଭିଡ୍ ସହ ଅନ୍ୟ ରୋଗରେ ଆକ୍ରାନ୍ତ ଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ସୂଚନା ମିଳିଛି ।

ଗୋଟେ ପଟେ ତୃତୀୟ ଲହରରେ ଶିଶୁ ଅଧିକ ଆକ୍ରାନ୍ତ ହେବା ନେଇ ସୂଚନା ସହିତ ଶିଶୁ ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ଆତଙ୍କିତ କରିଛି । ପ୍ରଥମ ଲହରରେ ୧୩ଜଣ ଶିଶୁଙ୍କ ଜୀବନ ଯାଇଥିବାବେଳେ ଦ୍ବିତୀୟ ଲହରରେ ଅଗଷ୍ଟ ୧୪ ସୁଦ୍ଧା ୨୩ ଜଣ ଶିଶୁଙ୍କ ଜୀବନ ନେଲାଣି ମହାମାରୀ । ରାଜ୍ୟରେ ଏବେ ସୁଦ୍ଧା ସମୁଦାୟ ୩୮ଜଣ ଶିଶୁଙ୍କ ଜୀବନ ନେଲାଣି ମହାମାରୀ ।

ପ୍ରକାଶ ଥାଉକି, ଆଜି ରାଜ୍ୟରେ ୬୯ ଜଣଙ୍କ ଜୀବନ ନେଇଛି ମହାମାରୀ । ୮୧୬ ସଂକ୍ରମିତଙ୍କ ମଧ୍ୟରେ ୧୦୬ଜଣ ଶିଶୁ ରହିଛନ୍ତି । ଆଜିର ମୃତକଙ୍କ ମଧ୍ୟରେ କଟକରୁ ସର୍ବାଧିକ 38ଜଣଙ୍କ ଜୀବନ ଯାଇଛି । ରାଜ୍ୟରେ ମୋଟ ୭୬୯୭ଜଣ ଆକ୍ରାନ୍ତ ଆଖି ବୁଜି ସାରିଲେଣି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.