ETV Bharat / city

ମହିଳା ସଶକ୍ତିକରଣ ପ୍ରସଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ - ବିଜେପି-ବିଜେଡି

ମହିଳା ସଶକ୍ତିକରଣ ପ୍ରସଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଅଧିକ ପଢନ୍ତୁ...

ଟ୍ବିଟରରେ ମୁହାଁମୁହିଁ ବିଜେପି-ବିଜେଡି
ଟ୍ବିଟରରେ ମୁହାଁମୁହିଁ ବିଜେପି-ବିଜେଡିv
author img

By

Published : Dec 28, 2020, 11:20 AM IST

Updated : Dec 28, 2020, 4:17 PM IST

ଭୁବନେଶ୍ବର: ମହିଳା ସଶକ୍ତିକରଣ ପ୍ରସଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ ହୋଇଛନ୍ତି । ଏହାକୁ ନେଇ ବିଜେଡି ଓ ବିଜେପି ମଧ୍ୟରେ ଦେଖିବାକୁ ମିଳିଛି ଟୁଇଟର ୱାର। ପ୍ରଧାନମନ୍ତ୍ରୀ ମହିଳା ସଶକ୍ତିକରଣକୁ ଗୁରୁତ୍ବ ଦେଉଥିବା ବେଳେ ରାଜ୍ୟ ସରକାରଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ନେଇ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଯାହାର ଜବାବ ବିଜେଡି ରଖିଥିବାବେଳେ ଏବେ ପୁଣି ଏହାର ପାଲଟା ଜବାବ ଦେଇଛି ବିଜେପି ।

ମହିଳା ସଶକ୍ତିକରଣ ପ୍ରସଙ୍ଗରେ ବିଜେଡି-ବିଜେପି ମୁହାଁମୁହିଁ

ନିକଟରେ ଡିସେମ୍ବର 26 ରେ ବିଜେଡି ତାର 24 ତମ ପ୍ରତିଷ୍ଠା ଦିବସ ପାଳିଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ 33 ପ୍ରତିଶତ ମହିଳା ସଂରକ୍ଷଣ ଉପରେ ଗୁରୁତ୍ବ ଦିଆଯିବ ବୋଲି ବିଜେଡି ସୁପ୍ରିମୋ କହିଥିଲେ । ଯାହାକୁ କଟାକ୍ଷ କରିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ।

ବିରୋଧି ଦଳ ନେତା ପ୍ରଦିପ୍ତ ନାୟକ ଟ୍ବିଟ
ବିରୋଧି ଦଳ ନେତା ପ୍ରଦିପ୍ତ ନାୟକ ଟ୍ବିଟ
twitter-war
ପ୍ରଣବ ପ୍ରକାଶଙ୍କ ଟ୍ବିଟ

ଏହାର ଉତ୍ତର ଦେଇ ବିଜେଡି ଦଳର ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ ଟ୍ବିଟ କରିଥିଲେ ଯେ, ନବୀନ ବାବୁ ମହିଳାମାନଙ୍କୁ ସଂସଦରେ ବସି ଦେଶର ଭାଗ୍ୟ ନିର୍ଦ୍ଧାରଣ କରିବାକୁ ସୁଯୋଗ ଦିଅନ୍ତି ।’ ଆଉ ସେହି ମହିଳାମାନେ ମଧ୍ୟ ଘରେ ସମସ୍ତ ଦାୟୀତ୍ବ ସୁଚାରୁ ରୂପେ ତୁଲାଇପାରନ୍ତି ବୋଲି ସେ ଲେଖିଥିଲେ।

ବିଜେପି ନେତ୍ରୀ ଲେଖାଶ୍ରୀ  ସାମନ୍ତ ସିଂହାର ଟ୍ବିଟ

ଯାହାର ଜବାବ ଦେବାକୁ ଯାଇ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ରାଜ୍ୟରେ ମହିଳାମାନେ ଅସୁରକ୍ଷିତ ବୋଲି କହିଛନ୍ତି । ଏହାସହ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ମଧ୍ୟ ପ୍ରଣବଙ୍କୁ କାଉଣ୍ଟର କରି ଯାଜପୁରର ପିଇଓ ସ୍ମିତାରାଣୀ ହତ୍ୟା କଥାକୁ ଦୋହରାଇଥିଲେ ।

ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ଜ୍ଞାନଦର୍ଶୀ ସାହୁଙ୍କ ରିପୋର୍ଟ, ଇଟିଭି ଭାରତ

Last Updated : Dec 28, 2020, 4:17 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.