ଭୁବନେଶ୍ବର : ଏକ ନମ୍ବର ହାଟରେ ଗହଳି ହେଉଥିବାରୁ, ସାମାଜିକ ଦୂରତ୍ବ ରକ୍ଷା କରାଯାଇପାରୁନି । ତେଣୁ ବିଏମସି ଓ ପୋଲିସ ପ୍ରଶାସନ ପକ୍ଷରୁ ଏହାକୁ ସାମୟିକ ଭାବେ ଉଠାଇ ଦିଆଯାଇଛି। ଦୂରତ୍ବ ରକ୍ଷା ଲାଗି କିଛି ଦୋକାନୀଙ୍କୁ ମଦର ପବ୍ଲିକ ସ୍କୁଲ ପଡିଆ ଓ କିଛି ଦୋକାନୀଙ୍କୁ କ୍ୟାପିଟାଲ ଥାନା ଠାରୁ ଏଜି ଛକ ପର୍ଯ୍ୟନ୍ତ ଥିବା ରାସ୍ତା ଉପରକୁ ଉଠାଇ ଆଣିଛନ୍ତି ।
ମହାମାରୀ କୋରୋନା ସଂକ୍ରମଣ ରୋକିବା ପାଇଁ ବିଏମସିର ଆଉ ଏକ ପଦକ୍ଷେପ। ଭୁବନେଶ୍ବରର ସବୁଠୁ ଜନଗହଳିପୂର୍ଣ୍ଣ ହାଟ କୁହାଯାଉଥିବା ୟୁନିଟ 1 ସ୍ଥିତ ଏକ ନମ୍ବର ହାଟକୁ କ୍ୟାପିଟାଲ ଥାନା ଠାରୁ ଏଜି ଛକ ପର୍ଯ୍ୟନ୍ତ ଥିବା ରାସ୍ତା ଉପରକୁ ଉଠାଇବାକୁ ବିଏମସି ନିର୍ଦ୍ଦେଶ ଦେଇଛି । ସାମାଜିକ ଦୂରତ୍ବ ରକ୍ଷା ଲାଗି ଏହାକୁ ଉଠାଯାଇଥିବା କୁହାଯାଇଛି ।
ଏହାସହ ତୁରନ୍ତ ସ୍ଥାନାନ୍ତରିତ ପାଇଁ ବ୍ୟବସାୟୀ ମାନଙ୍କୁ ବିଏମସି ନିର୍ଦ୍ଦେଶ ଦେଇଛି। ମହାମାରୀ କୋରୋନାକୁ ଦୃଷ୍ଟିରେ ରଖି ଏହି ସାମୟିକ ନିଷ୍ପତ୍ତି ହୋଇଥିବାବେଳେ ଆସନ୍ତା 45 ଦିନ ପର୍ଯ୍ୟନ୍ତ ଏହା କାଏମ ରହିବ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ ଓ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ