ETV Bharat / city

95 ଅମାନିଆଙ୍କୁ ଧରିଲା କ୍ୟାମେରା, ଜାଣନ୍ତୁ କେଉଁଠି ?

ଟିଭିଡିଏସ ଜରିଆରେ ରାଜଧାନୀରେ ସୋମବାର ୩୬ ଜଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ ଧରାପଡିଛନ୍ତି । ସେହିପରି ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭିରେ ୫୯ ଜଣ ଧରାପଡିଛନ୍ତି ।

author img

By

Published : Dec 2, 2019, 3:14 PM IST

Updated : Dec 2, 2019, 9:22 PM IST

bhubaneswar
ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଟ୍ରାଫିକ ଭାଓଲେଟର ଡିଟେକ୍ସନ ସିଷ୍ଟମ (ଟିଭିଡିଏସ)ଜରିଆରେ ରାଜଧାନୀରେ ସୋମବାର ୩୬ ଜଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀ ଧରାପଡିଛନ୍ତି । ସେହିପରି ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟରେ ଲାଗିଥିବା ସିସିଟିଭିରେ ୫୯ ଜଣ ଧରାପଡିଛନ୍ତି । ତେବେ ମୋଟ ୯୫ ଜଣ ଟ୍ରାଫିକ ନିୟମ ଉଲ୍ଲଙ୍ଘନକାରୀଙ୍କ ଘରକୁ ଇ-ଚାଲାଣ ପଠାଯିବ ବୋଲି ଟ୍ରାଫିକ ଡିସିପି ସାଗରିକା ନାଥ କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଅନ୍ୟପଟରେ ସ୍ପିଡ୍‌ ଲିମିଟ ନେଇ ନିର୍ଦ୍ଦେଶନାମା ଜାରି କରିଛି କମିଶନରେଟ ପୋଲିସ । ଟ୍ବିନସିଟିରେ ଉଭୟ ଲାଇଟ୍ ଏବଂ ହେଭି ଭେହିକିଲ ଘଣ୍ଟା ପ୍ରତି ୫୦ କିମି ବେଗରେ ଚଲାଇ ପାରିବେ । ପଳାଶୁଣୀ-ବାଲିକୁଦା NHରେ ଲାଇଟ୍ ଏବଂ ହେଭି ଭେହିକିଲ ପାଇଁ ଘଣ୍ଟାପ୍ରତି ବେଗ ୭୦ କିମି ଧାର୍ଯ୍ୟ ହୋଇଛି । ଅଧିକ ବେଗରେ ଗାଡ଼ି ଚଲାଇଲେ ଟ୍ରାଫିକ୍ ନିୟମ ଅନୁଯାୟୀ କଟାଯିବ ଚାଲାଣ ।

ହସ୍ପିଟାଲ, ସ୍କୁଲ ଓ କଲେଜ ତଥା ଜନଗହଳି ସ୍ଥାନ ମାନଙ୍କରେ ରୋଡ ଉପରେ ରହିଛି ଏହାର ସାଇନ ବୋର୍ଡ । ତେଣୁ ସହର ଭିତରେ ବିଭିନ୍ନ ସ୍ଥାନରେ ଇଣ୍ଟରସେପ୍ଟର ନିୟୋଜିତ ହୋଇଛି ବୋଲି ଟ୍ରାଫିକ ଡିସିପି ପ୍ରକାଶ କରିଛନ୍ତି ।

ଭୁବନେଶ୍ବରରୁ ତାପସ କୁମାର ପରିଡା, ଇଟିଭି ଭାରତ

Intro:ହୁସିଆର ନିୟମ ଉଲଙ୍ଘନକାରୀ
କ୍ଯାମେରାରେ ଧରାପଡିଲେ ୯୫ ଭାଓଲେଟରBody:

ରାଜଧାନୀରେ ଟ୍ରାଫିକ ଭାଓଲେଟର ଡିଟେକ୍ସନ ସିଷ୍ଟମ ଜରିଆରେ ଧପଡିଛନ୍ତି ୩୬ଜଣ ଭାଓଲେଟର।ସେହିପରି ବିୟବିନ୍ନ ଛକ ଓ ଟ୍ରାଫିକ ସିଗନାଲରେ ଲାଗିଥିବା ସିସିଟିଭି ଜରିଆରେ ଧରାପଡିଛନ୍ତି ୫୯ ଜଣ ।ମୋଟ ୯୫ ଜଣ ଭାଓଲେଟରଙ୍କକୁ ଚାଲାଣ ନୋଟିସ କରାଯାଇଛି।ତେବେ ଅଭ୍ଯାସଗତ ବା ନିୟମ ଉଲଙ୍ଘନ କରୁଥିବା ଗାଡି ଚାଳକ ହୋଇଯାନ୍ତୁ ସତର୍କ ନଚେତ ଆପଣକ ଘରେ ପହଂଚିପାପେ ଚାଲାଣ।ସେପଟେ ସ୍ପିଡି ଲିମିଟ ନେଇ ସହର ଭିତରେ ରହିଛି ୫୦ ସ୍ପିଡିର ଲିମିଟ ।ଏନ ଏଚ ଉପରେ ରହିଛି ୭୦ ସ୍ପିଡିଲିମିଟ।ହସପିଟାଲ ଓ ସ୍କୁଲ ଓ କଲେଜ ତଥା ଜନଗହଳି ସ୍ଥାନ ମାନଙ୍କରେ ରୋଡ ଉପରେ ରହିଛି ସ୍ପିଡି ଲିମିଟର ସାଇନ ବୋର୍ଡ ।ତେଣୁ ସହର ଭିତରେ ବିଭିନ୍ନ ସ୍ଥାନରେ ଜଗୁଛି ଇଣ୍ଟରସେପ୍ଟର ନିର୍ଧାରିତ ବେଗରୁ ଅଧିକ ବେଗରେ ଗାଡି ଚାଳନା କଲେ ଦେବାକୁ ହେବ ତଣ୍ଡ ନଚେତ ଜାଇପାରନ୍ତି ଜେଲ।
ବାଇଟ-ସାଗରିକା ନାଥ,ଟ୍ରାଫିକ ଡିସିପିConclusion:
Last Updated : Dec 2, 2019, 9:22 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.