ଭୁବନେଶ୍ବର: ଅଧିକାଶ ଭାରିଯାନ ଚାଳକଙ୍କ ରହିଛି କମ ଅଭିଜ୍ଞତା । ଏପରିକି ଅନେକ ହେଲପରରୁ କିଛିଦିନ ପରେ ହୋଇଯାଇଥା’ନ୍ତି ଭାରିଯାନ ଚାଳକ । ଯାହାକୁ ନେଇ ଅନେକ ସମୟରେ ଯେପରି ଗାଡି ଚଳାଇବା କଥା ସେପରି ହୋଇନଥାଏ । କମ ଅଭିଜ୍ଞତା ଯୋଗୁଁ ଅନେକ ସମୟରେ ଦୁର୍ଘଟଣାର ଶିକାର ହୋଇଥାନ୍ତି ଅନେକ ଚାଳକ । ଏଥିପାଇଁ ରାଜ୍ୟ ପରିବହନ ବିଭାଗ ଆରମ୍ଭ କରିଛି ସ୍ବତନ୍ତ୍ର କାର୍ଯକ୍ରମ । ପ୍ରୋଜେକ୍ଟ ବାହାକ, ଯାହା ଜରିଆରେ ଦିଆଯିବ କମ ଅଭିଜ୍ଞତା ଥିବା ଚାଳକଙ୍କୁ ଦକ୍ଷତା ବୃଦ୍ଧି ପାଇଁ ତାଲିମ । ଏଥିପାଇଁ ପ୍ରାଥମିକ ପର୍ଯାୟରେ ୧୦୦୦ ଜଣକୁ ତାଲିମ ଦିଆଯିବ ।
୬୦ ଜଣିଆ ପ୍ରତି ବ୍ୟାଚକୁ ତିନିଦିନ ଯାଏଁ ତାଲିମ ଦିଆଯିବ । ଏଥିରେ ସଡକ ସୁରକ୍ଷା, ଡ୍ରାଇଭିଂ ଟ୍ରେନିଂ, କମ ଇନ୍ଧନରେ କିପରି ଗାଡି ଚଳାଇବେ, ଫାଷ୍ଟ ଏଡ ବ୍ୟବହାର ଆଦି ଦିଗରେ ତାଲିମ ନେବେ । ଏଥିପାଇଁ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଷ୍ଟାଇପେଣ୍ଡ ମିଳିବ । ତେବେ ଏହି ତାଲିମ ଯାଜପୁରର ଛତିଆ ଠାରେ ଥିବା ଡ୍ରାଇଭିଂ ଟ୍ରେନିଂ ସେଣ୍ଟରରେ ଦିଆଯିବ । ଏହି ଅବସରରେ ଦକ୍ଷତା ବିକାଶ ସଚିବ ସୁବ୍ରତ ବାଗଚି ଦେଇଛନ୍ତି ଅଭିଭାଷଣ ।
ସେ କହିଛନ୍ତି, ସଡକ ଦୁର୍ଘଟଣାରେ ପ୍ରାଣ ହାରୁଛନ୍ତି ଦେଢ ଲକ୍ଷ ଲୋକ, ହେଲେ ସୁନାମିରେ ପ୍ରାଣ ହରାଉଛନ୍ତି 10 ହଜାର ଲୋକ । ତେବେ ସଡକ ଦୁର୍ଘଟଣାରେ ପ୍ରାଣ ହାରୁଥିବା ଲୋକଙ୍କ ୧୫ଗୁଣା ଅଧିକ । ତେଣୁ, ସଠିକ ଭାବରେ ଓ ଅଭିଜ୍ଞତାର ସହ ଡ୍ରାଇଭିଂ କଲେ ଏସବୁ ଦୂର ହୋଇପାରିବ । ତେଣୁ, ଆରମ୍ଭ ହୋଇଥିବା ପ୍ରୋଜେକ୍ଟ ବାହାକ ଏନେଇ ସହାୟକ ହେବ ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ