ଭୁବନେଶ୍ବର: ରାଜ୍ୟରେ ପ୍ରାୟ ୬୨ ପ୍ରକାର ଭିନ୍ନ ଭିନ୍ନ ଭାଷାଭାଷୀରେ ଜନଜାତି ଲୋକମାନେ ବସବାସ କରୁଛନ୍ତି । ଆଉ ଆଦିବାସୀଙ୍କ ପୁରାତନ ସଂସ୍କୃତିର ସୁରକ୍ଷାକୁ ସବୁବେଳେ ପ୍ରାଥମିକତା ଦେଇଆସିଛନ୍ତି ରାଜ୍ୟ ସରକାର । ଏନେଇ ଟ୍ବିଟ କରି ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଶ୍ବ ଜନଜାତି ଦିବସରେ ଆମେ ଆଦିବାସୀଙ୍କ ଅନନ୍ୟ ସଂସ୍କୃତି, ଭାଷା, ପରମ୍ପରା ଓ ଆମ ସାଂସ୍କୃତିକ ବିବିଧତାକୁ ନେଇ ଉତ୍ସବ ମନାଉଛୁ ।
-
#Odisha is home to 62 distinct tribes and welfare of these people, preservation of their indigenous culture have always been our priority. On #IndigenousPeoplesDay, we celebrate their unique culture, language, traditions and their contribution to our rich cultural diversity. pic.twitter.com/t5eJuLRAeT
— Naveen Patnaik (@Naveen_Odisha) August 9, 2021 " class="align-text-top noRightClick twitterSection" data="
">#Odisha is home to 62 distinct tribes and welfare of these people, preservation of their indigenous culture have always been our priority. On #IndigenousPeoplesDay, we celebrate their unique culture, language, traditions and their contribution to our rich cultural diversity. pic.twitter.com/t5eJuLRAeT
— Naveen Patnaik (@Naveen_Odisha) August 9, 2021#Odisha is home to 62 distinct tribes and welfare of these people, preservation of their indigenous culture have always been our priority. On #IndigenousPeoplesDay, we celebrate their unique culture, language, traditions and their contribution to our rich cultural diversity. pic.twitter.com/t5eJuLRAeT
— Naveen Patnaik (@Naveen_Odisha) August 9, 2021
ସେ ମଧ୍ୟ କହିଛନ୍ତି କେହି ରହିବେ ନାହିଁ ପଛରେ, ଏହାକୁ ମୂଳ ମନ୍ତ୍ର କରି ସରକାର କାର୍ଯ୍ୟ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଜନଜାତିଙ୍କ ସୁରକ୍ଷା ଓ ବିକାଶ ଦିଗରେ କାର୍ଯ୍ୟ କରିବାକୁ ସରକାର ବିଭିନ୍ନ କାର୍ଯ୍ୟକ୍ରମ ମାନ ହାତକୁ ନେଇଛନ୍ତି । ତେବେ ଆଦିବାସୀ ଓ ପଛୁଆ ବର୍ଗଙ୍କ ବିକାଶ ପାଇଁ ଅନେକ ଯୋଜନା ମଧ୍ୟ କରାଯାଇଛି । ଯାହା ତାଙ୍କୁ ସମାଜରେ ମୁଖ୍ୟ ସ୍ରୋତରେ ସାମିଲ କରିବାରେ ବେଶ ସହାୟକ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ