ETV Bharat / city

6 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଟ୍ରକ ମାଲିକ ସଙ୍ଘ

author img

By

Published : Aug 10, 2021, 2:47 PM IST

6 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଟ୍ରକ ମାଲିକ ସଙ୍ଘ । ମହାମାରୀ ସମୟରେ ରୋଡ଼ ଟିକସ ଏବଂ ସମସ୍ତ ପ୍ରକାର ଫାଇନ୍ ଏବଂ ଭିସିଆର ଦୁଇବର୍ଷ ପାଇଁ ଛାଡ଼ ପାଇଁ ଦାବି । ଅଧିକ ପଢନ୍ତୁ...

6 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲା ଟ୍ରକ ମାଲିକ ସଙ୍ଘ

ଭୁବନେଶ୍ବର: 6 ଦଫା ଦାବି ନେଇ ରାଜରାସ୍ତାକୁ ଓହ୍ଲାଇଲେ ଟ୍ରକ ମାଲିକ ସଙ୍ଘ । ଏନେଇ ଆଜି ଭୁବନେଶ୍ବର ସ୍ଥିତ ଲୋୟର ପିଏମଜିରେ ଧାରଣା ଦେଇଛନ୍ତି ଟ୍ରକ ମାଲିକ ସଂଘର ସଦସ୍ୟମାନେ । ମହାମାରୀ ସମୟରେ ରୋଡ଼ ଟିକସ ଏବଂ ସମସ୍ତ ପ୍ରକାର ଫାଇନ୍ ଏବଂ ଭିସିଆର ଦୁଇବର୍ଷ ପାଇଁ ଛାଡ଼ କରାଯାଉ । ସାମ୍ପ୍ରତିକ କୋରୋନା ମହାମାରୀ ସମୟରେ ଓଡ଼ିଶାର ସମସ୍ତ କାର୍ଯ୍ୟ ବନ୍ଦ ଥିବାବେଳେ ଅଳ୍ପ କିଛି ମାତ୍ରାରେ ଟ୍ରକ ଜରୁରୀକାଳୀନ ମାଲ ପରିବହନରେ ଲାଗିଥିଲା । ଫଳରେ ଲକ୍ଷାଧିକ ଟ୍ରକ ଆଜି ପର୍ଯ୍ୟନ୍ତ ଭଡ଼ା କରିପାରୁନଥିବା ହେତୁ ବ୍ୟାଙ୍କ କିସ୍ତି ପରିଷୋଧ କରିପାରୁ ନାହାଁନ୍ତି । ତେଣୁ ଆମେ ସରକାରଙ୍କୁ ପ୍ରାର୍ଥନାକ କରୁଛି ଯେ , ଦୁଇବର୍ଷ ପାଇଁ ମୋରୋଟୋରିୟମ ଦିଆଯାଉ ଏବଂ ରାସ୍ତାରୁ ବ୍ୟାଙ୍କ ଏବଂ ଫାଇନାନ୍ସ କର୍ମଚାରୀଙ୍କ ଦ୍ଵାରା ଗାଡ଼ି ଭିଡ଼ା ଜୁଲମକୁ ବନ୍ଦ କରାଯାଉ ବୋଲି କହିଛି ଟ୍ରକ ମାଲିକ ସଂଘ।

ସାମ୍ପ୍ରତିକ ପରିସ୍ଥିତିରେ ଖୁବ କମ୍ ଖଣି ଖନନ ହେଉଥିବା ବେଳେ ୭୦ % ଭାଗ ରେଳ ଦ୍ବାରା ପରିବହନ ହେଉଛି । ଯାହାଦ୍ଵାରା ଦୈନିକ ପାଖାପାଖୁ ୧୬ ହଜାର ଗାଡ଼ିର କାମରେ ବ୍ୟାଘାତ ଘଟୁଛି ଓ ଦୈନିକ ୧ କୋଟିରୁ ଉର୍ଦ୍ଧ୍ବ ରାଜସ୍ବ କ୍ଷତି ହେଉଛି । ଆମର ଅନୁରୋଧ ବର୍ତ୍ତମାନ କିଛିଦିନ ପାଇଁ ଟ୍ରେନରେ ମାଲ ପରିବହନ ବନ୍ଦ କରାଯାଉ ଏବଂ ଲକ୍ଷାଧିକ ଟ୍ରକ ମାଲିକଙ୍କୁ ବଞ୍ଚିବାକୁ ଦିଆଯାଉ । ସାମ୍ପ୍ରତିକ ପରିସ୍ଥିତିରେ ଗାଡ଼ିଗୁଡ଼ିକ ଖୁବ କମ୍ ଭଡ଼ାରେ ଗଲୁଥିବାରୁ ନୂତନ ଟୋଲ ବସାନଯାଉ ଏବଂ ଟୋଲ ଚାର୍ଜ କିଛି ରିହାତି ଦିଆଯାଉ । ଗାଡ଼ି ବନ୍ଦ ଥିବାରୁ ଡ୍ରାଇଭର ଏବଂ ହେଲପରଙ୍କୁ ସରକାରଙ୍କ ତରଫରୁ କିଛି ଆର୍ଥିକ ସହାୟତା ଯୋଗାଇ ଦିଆଯାଉ ବୋଲି ଦାବି କରିଛନ୍ତି ଓଡ଼ିଶା ଟ୍ରକ ମାଲିକ ସଂଘ ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.