ଭୁବନେଶ୍ବର: ରାଜ୍ୟରେ କିନ୍ନରଙ୍କ ପାଇଁ ଖୁସି ଖବର । ଓଡ଼ିଶା ପୋଲିସରେ ନିଯୁକ୍ତି ପାଇପାରିବେ କିନ୍ନର । ଏନେଇ ଶନିବାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର ।
୪୭୭ ସବ୍ ଇନ୍ସପେକ୍ଟର ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଜୁଲାଇ ୧୫ ସୁଦ୍ଧା ଆବେଦନ କରିବାକୁ ସମୟ ଧାର୍ଯ୍ୟ ହୋଇଛି । ସେହିପରି ୨୪୪ କନେଷ୍ଟବଳ ପଦବୀ ପାଇଁ ମଧ୍ୟ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ମଧ୍ୟ କିନ୍ନର ବା ତୃତୀୟ ଲିଙ୍ଗଙ୍କ ପାଇଁ ରହିଛି ସୁଯୋଗ । ରାଜ୍ୟ ସରକାରଙ୍କ ଏପରି ନିଷ୍ପତ୍ତିକୁ ବିଭିନ୍ନ କିନ୍ନର ସଙ୍ଘ ପକ୍ଷରୁ ସ୍ୱାଗତ କରାଯାଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ପ୍ରମୁଖ କିନ୍ନର ନେତ୍ରୀ ମୀରା ପରିଡ଼ା, ମେଘନା ସାହୁ ଓ ସାଧନା ମିଶ୍ର ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ