ETV Bharat / city

ଯୌବନର ଝାସ ଦେଖାଇ ଯାତ୍ରୀକୁ ଲୁଟ, କିନ୍ନର ସମେତ ମହିଳା ଗିରଫ

ଅଭିନବ ଉପାୟରେ ଲୁଟ । ଜଣେ କିନ୍ନର, ଯୁବତୀ ବେଶରେ ଆସି ଯାତ୍ରୀଙ୍କଠୁ ଲୁଟିନେଲେ 7 ହଜାର ଟଙ୍କା । ଅଧିକ ପଢନ୍ତୁ...

author img

By

Published : Mar 6, 2020, 3:03 PM IST

aa
ଯୌବନର ଝାସ ଦେଖାଇ ଯାତ୍ରୀକୁ ଲୁଟ, କିନ୍ନର ସମେତ ମହିଳା ଗିରଫ

ଭୁବନେଶ୍ବର: ଯୌବନର ଝାସ ଦେଖାଇ ଯାତ୍ରୀଙ୍କୁ ଲୁଟ । ଭୁବନେଶ୍ବର ଷ୍ଟେସନ ନିକଟରେ ଏମିତି ଢଙ୍ଗରେ ଲୁଟୁଛନ୍ତି କିନ୍ନର । ଯାହାର ଏକ ଅଭିଯୋଗ ଆସିବା ପରେ ଜଣେ କିନ୍ନର ସମେତ ଜଣେ ମହିଳାଙ୍କୁ ଗିରଫ କରିଛି କମିସନରେଟ ପୋଲିସ ।

ଗିରଫ କିନ୍ନର ଜଣକ ହେଉଛନ୍ତି ନିମାପଡା ପୁରୀର ବର୍ଷା ପ୍ରିୟଦର୍ଶିନୀ ବିଶ୍ବାଳ । ସେହିପରି କିନ୍ନର ସମେତ ଏହି ଲିଙ୍କରେ ଆଉ ଜଣେ ମହିଳା କଣ୍ଢେଇ ସାହୁକୁ ଗିରଫ କରି ଧାରା ୩୯୨ ଓ ୩୪ ରେ କୋର୍ଟ ଚାଲାଣ କରିଛି ଖାରବେଳନଗର ଥାନା ପୋଲିସ ।

ସୂଚନା ମୁତାବକ, ଗତ ୫ ତାରିଖରେ ରାତି ୨ ଟା ୩୦ ମିନିଟ ସମୟରେ ଜଣେ ରେଳ ଯାତ୍ରୀ ନିଜ ଘର ନିଳାଦ୍ରୀ ବିହାର ଯିବାପାଇଁ ଅପେକ୍ଷା କରିଥିଲେ । ହେଲେ ଯୁବତୀ ବେଶରେ ଆସିଥିବା କିନ୍ନର ଜଣକ ଯାତ୍ରୀକୁ ଇସାରା ଦେବା ସହ ଏକୁଟିଆ ସ୍ଥାନକୁ ନେଇଗଲେ । ପରେ ତାଙ୍କଠାରୁ ୭୦୦୦ ହଜାର ଟଙ୍କା ଛଡାଇ ନେଇଥିଲେ । ତେବେ ଏନେଇ କଣ୍ଟ୍ରୋଲ ରୁମକୁ ଜଣାଇବା ପରେ ପିସିଆର ପହଞ୍ଚି ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରିଥିଲା । ପରେ ସେହି କିନ୍ନରକୁ ଧରିବା ପରେ ଗିରଫ କରିଥିଲା ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.