ETV Bharat / city

ପ୍ୟାକେଜ ପାଇଁ ପ୍ରଶ୍ନ ବାଣ, ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢେଇ - ସସ୍ମିତ ପାତ୍ର

ସୋସିଆଲ ମିଡିଆରେ ଦୁଇ ଦଳର ନେତାଙ୍କ ଘମାଘୋଟ ଲଢେଇ । ପରସ୍ପରକୁ ଛାଡୁଛନ୍ତି ପ୍ରଶ୍ନବାଣ । ଅଧିକ ପଢନ୍ତୁ...

ପ୍ୟାକେଜ ପାଇଁ ପ୍ରଶ୍ନ ବାଣ, ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢେଇ

author img

By

Published : Apr 14, 2021, 10:35 PM IST

ଭୁବନେଶ୍ବର: ବାଲେଶ୍ବର ପାଇଁ ପ୍ୟାକେଜ ଘୋଷଣାକୁ ନେଇ ସୃଷ୍ଟି ହୋଇଛି ଝଡ । ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ସୋସିଆଲ ମିଡିଆରେ ଦୁଇ ଦଳର ନେତାଙ୍କ ଘମାଘୋଟ ଲଢେଇ । ପରସ୍ପରକୁ ଛାଡୁଛନ୍ତି ପ୍ରଶ୍ନବାଣ ।

ମଙ୍ଗଳବାର ବାଲେଶ୍ବର ଯାଇଥିଲେ ରାଜ୍ୟ ମୁଖ୍ୟଶାସନ ସଚିବ ସୁରେଶ ମହାପାତ୍ର । ଆଉ ଏପଟେ ସଂଧ୍ୟାରେ ମୁଖ୍ୟମନ୍ତ୍ରୀ ବାଲେଶ୍ବର ପାଇଁ ଘୋଷଣା କଲେ ପ୍ୟାକେଜ । ତେବେ ଆଗକୁ ପିପିଲିରେ ବିଧାନସଭା ଉପନିର୍ବାଚନ ଥିବାବେଳେ ବାଲେଶ୍ବର ପାଇଁ କିପରି ରାଜ୍ୟ ସରକାର ପ୍ୟାକେଜ ଘୋଷଣା କଲେ, ଏହାକୁ ନେଇ ପ୍ରଶ୍ନ କରିଥିଲା ବିଜେପି ।

ପ୍ୟାକେଜ ପାଇଁ ପ୍ରଶ୍ନ ବାଣ, ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢେଇ
ପ୍ୟାକେଜ ପାଇଁ ପ୍ରଶ୍ନ ବାଣ, ଦୁଇ ଦଳ ମଧ୍ୟରେ ଘମାଘୋଟ ଲଢେଇ

ବିଜେପିର ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର ଟ୍ବିଟ କରି କହିଥିଲେ, ସୁରେଶ ବାବୁ ଆପଣ ଜଣେ ଜଣାଶୁଣା ବରିଷ୍ଠ ଓଡ଼ିଆ ପ୍ରଶାସନିକ ଅଧିକାରୀ । ଆପଣ ବାଲେଶ୍ବର ଗଲେ । ସାଙ୍ଗରେ ରାଜ୍ୟର କାର୍ଯ୍ୟକାରୀ ମୁଖ୍ୟମନ୍ତ୍ରୀଙ୍କୁ ନେଲେ। ଯେତେବେଳେ ମୁଖ୍ୟମନ୍ତ୍ରୀ ପିପିଲି ନିର୍ବାଚନ ମଣ୍ଡଳୀର ଦାୟିତ୍ବ ନିଜ ମୁଣ୍ଡକୁ ନେବାର ଘୋଷଣା କଲେ, ପୂର୍ବରୁ ଉପନିର୍ବାଚନ ହୋଇଥିବା ବାଲେଶ୍ବର ପାଇଁ ଆପଣ ପ୍ୟାକେଜ ଘୋଷଣା କଲେ ।

ସମ୍ବିତ କହିଛନ୍ତି, ଆମ ଦଳ ବିଜେପି ରାଜ୍ୟ ସଭାପତିଙ୍କ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ ପରେ ଖୋଦ ମୁଖ୍ୟ ଶାସନ ସଚିବଙ୍କ ରାଜନୈତିକ ପୃଷ୍ଠଭୂମିରେ ଭୋଟରଙ୍କୁ ପ୍ରଭାବିତ ଉଦ୍ୟମ ଚିନ୍ତାଜନକ । ମହାପାତ୍ର ବାବୁ ଆପଣଙ୍କ ଠାରୁ ଏପରି ରାଜନୈତିକ ଆଭିମୁଖ୍ୟ ଆଶା କରାନଯାଏ । ଆପଣଙ୍କ ଠାରୁ ରାଜ୍ୟବାସୀ ନିରପେକ୍ଷତା ଅପେକ୍ଷା ରଖିଛନ୍ତି ।

ବିଜେପି ନେତା ଆହୁରି ମଧ୍ୟ କହିଛନ୍ତି, ଆପଣ ସମ୍ବିଧାନ ସହ ବନ୍ଧା ହୋଇଛନ୍ତି ରାଜନୀତି ସହ ନୁହେଁ । ବାଲେଶ୍ବର ଗଲେ କିନ୍ତୁ ବିଜେପୁର, ପାଟକୁରା ଓ ତିର୍ତ୍ତୋଲ ଦାୟିତ୍ବ ମୁଖ୍ୟମନ୍ତ୍ରୀ ନେଇଛନ୍ତି ବୋଲି ଘୋଷଣା କରିଥିଲେ । ସେ ପ୍ରତିଶ୍ରୁତି ମୁଖ୍ୟମନ୍ତ୍ରୀଙ୍କର ମନେ ଅଛି ନା ନାହିଁ ବୋଲି ପ୍ରଶ୍ନ କରିଛନ୍ତି ପାତ୍ର ।

ସେପଟେ ସମ୍ବତଙ୍କ ପ୍ରଶ୍ନକୁ ପ୍ରଶ୍ନବାଣ ଛାଡି ହିଁ ଜବାବ ଦେଇଛନ୍ତି ବିଜେଡି ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର । ସସ୍ମିତ ଟ୍ବିଟ କରି ଲେଖିଛନ୍ତି, ଆପଣ ବାଲେଶ୍ବରର ବିକାଶ ବିରୋଧୀ କାହିଁକି ? ଆପଣ କଣ ବାଲେଶ୍ବର ବିରୋଧୀ ? ଆପଣ ଏ ପ୍ରକାରର ଟ୍ବିଟ କରିବା ପୂର୍ବରୁ ମାନ୍ୟବର ମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପ ଷଡଙ୍ଗୀଙ୍କୁ ପଚାରିଥିଲେ କି ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ ।

ପ୍ରକାଶ ଯେ, ବୁଧବାର କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ବାତିଲ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.