ETV Bharat / city

କୋରୋନା ଦୂର ପାଇଁ କଟକଣାରେ ସାବିତ୍ରୀ ବ୍ରତ ପାଳିଲେ କିନ୍ନର

author img

By

Published : Jun 10, 2021, 4:05 PM IST

ସବୁବର୍ଷ ପରି ଚଳିତ ବର୍ଷ ସମାଜର କଲ୍ୟାଣ ପାଇଁ ଭୁବନେଶ୍ୱର କିନ୍ନର ସମୁଦାୟ ପାଳିଲେ ସାବିତ୍ରୀ ବ୍ରତ । ପୃଥିବୀପୃଷ୍ଠରେ କୋରୋନା ଦୂର ପାଇଁ କଲେ ପୂଜାର୍ଚ୍ଚନା । ଅଧିକ ପଢନ୍ତୁ...

କୋରୋନା ଦୂରୀକରଣ ପାଇଁ କଟକଣା ସହ ସାବିତ୍ରୀ ବ୍ରତ ପାଳିଲେ କିନ୍ନର

ଭୁବନେଶ୍ବର: ଆଜି ସାବିତ୍ରୀ ବ୍ରତ । ସାଧାରଣତଃ ସଧବା ନାରୀମାନେ ସ୍ବାମୀର ଦୀର୍ଘାୟୁ କାମନା କରି ଏହି ବ୍ରତ ପାଳନ କରନ୍ତି । ହେଲେ ଭୁବେନଶ୍ବର କିନ୍ନର ସମ୍ପ୍ରଦାୟ ସାବିତ୍ରୀ ବ୍ରତ ପାଳିଛନ୍ତି । ଭଗବାନଙ୍କୁ ପୂଜାକରି ପୃଥିବୀ ପୃଷ୍ଠରୁ କୋରୋନା ଦୂର କରିବାକୁ ପ୍ରାର୍ଥନା କରିଛନ୍ତି । ସବୁବର୍ଷ ପରି ଚଳିତ ବର୍ଷ ସମାଜର କଲ୍ୟାଣ ପାଇଁ ଭୁବନେଶ୍ୱର କିନ୍ନର ସମୁଦାୟ ମିଶି କଟକଣା ସହ ପଳାଶପାଲ୍ଲୀ ଠାରେ ଥିବା ବରଗଛକୁ ପୂଜାର୍ଚ୍ଚନା କରିଛନ୍ତି ।

ନୂଆ ଶାଢୀ ସାଙ୍ଗକୁ ନୂଆ ଶଙ୍ଖା, ସିନ୍ଦୁର ଓ ବିଭିନ୍ନ ଫଳମୂଳ ଏକାଠି ହୋଇ ରହିଥିଲା । ଆଉ କିନ୍ନରମାନେ ନୂଆ ଶାଢ଼ୀ , ଶଙ୍ଖା ଆଉ ସିନ୍ଦୁର ପିନ୍ଧି ସଜେଇ ହୋଇ ବିଶ୍ୱର ମଙ୍ଗଳ କାମନା କରି କରିଥିଲେ । ସମସ୍ତେ ମିଶି ଶଙ୍ଖ ହୁଳହୁଳି ଧୂପ ଦୀପ ନୈବେଦ୍ୟ ଅର୍ପଣ କରି ନିଜ ଗୁରୁଙ୍କ ଦୀର୍ଘାୟୁ ଜୀବନ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଥିବା ବେଳେ ଏ ବର୍ଷ କିନ୍ତୁ କୋରୋନା ମହାମାରୀ ଶୀଘ୍ର ଦୂରେଇବା ପାଇଁ ଭଗବାଙ୍କ ପୂଜାର୍ଚନା କରିଥିଲେ । ଆଉ ମହାମାରୀରେ ଜୀବନ ହରାଇଥିବା ସବୁ ମହିଳାଙ୍କ ଶୁଖ ଜୀବନ କାମନା କରିବା ସହ ସବୁ ସାବିତ୍ରୀଙ୍କ ସ୍ୱାମୀ ଅର୍ଥାତ ପୁରୁଷ ସମାଜର ଦୀର୍ଘାୟୁ କାମନା କରିଥିଲେ ।

ତେବେ କିନ୍ନରମାନଙ୍କ ସ୍ୱାମୀ ନଥିବାରୁ ସେମାନେ ନିଜ ଗୁରୁଙ୍କୁ ସ୍ୱାମୀମାନୁଥିବରୁ ତାଙ୍କର ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଥିଲା । ତେବେ ମହାମାରୀ ପାଇଁ ଚଳିତ ବର୍ଷ କମ କିନ୍ନରଙ୍କୁ ନେଇ ବ୍ରତ ପାଳନ କରାଯାଉଥିବା କହିଛନ୍ତି କିନ୍ନର ମହାସଂଘର ସଭାପତି ମୀରା ପରିଡା ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.