ଯାଜପୁର: ନଦୀରେ ବୁଡି 2 ଯୁବକ ମୃତ । ଯାଜପୁର ଜିଲ୍ଲା ବରୀ ବ୍ଳକ ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟରେ ଅଘଟଣ । ଗାଧୋଉଥିବାବେଳେ ନଦୀରେ ବୁଡି ଦୁଇ ଯୁବକ ମୃତ ।
ସୂଚନା ଅନୁଯାୟୀ, ରବିବାର ବ୍ରାହ୍ମଣୀ ନଦୀର ଶଙ୍କରାକୁଳ ଘାଟକୁ 3 ଜଣ ଯୁବକ ଗାଧୋଇବା ପାଇଁ ଯାଇଥିଲେ । ଗୋଡ ଖସିଯିବାରୁ ସେମାନେ ବୁଡି ଯାଇଥିଲେ । ଖବର ପାଇ ଗ୍ରାମବାସୀ ପ୍ରଥମେ ଖୋଜିଖୋଜି କରିବା ସହିତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଖୋଜା ଖୋଜି କରିବା ପରେ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବାବେଳେ ଅନ୍ୟ ଦୁଇ ଜଣଙ୍କର ମୃତଦେହକୁ ଉଦ୍ଧାର କରିଥିଲେ ।
ମୃତକ ଦୁଇ ଜଣ ଯୁବକ ହେଲେ ବାଲିଆ ଗ୍ରାମର କାଳନ୍ଦୀ ପଣ୍ଡାଙ୍କ ପୁଅ ଜିତେନ୍ଦ୍ର ଏବଂ ଶରତ ମିଶ୍ରଙ୍କ ପୁଅ ସୁନିଲ । ଏପଟେ ସେମାନଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ଯାଜପୁର ମୁଖ୍ୟ ଡାକ୍ତରଖାନା ପଠାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ