ETV Bharat / city

ଭାରିଯାନ ଉପରେ ପରିବହନ ବିଭାଗ ନଜର, ରାଜଧାନୀରେ ଘନ ଘନ ଚେକିଂ - ପରିବହନ ବିଭାଗ ଯାଞ୍ଜ

ମୋଟର ଭେଇକିଲ ନିୟମ ଆଧାରରେ ଚାଲିଛି ଘନ ଘନ ଯାଞ୍ଚ । ରାଜ୍ୟବାପୀ ହାଇଓ୍ବା ଓ ଡମ୍ଫର ସହ ଟ୍ରକ ଓ ଭାରିଯାନ ଯାଞ୍ଚ ଆମ୍ଭ କରିଛି ରାଜ୍ୟ ପରିବହନ ବିଭାଗ । ଅଧିକ ପଢନ୍ତୁ

transport
transport
author img

By

Published : Apr 11, 2022, 6:49 AM IST

ଭୁବନେଶ୍ବର: ମୋଟର ଭେଇକିଲ ନିୟମ ଆଧାରରେ ଚାଲିଛି ଘନ ଘନ ଯାଞ୍ଚ । ରାଜ୍ୟବାପୀ ହାଇଓ୍ବା ଓ ଡମ୍ଫର ସହ ଟ୍ରକ ଓ ଭାରିଯାନ ଯାଞ୍ଚ ଆମ୍ଭ କରିଛି ରାଜ୍ୟ ପରିବହନ ବିଭାଗ । ପଳାଶୁଣି ଛକରେ ବେପରୁଆ ଗାଡି ଚାଳନା ପାଇଁ ଦୁର୍ଘଟଣା ଘଟିବା ପରେ କଡା କାର୍ଯ୍ୟାନୁଷ୍ଠାନ ନେଉଛି ପରିବହନ ବିଭାଗ ।

ବିଭିନ୍ନ‌ ଆରଟିଓ ଅଧିନରେ ଚାଲିଛି ଚେକିଂ । ବାଲି, ଗୋଡି ଓ ଚିପ୍ସ ସମେତ ମାଲ ବୋଝେଇ କରି ଗାଡି ଚଲାଉଥିବା ଗାଡିର କାଗଜ ପତ୍ର ପରମିଟ ଚେକିଂ ସହ ଡ୍ରାଇଭର ଲାଇସେନ୍ସ ଓ ଆଦି ସମସ୍ତ ନିୟମ ଉପରେ କଡା ନଜର ରଖିଛି । ତେବେ ୧୫୮୫ ଟି ଗାଡି ଚେକିଂ ହୋଇ ଥିବାବେଳେ ୨୧୮ ଟି ଗାଡି ମାଲିକଙ୍କୁ ନିୟମ ଉଲଙ୍ଘନ ନେଇ ଦଣ୍ଡିତ କରାଯାଇଛି । ଏଥିସହ ୯୮ଟି ଗାଡିକୁ ସିଜ କରାଯାଇଛି । ୧୧୦ଟି ଗାଡି ଓଭରଲୋଡିଂ ସହ ଅତ୍ୟଧିକ ବେଗରେ ଯାଉଥିବା ୭୮ ଟି ଗାଡିକୁ ଅଟକାଇଛି ।

୧୩୯ ଡ୍ରାଇଭର ବିନା ଲାଇସେନ୍ସରେ ଗାଡି ଚଳାଉ ଥିବାବେଳେ ୬୪ ଟି ଗାଡିରେ ଟ୍ୟାକ୍ସ ନଦେଇ ଚଳପ୍ରଚଳ କରୁଥିଲେ । ସେହିପରି ୭୦ ଟି ଗାଡିରେ ବିନା ପରମିଟ ଓ ୭୫ ଟି ଗାଡିର ବିନା ଇନସୁରାନ୍ସରେ ଗାଡି ଚଳପ୍ରଚଳ କରୁଥିବା ନଜରକୁ ଆସିଥିଲା । ଏଥିସହ ୨୫୦ଟି ଗାଡିର ଚାଲାଣ କଟି ଥିବାବେଳେ ଅନେକ ସ୍ଥାନରେ ଏନେଇ ଉତ୍ତେଜନାମୂଳକ ପରିସ୍ଥିତି ଉପୁଜିଥିଲା । ଏଥିସହ ରିୟର ଅଣ୍ଡର ରାଇଡ ପ୍ରୋଟେକ୍ସନ ଓ ସାଇଡ ଅଣ୍ଡର ରାଇଡ ପ୍ରୋଟେକ୍ସନ ସହ ବ୍ୟାକ ଲ୍ୟାମ୍ପ ଓ ରାକ ଲ୍ୟାମ୍ପ ସହ ବ୍ରେକ ଲାଇଟ, ପାର୍ଶ୍ବ ସୂଚକାଙ୍କ ଲାଇଟ ନଥିବା ଯୋଗୁଁ ଗାଡିଗୁଡିକ ଫିଟନେସ ସାର୍ଟିଫିକେଟ ରଦ୍ଦ କରାଯାଇଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.