ETV Bharat / city

ଟ୍ରାଫିକ ପୋଲିସର ସଚେତନତା କାର୍ଯ୍ୟକ୍ରମ; ଶିଶୁଙ୍କୁ ବାଣ୍ଟିଲେ ହେଲମେଟ - ଦ୍ବେତ ନଗରର

ରାଜଧାନୀରେ ଟ୍ରାଫିକ ପୋଲିସର ନିଆର ସଚେତନା କାର୍ଯ୍ୟକ୍ରମ । ଟ୍ରାଫିକ ନିୟମ ମାନିବାକୁ ଲୋକଙ୍କୁ ପରାମର୍ଶ ।

ଫଟୋ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର
author img

By

Published : Sep 20, 2019, 7:52 AM IST

ଭୁବନେଶ୍ବର: ନୂଆ ମଟର ଯାନ ଆଇନ ଲାଗୁ ହେବା ପରେ ଏବେ ଟ୍ବିନ ସିଟିରେ ଟ୍ରାଫିକ ବ୍ୟବସ୍ଥା ସଜାଡିବା ସହ ନୂଆ ଆଇନ ଲାଗୁ କରିବାକୁ କମିଶନରେଟ ପୋଲିସ ଜୋରଦାର ଉଦ୍ୟମ କରୁଛି । ଯଦିଓ 3ମାସ ପର୍ଯ୍ୟନ୍ତ ନିୟମକୁ କୋହଳ କରାଯାଇଛି ତଥାପି ଫାଇନ ଉପରେ ଧ୍ୟାନ ନଦେଇ ପୋଲିସ ଲୋକଙ୍କୁ ସଚେତନତା କରୁଛି।

କେତେବେଳେ ଲୋକଙ୍କୁ ଚୋକଲେଟ ଦେଇ ତ କେବେ ପଥପ୍ରାନ୍ତ ନାଟକ ମାଧ୍ୟମରେ। ଦ୍ବେତ ନଗରର ବିଭିନ୍ନ ସ୍ଥାନ ଏବେ ଟ୍ରାଫିକ ସଚେତନତା ରଥ ବୁଲୁଛି। ଯେଉଁଥିରେ ନୂଆ ମଟର ଯାନ ଆଇନର ବିଭିନ୍ନ ନିୟମକୁ ସ୍ଲୋଗାନ ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଉଛି । ଖାଲି ଏତିକିରେ ପୋଲିସ ଅଟକି ନଯାଇ ବିନା ହେଲମେଟରେ ଯାଉଥିବା ଲୋକଙ୍କୁ ଧରି ଫାଇନ କାଟିବା ସହ ହେଲମେଟ ପ୍ରଦାନ କରୁଛି।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ଗୁରୁବାର ଶିଶୁ ଭବନ ଛକରେ ସୁଜୁକି ସୁପର ସେଲସ ମୋଟର ଓ କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ଏକ ସଚେତନତା କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମରେ ନାଟକ ମାଧ୍ୟମରେ ଲୋକଙ୍କୁ ଟ୍ରାଫିକ ନିୟମ ବୁଝାଇବା ସହ 14 ବର୍ଷରୁ କମ ଶିଶୁଙ୍କୁ ମଧ୍ୟ ହେଲମେଟ ପିନ୍ଧାଇ ପାଇଁ ଅଭିଭାବକଙ୍କୁ ଅନୁରୋଧ କରାଯାଇଥିଲା ଏବଂ ଛୋଟ ଶିଶୁଙ୍କୁ ହେଲମେଟ ମଧ୍ୟ ମାଗଣାରେ ବଣ୍ଟନ କରିଥିଲେ ଟ୍ରାଫିକ ଡିସିପି ସାଗରିକା ନାଥ। ଯାହାକୁ ନେଇ ଲୋକେ ପ୍ରଶଂସା କରିଛନ୍ତି । ଟ୍ରାଫିକ ଡିସିପି କହିଛନ୍ତି ଧୀରେ ଧୀରେ ଲୋକେ ସଚେତନ ହେଉଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଦୁଇ ଚକିଆ ଯାନରେ ଯାଉଥିବା ଛୋଟ ପିଲାଙ୍କ ଟ୍ରାଫିକ ଡିସିପି ଓ ସିପି ବାଣ୍ଟିଲେ ହେଲମେଟ।ବିନା ହେଲମେଟ ରେ ଯାଉଥିବା ଚାଳକଙ୍କୁ ଧରି ଫାଇନ କାଟିବା ସହିତ ମାଗଣାରେ ହେଲମେଟ ଦେଇ ଟ୍ରାଫିକ ସଚେତନତା କଲା କମିଶନରେଟ ପୁଲିସ।

Body:ସ୍ଥାନୀୟ ଶିଶୁଭବନ ଛକଠାରେ ସୁଜୁକି ସୁପର ସେଲସ ମୋଟର ଓ କମିଶନରେଟ ପୋଲିସ ପକ୍ଷରୁ ଆୟୋଜିତ ହୋଇଥିଲା ଏହି ସଚେତନତା କାର୍ଯ୍ୟକ୍ରମ।ଯେଉଁଠି ପଥପ୍ରାନ୍ତ ନାଟକ ମାଧ୍ୟମରେ ଲୋକମାନଙ୍କୁ ଅସମୟରେ ଦୁର୍ଘଟଣା ଜନିତ ମୂର୍ତ୍ୟୁ ମୁଖରୁ ରକ୍ଷା ପାଇବା ପାଇଁ ହେଲେମେଟ ପିନ୍ଧିବା ସହିତ ଟ୍ରାଫିକ ନିୟମ ମାନିବା ଓ ନୂଆ ମୋଟର ଯାନ ଆଇନ କୁ ମାନିବା ଲାଗି ସଚେତନ କରାଯାଇଥିଲା।ପରେ ଟ୍ରାଫିକ ଡିସିପିଙ୍କ ନେତୃତ୍ୱରେ ବିନା ହେଲମେଟ ରେ ଯାଉଥିବା ଦୁଇ ଚକିଆ ଚାଳକଙ୍କୁ ଧରାଯାଇ ସେମାନଙ୍କ ଠାରୁ 500ଟଙ୍କା ଲେଖାଏଁ ଫାଇନ ଆଦାୟ କରାଯିବା ସହିତ ସେମାନଙ୍କୁ ଗୋଟିଏ ଲେଖାଏଁ ହେଲମେଟ ପ୍ରଦାନ କରିଥିଲେ।ଏହା ସହିତ ଲୋକମାନଙ୍କୁ ଦୁଇ ଚକିଆ ଜାନରେ ଯାଉଥିବା ସହାଯାତ୍ରୀମାଙ୍କୁ ଏବେ ଠାରୁ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେଇଥିଲେ।ଆହୁରି ମଧ୍ୟ ଆଜି ଠାରୁ ଦୁଇ ଚାକିଆରେ ଯାଉଥିବା 4-14 ବର୍ଷର ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କୁ ହେଲେମେଟ ପିନ୍ଧିବାକୁ ପରାମର୍ଶ ଦେବା ସହ ଆଜି ସେମାନଙ୍କୁ ମାଗଣାରେ ହେଲମେଟ ପ୍ରଦାନ କରିଥିଲେ।ଯାହାକୁ ଲୋକମାନେ ସ୍ୱାଗତ କରିବା ସହିତ ନିଜ ସୁରକ୍ଷା ସହିତ ନିଜ ପିଲାମାନଙ୍କ ଭବିଷ୍ୟତ ସୁରକ୍ଷା ପାଇଁ ଏହା ବ୍ୟବହାର କରିବା ଉଚିତ ବୋଲି କହିଛନ୍ତି।
ଏହି ଅବସରରେ ଡିସିପି ସାଗରିକା ଲୋକମାନେ ଧୀରେ ଧୀରେ ସଚେତନ ହେଉଥିବା ପ୍ରକାଶ କରିଛନ୍ତି।ଯେଉଁଥିପାଇଁ ଫାଇନ ଆଦାୟ କମିଥିବା ସେ କହିଛନ୍ତି।ତେବେ ଏବେ ଲୋକମାନଙ୍କୁ ସଚେତନତା ଉପରେ ଜୋର ଦିଆଯାଉଥିବା ସେ କହିଛନ୍ତି।
ବାଇଟ-ଟ୍ରାଫିକ ଡିସିପି-ସାଗରିକା ନାଥ
ବାଇଟ-ଦୁଇ ଚକିଆ ଚାଳିକା
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.