ଭୁବନେଶ୍ବର: ବ୍ରହ୍ମପୁର ଅଟୋ ଦୁର୍ଘଟଣାରେ ଛାତ୍ର ମୃତ୍ୟୁ ଘଟଣା ପରେ ଏବେ ପଶିଛି ଚେତା । ଛାତ୍ରଛାତ୍ରୀଙ୍କୁ ଅଟୋରେ ନବୋହିବା ପାଇଁ ନିର୍ଦ୍ଦେଶ ଥିବା ସତ୍ତ୍ବେ ଯେଉଁ ସ୍କୁଲ ଗୁଡିକ ଏହି ନିୟମର ଉଲ୍ଲଂଘନ କରୁଛନ୍ତି ସେଗୁଡିକୁ ବ୍ୟାନ୍ କରିବା କଥା । ଯେଉଁ ବିଭାଗ ଏଥିପାଇଁ ସ୍ବୀକୃତି ଦେଉଛନ୍ତି, ସେମାନଙ୍କ ସହ ଆଲୋଚନା କରାଯିବ।
ବ୍ରହ୍ମପୁର ଅଟୋ ଦୁର୍ଘଟଣାର ତଦନ୍ତ ହେବ। ରାଜ୍ୟରେ ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦୁର୍ଘଟଣା କମିଛି। ଦୁର୍ଘଟଣାର ମାତ୍ରା ପଚାଶ ପ୍ରତିଶତ କମାଇବାକୁ ଲକ୍ଷ୍ୟ ଅଛି ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ପଦ୍ମନାଭ ବେହେରା ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ