ଭୁବନେଶ୍ବର: ବିଜେଡି ନେତୃତ୍ୱାଧୀନ ନବୀନ ସରକାର ଆଜି(ରବିବାର) ପାଳୁଛନ୍ତି ପଞ୍ଚମ ପାଳିର ତୃତୀୟ ବର୍ଷ । 5-T ‘ମୋ ସରକାର’ ମାଧ୍ୟମରେ ସରକାରଙ୍କ ଲୋକାଭିମୁଖୀ ଯୋଜନା ଲୋକଙ୍କ ନିକଟରେ ପହଞ୍ଚୁଛି । ଏନେଇ ଆଜି ଟ୍ୱିଟରରେ ଟ୍ରେଣ୍ଡ କରୁଛି #odisha3yearsof5t । ସରକାରୀ ଅଫିସରେ ସେବା ସମ୍ବନ୍ଧୀୟ ତଥ୍ୟ ହାସଲ ପାଇଁ ଖୋଲିଛି ମୋ ସରକାର ଫିଡ୍ ବ୍ୟାକ୍ ସେଲ୍ ।
ବିଜେଡିର ପଞ୍ଚମ ପାଳିର ତୃତୀୟ ବର୍ଷ, ଟ୍ୱିଟରରେ ଟ୍ରେଣ୍ଡ କରୁଛି #odisha3yearsof5t ଏହା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଅପରେଟ ହେଉଛି । ଦୁର୍ନୀତି ବିରୋଧରେ ଜିରୋ ଟଲେରାନ୍ସ ନୀତି ଆପଣା ଯାଇଛି । ଦୁର୍ନୀତିଗ୍ରସ୍ତ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଫଳରେ ଲୋକଙ୍କ ପାଖରେ ଯୋଜନାର ଲାଭ ପହଞ୍ଚିବାରେ ଲାଗିଛି । ଏନେଇ ଆଜି ଦିନ ତମାମ ଟ୍ୱିଟରରେ ଟ୍ରେଣ୍ଡ କରୁଛି odisha3yearsof5t ।
ବିଜେଡିର ପଞ୍ଚମ ପାଳିର ତୃତୀୟ ବର୍ଷ, ଟ୍ୱିଟରରେ ଟ୍ରେଣ୍ଡ କରୁଛି #odisha3yearsof5t ସମସ୍ତ ବିଭାଗରେ 5-T ବ୍ୟବସ୍ଥା ଲାଗୁ କରି ଜନସାଧାରଣଙ୍କ ପାଇଁ ଏକ ଲୋକାଭିମୁଖୀ ଏବଂ ଉତ୍ତରଦାୟୀ ପ୍ରଶାସନ ଉପଲବ୍ଧ କରାଇଛନ୍ତି ସରକାର । 5-T ଗଭର୍ଣ୍ଣାସ ମଡେଲର ଅଭିନବ ବ୍ୟବସ୍ଥା ଭାବେ ‘ମୋ ସରକାର’ ଭଳି ବ୍ୟବସ୍ଥା ଆଣି ପ୍ରଶାସନକୁ ସାଧାରଣ ଜନତାଙ୍କର ନିକଟତର କରିଛନ୍ତି ରାଜ୍ୟ ସରକାର । ଫଳରେ ଏହି ବ୍ୟବସ୍ଥାର ପୁର୍ତ୍ତି ଅବସରରେ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି ଟ୍ୱିଟର ୟୁଜର୍ସ ।ଏହା ସହ ଆଜି ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା 5-T ସଚିବ ଭି.କେ ପାଣ୍ଡିଆନଙ୍କ ଜନ୍ମଦିନ । ମୁଖ୍ୟମନ୍ତ୍ରୀଙ୍କ 5-T ବ୍ୟବସ୍ଥାର ସାରଥୀ ସାଜିଛନ୍ତି ଭି.କେ ପାଣ୍ଡିଆନ । ତାଙ୍କ ଜନ୍ମଦିନକୁ ନେଇ ମଧ୍ୟ ସୋସିଆଲ ସାଇଟ ଟ୍ୱିଟରରେ ମଧ୍ୟ ଉତ୍ସାହ ଦେଖିବାକୁ ମିଳିଛି । #happybirthdaykpsir ଟ୍ରେଣ୍ଡ କରୁଛି ।
ଇଟିଭି ଭାରତ, ଭୁବନେଶ୍ବର