ETV Bharat / city

ଟ୍ରାକ ମରାମତି ପରେ ପୁନଃ ଚଳାଚଳ କଲା ଟ୍ରେନ

author img

By

Published : Aug 24, 2022, 8:03 AM IST

ଭୁବନେଶ୍ବର ଷ୍ଟେସନ ନିକଟରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଘଟଣାର ପ୍ରାଥମିକ ଯାଞ୍ଚ ରିପୋର୍ଟ ଦୁଇ ରୁ ତିନି ଦିନ ମଧ୍ୟରେ ଆସିବ । ରିଷ୍ଟୋର ପରେ ପୁନଃ ଚଳାଚଳ ହେଲା ଟ୍ରେନ । କିଛି ଟ୍ରେନର ସମୟରେ ପରିବର୍ତ୍ତନ କରାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୬ଟି ଟ୍ରେନ ବାତିଲ ରହିଛି । ଅଧିକ ପଢ଼ନ୍ତୁ

ଟ୍ରାକ ମରାମତି ପରେ ପୁନଃ ଚଳାଚଳ କଲା ଟ୍ରେନ, ବର୍ତ୍ତମାନ ସୁଦ୍ଧା ୬ଟି ଟ୍ରେନ ବାତିଲ

ଭୁବନେଶ୍ବର: ମାଲବାହୀ ଟ୍ରେନ ଲାଇନଚ୍ୟୁତ ହେବା ଘଟଣାର ଯାଞ୍ଚ ପାଇଁ ଗଠନ ହୋଇଛି ଟିମ । ଦୁଇ ରୁ ତିନି ଦିନ ମଧ୍ୟରେ ଆସିବ ପ୍ରାଥମିକ ଯାଞ୍ଚ ରିପୋର୍ଟ । ରାତିସାରା ମରାମତି କାର୍ଯ୍ୟ ଚାଲିବା ପରେ ସକାଳ ୭ଟା ୧୫ ସୁଦ୍ଧା ଟ୍ରେନ ପୁନଃ ଚଳାଚଳ କରାଯାଇଥିଲା । ତେବେ ବର୍ତ୍ତମାନ ମରାମତି ହୋଇଥିବା ସ୍ଥାନରେ ଟ୍ରେନ ଗୁଡ଼ିକର ସ୍ପିଡ ଲିମିଟ ୧୫ କିଲୋମିଟର ପ୍ରତି ଘଣ୍ଟା ରଖାଯାଇଛି । ଏବେ ମଧ୍ୟ କିଛି ଟ୍ରେନ ଗୁଡିକର ସମୟରେ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ବଜିତ ସାହୁ ।

ସୋମବାର ରାତିରେ ଭୁବନେଶ୍ବର ଷ୍ଟେସନ ନିକଟରେ ଏକ ମାଲବାହୀ ଟ୍ରେନର ୫ଟି ବଗି ଲାଇନଚ୍ୟୁତ ହୋଇଥିଲା । ଫଳରେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହେବା ସହିତ ଷ୍ଟେସନ ବାହାରେ ପ୍ରାୟ ୧୬ଟି ଟ୍ରେନ ଅଟକି ରହିଥିଲା । ସୋମବାର ରାତି ପ୍ରାୟ ସାଢ଼େ ୮ଟା ସମୟରେ ଚକ୍ରଧରପୁର ଡିଭିଜନରୁ ସିମେଣ୍ଟ ଲୋଡ ହୋଇ ଭୁବନେଶ୍ବର ଏବଂ କଟକ ଅଭିମୁଖେ ଆସୁଥିବା ଏହି ମାଲବାହୀ ଟ୍ରେନର ପାଞ୍ଚଟି ୱାଗନ୍ ଭୁବନେଶ୍ବର ରେଳ ଷ୍ଟେସନ ନିକଟରେ ଲାଇନରୁ ଖସିଯାଇଥିଲା ।

ଏହାବି ପଢ଼ନ୍ତୁ...ଭୁବନେଶ୍ୱରେ ମାଲବାହୀ ଟ୍ରେନ ଲାଇନଚ୍ୟୁତ

ତେବେ ଏହି ଘଟଣାର କାରଣ ଜାଣିବା ପାଇଁ ଏକ ଯାଞ୍ଚ କମିଟି ଗଠନ କରାଯିବା ସହ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି । ଏନେଇ ପ୍ରତିକ୍ରିୟାରେ ପୂର୍ବତଟ ରେଳବାଇ ମୁଖ୍ୟ ଜନସମ୍ପର୍କ ଅଧିକାରୀ ବିଶ୍ବଜିତ ସାହୁ କହିଛନ୍ତି, "ଦୁଇ ରୁ ତିନି ଦିନ ମଧ୍ୟରେ ପ୍ରାଥମିକ ଯାଞ୍ଚ ରେପୋର୍ଟ ଆସିବ । ରାତି ସାରା ଆମ ଟିମ କାମ କରି ଟ୍ରାକକୁ ରିଷ୍ଟୋର କରିଛନ୍ତି । ଅଧିକାଂଶ ଟ୍ରେନ ଭୁବନେଶ୍ଵର ମଧ୍ୟଦେଇ ଯାତାୟାତ କରିଥାଏ, ଏଥିପାଇଁ ଏହା ଆମ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ଥିଲା । ସକାଳ ୭ଟା ୧୫ ମିନିଟ ସୁଦ୍ଧା ଟ୍ରାକ ରୋଷ୍ଟୋର କରି ଟ୍ରେନ୍ ପୁନଃ ଚଳାଚଳ କରାଯାଇଥିଲା । ତେବେ ବର୍ତ୍ତମାନ ସୁଦ୍ଧା ୬ଟି ଟ୍ରେନ ବାତିଲ ରହିଛି । ଯେଉଁ ସ୍ଥାନରେ ଲାଇନଚ୍ୟୁତ ହୋଇଥିଲା ରିଷ୍ଟୋର ପରେ ସେଠାରେ ସ୍ପିଡ ଲିମିଟ ୧୫ କିଲୋମିଟର ପ୍ରତି ଘଣ୍ଟା ରଖାଯାଇଛି । କାମ ସମ୍ପୂର୍ଣ୍ଣ ହେବା ପରେ ପୂର୍ବ ଭଳି ସ୍ପିଡ ଲିମିଟ ପୁଣି ୪୦କୁ ଅଣାଯିବ ।"

ଅନ୍ୟପଟେ କିଛି ଟ୍ରେନ ଗୁଡିକର ସମୟରେ ପରିବର୍ତ୍ତନ କରାଯାଇଛି । ୧୮୪୪୭ ଭୁବନେଶ୍ଵରରୁ ଜଗଦାଲପୁର ହିରାଖଣ୍ଡ ଏକ୍ସପ୍ରେସ ୦୭ ଟା ୩୦ ରେ ଛାଡିବା ପରିବର୍ତ୍ତେ ରାତି ୦୯ ଟା ୩୦ ସମୟରେ ଛାଡିଥିଲା । ସେହିଭଳି ଭୁବନେଶ୍ଵର-ପୁଣେ ଏକ୍ସପ୍ରେସ ରାତି ୦୯ ଟା ୩୦ରେ ଛାଡିବା ପରିବର୍ତ୍ତେ ରାତି ୧୧ ଟା ୩୦ରେ ଛାଡିଥିଲା ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.