ETV Bharat / city

ସଡକ ସୁରକ୍ଷାର ପାଠ ପଢାଇଲେ ଟ୍ରାଫିକ ଡିସିପି, ଛାତ୍ରଛାତ୍ରୀଙ୍କୁ ଦେଲେ 5 ଟିପ୍ସ

ଛାତ୍ରଛାତ୍ରୀ ପଢିଲେ ସଡକ ସୁରକ୍ଷାର ପାଠ । ସଡକ ସୁରକ୍ଷା ନେଇ 5ଟି ଟିପ୍ସ ଦେଇଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ । ରାଜଧାନୀର କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିଲା ଏହି ସଚେତନତା କାର୍ଯ୍ୟକ୍ରମ ।

author img

By

Published : Sep 21, 2019, 2:07 PM IST

ଫଟୋ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ଭୁବନେଶ୍ବର: ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷାର ପାଠ ପଢ଼ାଇବା ସହିତ ଏହାକୁ ପାଳନ କରିବାକୁ ସେମାନଙ୍କୁ 5ଟି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ । ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ଠାରେ ଆୟୋଜିତ ହୋଇଥିବା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଡିସିପି ନାଥ ଏହି ମନ୍ତ୍ର ଦେଇଛନ୍ତି ।

ଦେଶରେ ବର୍ଷକୁ ପାଖାପାଖି 1 ଲକ୍ଷ 30 ହଜାର ଦୁର୍ଘଟଣା ଜନିତ ମୃତ୍ୟୁ ହେଉଛି । ଯାହାର ମୁଖ୍ୟ କାରଣ ଟ୍ରାଫିକ ନିୟମ ନମାନି ଗାଡି ଚାଳନା । ପିଲାମାନେ ଦେଶର ଭବିଷ୍ୟତ ହୋଇଥିବାବେଳେ ସେମାନଙ୍କ ସଚେତନତା ଉପରେ ଏହାର ପ୍ରଭାବ ନିର୍ଭର କରୁଛି । ତେଣୁ ସେମାନେ ସଚେତନ ହେବା ସହ ସେମାନଙ୍କ ପିତାମାତା ଓ ଅଭିଭାବକଙ୍କୁ ସଚେତନ କରିପାରିଲେ ଏହି ଦୁର୍ଘଟଣା ରୋକାଯାଇ ପାରିବ ବୋଲି ସେ କହିଛନ୍ତି ।

ଭିଡିଓ ସୌଜନ୍ୟ- ପ୍ରତିନିଧି, ଭୁବନେଶ୍ବର

ତେଣୁ ସେ ସେମାନଙ୍କୁ ସଡକ ସୁରକ୍ଷାର 5ଟି ମନ୍ତ୍ର ପ୍ରଦାନ କରିଛନ୍ତି...

  • ପ୍ରଥମ-ହେଲମେଟ ପିନ୍ଧିବା
  • ଦ୍ବିତୀୟ-ଦୁଇ ଚକିଆ ଗାଡ଼ିରେ ତିନି ଜଣ ନ ବସିବା
  • ତୃତୀୟ-କମ ବୟସରେ ଗାଡି ନ ଚଳାଇବା
  • ଚତୁର୍ଥ-ଗାଡି ଚଳାଇବା ସମୟରେ ମୋବାଇଲ ବ୍ୟବହାର ନ କରିବା
  • ପଞ୍ଚମ-ଭୁଲ ରାସ୍ତାରେ ଗାଡ଼ି ନ ଚଳାଇବା ।

ତେବେ ଏହି 5 ଟି ନିୟମକୁ ଛାତ୍ରଛାତ୍ରୀ ପାଳନ କରିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି । ସେମାନେ ମଧ୍ୟ ପୋଲିସ ଆଦାୟ କରୁଥିବା ଜୋରିମାନାକୁ ଉଚିତ କହିବା ସହିତ ଏହା ସେମାନେ ତାଙ୍କ ନିଜ ପାଇଁ ଆଦାୟ କରୁନଥିବାବେଳେ ଲୋକମାନଙ୍କ ମଙ୍ଗଳ ପାଇଁ କରୁଥିବା କହିଛନ୍ତି । ତେଣୁ ସେମାନେ ଆଜିଠାରୁ ଟ୍ରାଫିକ ନିୟମ ବିଷୟରେ ଅନ୍ୟମାନଙ୍କୁ କହିବା ସହିତ ନିଜେ ପାଳନ କରିବେ ବୋଲି କହିଛନ୍ତି ।

ଏହି ସଡକ ସୁରକ୍ଷା ସଚେତନତା ସେଫ ଇଣ୍ଡିଆ , ଶ୍ରୀ ସେବା ଟ୍ରଷ୍ଟ ଓ ଓଡିଶା କଲିଂ ଫାଉଣ୍ଡେସନ ପକ୍ଷରୁ କମିଶନରେଟ ପୋଲିସ ଓ ଭୁବନେଶ୍ବର ଆଞ୍ଚଳିକ ପରିବହନ ସଂସ୍ଥାର ସହଯୋଗରେ ଆୟୋଜନ କରାଯାଇଥିଲା । ଯେଉଁଥିରେ ଟ୍ରାଫିକ ଡିସିପିଙ୍କ ସହିତ ଟ୍ରାଫିକ ଏସିପି ବି.ବି ପାଣିଗ୍ରାହୀ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ଅଧିକାରୀମାନେ ଯୋଗଦେଇ ପିଲାମାନଙ୍କୁ ସଚେତନତା ବାର୍ତ୍ତା ବାଣ୍ଟିଥିଲେ ।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Intro:ଛାତ୍ରଛାତ୍ରୀଙ୍କୁ ସଡକ ସୁରକ୍ଷାର ପାଠ ପଢ଼ାଇବା ସହିତ ଏହା ପାଳନ କରିବାକୁ ସେମାନଙ୍କୁ 5ଟି ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି ଟ୍ରାଫିକ ଡିସିପି ସାଗରିକା ନାଥ।

Body:ସ୍ଥାନୀୟ କେନ୍ଦ୍ରୀୟ ବିଦ୍ୟାଳୟ ଏକ ଠାରେ ଆୟୋଜିତ ହୋଇଥିବା ଟ୍ରାଫିକ ସଚେତନତା କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ଡିସିପି ନାଥ ଏହି ମନ୍ତ୍ର ଦେଇଥିବା ଜଣାପଡିଛି।ଦେଶରେ ବର୍ଷକୁ ପାଖାପାଖି 1 ଲକ୍ଷ 30 ହଜାର ଦୁର୍ଘଟଣା ଜନିତ ମୂର୍ତ୍ୟୁ ହେଉଛି।ଯାହାର ମୁଖ୍ୟ କାରଣ ଟ୍ରାଫିକ ନିୟମ ନ ମାନି ଗାଡି ଚାଳନ ବୋଲି ସେ କହିଛନ୍ତି।ପିଲାମାନେ ଦେଶର ଭବିଷ୍ୟତ ହୋଇଥିବାବେଳେ ସେମାନଙ୍କ ସଚେତନତା ଉପରେ ଏହାର ପ୍ରଭାବ ନିର୍ଭର କରୁଛି।ତେଣୁ ସେମାନେ ସଚେତନ ହେବା ସହ ସେମାନଙ୍କ ପିତାମାତା ଓ ଅଭିବାବକମାନଙ୍କୁ ସଚେତନ କରି ପାରିଲେ ଏହି ଭଳି ଦୁର୍ଘଟଣା ରୋକାଯାଇ ପାରିବ ବୋଲି ସେ କହିଛନ୍ତି।ତେଣୁ ସେ ସେମାନଙ୍କୁ ସଡକ ସୁରକ୍ଷାର 5ଟି ମନ୍ତ୍ର1.ହେଲମେଟ ପିନ୍ଧିବା,2.ଦୁଇ ଚକିଆ ଗାଡ଼ିରେ ତିନି ଜଣ ନ ବସିବା,3.କମ ବୟସରେ ଗାଡି ନ ଚଲାଇବା,4.ଗାଡି ଚଳାଇବା ସମୟରେ ମୋବାଇକ ବ୍ୟବହାର ନ କରିବା ଓ 5.ଭୁଲ ରାସ୍ତାରେ ଗାଡ଼ି ନ ଚଳାଇବା ପାଇଁ ସେମାନଙ୍କ ପିତାମାତା ଓ ଅଭିଭାବକ ଙ୍କୁ ବୁଝାଇବା କୁ ପରାମର୍ଶ ଦେଇଛନ୍ତି।ଯାହାକୁ ଛାତ୍ରଛାତ୍ରୀମାନେ ପାଳନ କରିବେ ବୋଲି ମଧ୍ୟ ପ୍ରତିଶୃତି ଦେଇଛନ୍ତି।ସେମାନେ ମଧ୍ୟ ପୋଲିସ ଆଦାୟ କରୁଥିବା ଜୋରିମାନା କୁ ଉଚିତ କହିବା ସହିତ ଏହା ସେମାନେ ତାଙ୍କ ନିଜ ପାଇଁ ଆଦାୟ କରୁ ନଥିବା ବେଳେ ଲୋକମାନଙ୍କ ମଙ୍ଗଳ ପାଇଁ କରୁଥିବା କହିଛନ୍ତି।ତେଣୁ ସେମାନେ ଆଜିଠାରୁ ଟ୍ରାଫିକ ନିୟମ ବିଷୟରେ ଅନ୍ୟମାନଙ୍କୁ କହିବା ସହିତ ନିଜେ ପାଳନ କରିବେ ବୋଲି କହିଛନ୍ତି।
ସୂଚନାଯୋଗ୍ୟ କି ଏହି ସଡକ ସୁରକ୍ଷା ସଚେତନତା ସେଫ ଇଣ୍ଡିଆ,ଶ୍ରୀ ସେବା ଟ୍ରଷ୍ଟ ଓ ଓଡିଶା କଲିଂ ଫାଉଣ୍ଡେସନ ପକ୍ଷରୁ କମିଶନରେଟ ପୋଲିସ ଓ ଭୁବନେଶ୍ୱର ଆଞ୍ଚଳିକ ପରିବହନ ସଂସ୍ଥାର ସହଯୋଗରେ ଆୟୋଜନ କରାଯାଇଥିଲା।ଯେଉଁଥିରେ ଟ୍ରାଫିକ ଡିସିପିଙ୍କ ସହିତ ଟ୍ରାଫିକ ଏସିପି ବି ବି ପାଣିଗ୍ରାହୀ,ଉତ୍ତର ଭୁବନେଶ୍ୱର ବିଧାୟକ ସୁଶାନ୍ତ ରାଉତ ଏବଂ ଅନ୍ୟ ଅଧିକାରୀମାନେ ଯୋଗଦେଇ ପିଲାମାନଙ୍କୁ ସଚେତନତା ବାର୍ତା ଦେଇଥିଲେ।
ବାଇଟ-ଟ୍ରାଫିକ ଡିସିପି-ସାଗରିକା ନାଥ
ବାଇଟ-1,2-ଛାତ୍ରୀ
ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ,ଈଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.