ନୂଆଦିଲ୍ଲୀ: ଲୋକସଭାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କୁ ଶ୍ରଦ୍ଧାଞ୍ଜଳି । ଆଜି ଲୋକସଭା ଆରମ୍ଭ ହେବା ମାତ୍ରେ ବାଚସ୍ପତି ଓମ ବିର୍ଲା ଶୋକ ପ୍ରସ୍ତାବ ପାଠ କରିଥିଲେ । ବାଚସ୍ପତି ଓମ ବିର୍ଲା ଶୋକ ବାର୍ତ୍ତା ପାଠ କରି କହିଥିଲେ ହେମାନନ୍ଦ ବିଶ୍ବାଳ ହେଉଛନ୍ତି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ । ହେମାନନ୍ଦ ବିଶ୍ବାଳ ପଞ୍ଚଦଶ ଲୋକସଭାକୁ ଓଡିଶାର ସୁନ୍ଦରଗଡ ଲୋକସଭା ଆସନରୁ ନିର୍ବାଚିତ ହୋଇ ଆସିଥିଲେ । ସେ ଶ୍ରମ ସମିତିର ଅଧ୍ୟକ୍ଷ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ ।
ସେହିପରି ବାଚସ୍ପତି ଓମ ବିର୍ଲା କହିଥିଲେ ହେମାନନ୍ଦ ବିଶ୍ବାଳ ଜଣେ ସକ୍ରିୟ ସାମାଜିକ, ରାଜନୈତିକ କାର୍ଯ୍ୟକର୍ତ୍ତା ଥିଲେ । ସେ ଓଡିଶାର ମୁଖ୍ୟମନ୍ତ୍ରୀ ଉପ-ମୁଖ୍ୟମନ୍ତ୍ରୀ ଭାବେ ମଧ୍ୟ କାର୍ଯ୍ୟ କରିଥିଲେ । ଏହାସହ ଓଡିଶା ବିଧାନସଭାକୁ 6 ଥର ନିର୍ବାଚିତ ହୋଇଥିଲେ । ହେମାନନ୍ଦ ବିଶ୍ବାଳଙ୍କ ଦେହାନ୍ତ ଗତ 25 ତାରିଖରେ 82 ବର୍ଷ ବୟସରେ ଭୁବନେଶ୍ବରରେ ହୋଇଥିବା ବାଚସ୍ପଚି ଓମ ବିର୍ଲା କହିଥିଲେ ।
ଏହାବାଦ ତାଲିମନାଡୁ ଓ କର୍ଣ୍ଣାଟକର ଜଣେ ଜଣେ ପୂର୍ବତନ ସାଂସଦଙ୍କ ଦେହାନ୍ତ ମଧ୍ୟ ଗତ ମାସରେ ହୋଇଥିବା ବେଳେ, ଉଭୟ ଦିବଂଗତ ପୂର୍ବ ସାଂସଦଙ୍କୁ ମଧ୍ୟ ଲୋକସଭା ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ