ETV Bharat / city

ଶିଶୁଙ୍କ ଟୀକାକରଣ: ଆସନ୍ତାକାଲିଠୁ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଆରମ୍ଭ

ରାଜ୍ୟରେ ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ଶିଶୁଙ୍କ ଟୀକାକରଣ । ଆସନ୍ତାକାଲି(ଶୁକ୍ରବାର)ଠୁ ସ୍ବାସ୍ଥ୍ୟକର୍ମୀଙ୍କୁ ଏଥିଲାଗି ଭର୍ଚ୍ଚୁଆଲ ମୋଡ଼ରେ ପ୍ରଶିକ୍ଷଣ ଦିଆଯିବ ବୋଲି ଜଣାପଡ଼ିଛି । ଅଧିକ ପଢନ୍ତୁ...

ଶିଶୁଙ୍କ ଟୀକାକରଣ: ଆସନ୍ତାକାଲିଠୁ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଆରମ୍ଭ
ଶିଶୁଙ୍କ ଟୀକାକରଣ: ଆସନ୍ତାକାଲିଠୁ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଆରମ୍ଭ
author img

By

Published : Oct 21, 2021, 1:22 PM IST

Updated : Oct 21, 2021, 2:57 PM IST

ଭୁବନେଶ୍ବର: ସରକାର ୨ରୁ ୧୮ ବର୍ଷ ବୟସ୍କଙ୍କ ଟୀକାକରଣ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । କେନ୍ଦ୍ର ପକ୍ଷରୁ ଆସନ୍ତାକାଲି(ଶୁକ୍ରବାର)ଠୁ ଭର୍ଚ୍ଚୁଆଲ ମୋଡ଼ରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ । ରାଜ୍ୟରେ ଏହି ନିର୍ଦ୍ଦିଷ୍ଟ ବର୍ଗର ପ୍ରାୟ ୧ କୋଟି ୪୦ ଲକ୍ଷ ଶିଶୁ ଥିବା ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଶିଶୁଙ୍କ ଟୀକାକରଣ: ଆସନ୍ତାକାଲିଠୁ ସ୍ବାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଆରମ୍ଭ

ବର୍ତ୍ତମାନ ରାଜ୍ୟରେ କୋରୋନାର ପ୍ରକୋପ ହ୍ରାସ ପାଇଛି । ରାଜ୍ୟରେ ପ୍ରାୟ ଅଧିକାଂଶ ଲୋକଙ୍କ ଟୀକାକରଣ ଶେଷ ହୋଇଥିବା ବେଳେ ସରକାର ଶିଶୁଙ୍କ ଟୀକାକରଣ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି । ସେପଟେ ଦେଶ ଟୀକାକରଣରେ 100 କୋଟି ଡୋଜ ପାର କରିଛି । ଟୀକାକରଣରେ ଏହା ଏକ ମାଇଲଖୁଣ୍ଟ । ଓଡ଼ିଶାରେ ମଧ୍ୟ ଟୀକାକରଣ ଦ୍ରୁତ ଗତିରେ ଚାଲିଛି । ବର୍ତ୍ତମାନ ସୁଦ୍ଧା 3 କୋଟି 48 ଲକ୍ଷ ଡୋଜ ଟୀକା ଦିଆସରିଲାଣି । ତା' ଭିତରୁ 2.46 କୋଟି ହିତାଧିକାରୀ ପ୍ରଥମ ଡୋଜ ଓ 1 କୋଟି 2 ଲକ୍ଷ ହିତାଧିକାରୀ ଉଭୟ ଡୋଜ ଟିକା ନେଇ ସାରିଲେଣି ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ।

ଅର୍ଥାତ 76% ହିତାଧିକାରୀ ଗୋଟିଏ ଡୋଜ ଟିକା ପାଇ ସାରିଛନ୍ତି । 33% ଉଭୟ ଡୋଜ ଟିକା ନେଇ ସାରିଛନ୍ତି । ଆଜି 1850 ଟୀକାକରଣ କେନ୍ଦ୍ରରେ ଟିକା ଦିଆଯାଉଛି । ଆମ ପାଖରେ 22 ଲକ୍ଷ ଟିକା ମହଜୁଦ ରହିଛି । ପାର୍ବଣ ଯୋଗୁଁ ଟୀକାକରଣ ସାମାନ୍ୟ ଧିମେଇଥିଲା । ଡିସେମ୍ବର ଶେଷ ସୁଦ୍ଧା ରାଜ୍ୟର ସମସ୍ତ ହିତାଧିକାରୀଙ୍କୁ ଅତିକମରେ ଗୋଟିଏ ଡୋଜ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ସେ କହିଛନ୍ତି ।

ଆସନ୍ତାକାଲିଠୁ ଶିଶୁଙ୍କୁ ଟିକା ଦେବା ପାଇଁ ପ୍ରସ୍ତୁତି ଆରମ୍ଭ ହେବ।ଶିଶୁଙ୍କୁ କୋଭକ୍ସିନ ଟୀକା ଦେବା ଲାଗି କେବଳ ସବଜେକ୍ଟ ଏକ୍ସପର୍ଟ କମିଟି ଅନୁମୋଦନ କରିଛି । DCGI ଅନୁମୋଦନ କରିବ । ଏହାପରେ ସରକାର ଅନୁଧ୍ୟାନ କରି ଟୀକାକରଣ କେନ୍ଦ୍ର ପକ୍ଷରୁ ଭର୍ଚ୍ଚୁଆଲ ମୋଡ଼ରେ ସ୍ବାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ଆମ ରାଜ୍ୟରେ କୋଭାକ୍ସିନ ସହ କ୍ୟାଡିଲା ଜାଇକୋଭ-ଡି(ZyCoV-D) ଟିକାର ୩ଟି ଡୋଜ ମଧ୍ୟ ପିଲାଙ୍କୁ ଦିଆଯିବ । ସେଥିପାଇଁ ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ । ଆମେ ପ୍ରସ୍ତୁତ ଅଛୁ । ଯେକୌଣସି ମୁହୂର୍ତ୍ତରେ କେନ୍ଦ୍ରରୁ ଅନୁମତି ମିଳିଲେ ଆଉ ଟିକା ଆସିଲେ ଶିଶୁଙ୍କୁ ଟୀକାକରଣ ଆରମ୍ଭ ହେବ ବୋଲି କହିଛନ୍ତି ପାଣିଗ୍ରାହୀ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Oct 21, 2021, 2:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.