ETV Bharat / city

ଗରିମା ଯୋଜନାରେ ପରିମଳ ସେବା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ - ଗରିମା ଯୋଜନା

ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ) ପକ୍ଷରୁ ଗରିମା ଯୋଜନାରେ ପ୍ରମୁଖ ପରିମଳ କର୍ମଚାରୀ ଏବଂ ପରିମଳ ସେବା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟ ଭୁବନେଶ୍ବର, ପୁରୀ ଏବଂ କଟକରେ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଛି । ଅଧିକ ପଢନ୍ତୁ...

ଗରିମା ଯୋଜନାରେ ପରିମଳ ସେବା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ

author img

By

Published : Jun 4, 2021, 10:35 PM IST

ଭୁବନେଶ୍ବର: ୱାଟର କର୍ପୋରେସନ୍ ଅଫ୍ ଓଡିଶା (ୱାଟକୋ) ପକ୍ଷରୁ ଗରିମା ଯୋଜନାରେ ପ୍ରମୁଖ ପରିମଳ କର୍ମଚାରୀ ଏବଂ ପରିମଳ ସେବା ପ୍ରଦାନକାରୀଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ପ୍ରଥମ ପର୍ଯ୍ୟାୟ ଭୁବନେଶ୍ବର, ପୁରୀ ଏବଂ କଟକରେ ପ୍ରଶିକ୍ଷଣ ଶିବିର ଆୟୋଜନ ହୋଇଛି ।

ଅଂଶଗ୍ରହଣକାରୀ ମାନଙ୍କୁ ସ୍ଵରେଜ ଲାଇନ ଓ ସେକ ଟାଙ୍କି ସଫା ଏବଂ ତାର ରକ୍ଷଣାବେକ୍ଷଣ ସମୟରେ ବ୍ୟବହୃତ ସୁରକ୍ଷା ଉପକରଣ (ପିପିଇ) ବ୍ୟବହାର ସମ୍ପର୍କିତ ଜ୍ଞାନ ପ୍ରଦାନ କରିବା ଶିବିରର ଉଦ୍ଦେଶ୍ୟ । ପ୍ରମୁଖ ପରିମଳ କର୍ମଚାରୀଙ୍କ ସୁରକ୍ଷା ଏବଂ ସମ୍ମାନକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୧ ସେପ୍ଟେମ୍ବର ୨୦୨୦ ରେ 'ଗରିମା' ଯୋଜନାର ଶୁଭାରମ୍ଭ କରିଥିଲେ ।

ଏହି ଯୋଜନାରେ ପ୍ରାୟ ୨୦୦୦୦ ପ୍ରମୁଖ ପରିମଳ କର୍ମଚାରୀ ଏବଂ ସେମାନଙ୍କ ପରିବାର ଉପକୃତ ହେବେ । ପ୍ରମୁଖ ପରିମଳ କର୍ମଚାରୀ ଓ ସେମାନଙ୍କ ପରିବାରକୁ ସମସ୍ତ ସୁବିଧା, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ଲାଭର ଏକ ବିସ୍ତୃତ ପ୍ୟାକେଜ୍ ପ୍ରଦାନ କରାଯିବାରେ ଦେଶରେ ଗରିମା ଯୋଜନା ସର୍ବ ପ୍ରଥମ ।

ଯାହାଦ୍ବାରା ପ୍ରମୁଖ ପରିମଳ ସେବା ଯୋଗାଣକୁ ଅନୁଷ୍ଠାନିକ ତଥା ନିୟନ୍ତ୍ରିତ କରାଯାଇପାରିବ । ୱାଟକୋ ପକ୍ଷରୁ ଭୁବନେଶ୍ବର, ପୁରୀ, କଟକ, ଜଟଣୀ , ଖୋର୍ଦ୍ଧା ଏବଂ ବ୍ରହ୍ମପୁରରେ ପାନୀୟ ଜଳ ଯୋଗାଣ ଏବଂ ସ୍ବେରେଜ ସମ୍ବନ୍ଧୀୟ ସେବା ଯୋଗାଇବା ଏହି ସଂସ୍ଥାର ମୂଳ ଉଦ୍ଦେଶ୍ୟ ।

ୱାଟକୋ ଅଧିନସ୍ଥ ସମସ୍ତ ଡିଜିଜନ ଆବଶ୍ୟକୀୟ ପିପିଇର କ୍ରୟ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଖୁବଶୀଘ୍ର ଭୁବନେଶ୍ବର, ପୁରୀ ଏବଂ କଟକରେ ଥିବା ସମସ୍ତ ପଞ୍ଜୀକୃତ ପ୍ରମୁଖ ପରିମଳ କର୍ମଚାରୀ ଏବଂ ପ୍ରମୁଖ ପରିମଳ ସେବା ପ୍ରଦାନକାରୀ ସଂସ୍ଥାଙ୍କ ପାଇଁ ତାଲିମ ସମାପ୍ତ ହେବ ।

ଅସୁବିଧା ମୁକ୍ତ ନିରାପଦ ପରିମଳ ସେବା ଯୋଗାଇଦେବା କ୍ଷେତ୍ରରେ ଅନ୍ୟ ସହରର ଦକ୍ଷତା ବିକାଶରେ ସାହାଯ୍ୟ କରିବ । କୋଭିଡ ପ୍ରୋଟୋକଲର କଡା ଅନୁକରଣରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନ ହେଉଛି । ପ୍ରମୁଖ ପରିମଳ କର୍ମୀ ବ୍ୟବହାର କରୁଥିବା ଯନ୍ତ୍ରପାତି ଓ ସୁରକ୍ଷା ଉପକରଣ ଗୁଡିକ ଯାହା ସେମାନଙ୍କୁ ବିପଦମୁକ୍ତ ସ୍ବରେଜକୁ ପ୍ରବେଶ ଓ ପରିମଳ କାର୍ଯ୍ୟ କରିବାରେ ସୁରକ୍ଷା ପ୍ରଦାନ କରିବ ।

ତାର ଉତ୍ପାଦକ ଓ ବିତରକଙ୍କ ଦ୍ଵାରା ତାଲିମ ପ୍ରଦାନ କରାଯାଉଛି ବୋଲି ୱାଟକୋ ପରିଚାଳନା ନିର୍ଦ୍ଦେଶକ ପ୍ରଦିପ କୁମାର ସ୍ବାଇଁ କହିଛନ୍ତି । କାର୍ଯ୍ୟକ୍ରମଗୁଡିକ ଉଭୟ ଶ୍ରେଣୀଗୃହ ତାଲିମ ଏବଂ ସମସ୍ତ ପିପିଇ ଏବଂ ସୁରକ୍ଷା ଉପକରଣର ଅନ- ସାଇଟ୍ ପ୍ରଦର୍ଶନର ମିଶ୍ରଣ ଥିଲା ।

ଗ୍ଲୋଭ, ଗମ୍ ବୁଟ୍ ଏବଂ ହେଲମେଟ ଭଳି କିଛି ମୌଳିକ ବ୍ୟକ୍ତିଗତ ସୁରକ୍ଷା ଉପକରଣ (ପିପିଇ) ବ୍ୟତୀତ ରେସପାୟରଟର , ବଡିହାର୍ନେସ , ଗ୍ୟାସ୍ ଡିଟେକ୍ଟର, ଜରୁରୀକାଳୀନ ଉଦ୍ଧାର ପାଇଁ ଟ୍ରପୋଡ ସେଟ୍, ସମ୍ପୂର୍ଣ୍ଣ ଶରୀର ସୁରକ୍ଷା ଉପକରଣ ସହ ସ୍ବରେଜ ଲାଇନ ଓ ସେପ୍ଟିକ ଟାଙ୍ଗି ପ୍ରବେଶ ସମୟରେ ବ୍ୟବହାର ପାଇଁ ୱାଟକୋ ଦ୍ବାରା କ୍ରୟ କରାଯାଇଛି ।

ଟ୍ରେନି ସମୟରେ ପ୍ରତ୍ୟେକର ବ୍ୟବହାର ଉପରେ ପ୍ରଦର୍ଶନ କରାଯାଇଥିଲା । ଏହି ଗୁରୁତ୍ବପୂର୍ଣ୍ଣ ଯନ୍ତ୍ରପାତି ଗୁଡିକର ପ୍ରଦର୍ଶନ ପ୍ରମୁଖ ପରିମଳ କର୍ମଚାରୀ ମାନଙ୍କର ସୁରକ୍ଷାର ସୁନିଶ୍ଚିତତା ଏବଂ ବିପଜନକ କାର୍ଯ୍ୟ ସମୟରେ ଏହାର ବ୍ୟବହାରର ଲାଭ ବିଷୟରେ ଏକ ବିସ୍ତୃତ ସୂଚନା ଦିଆଯାଇଛି ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.