ETV Bharat / city

ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ସାରା ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯାୟରେ । ତେବେ ସାଧାରଣତନ୍ତ୍ର ଦିବସ ଉପଲକ୍ଷେ ରାଜଧାନୀ ଭୁବନେଶ୍ବରରେ ଟ୍ରାଫିକ କଟକଣା ଜାରି ହୋଇଛି । ଜାଣନ୍ତୁ ଟ୍ରାଫିକ ନିୟମ ସମ୍ପର୍କରେ...

author img

By

Published : Jan 22, 2020, 6:41 PM IST

ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା
ସାଧାରଣତନ୍ତ୍ର ଦିବସ ପାଇଁ ରାଜଧାନୀରେ ଟ୍ରାଫିକ କଟକଣା

ଭୁବନେଶ୍ବର: ଜାନୁଆରୀ ୨୬, ସାରା ଦେଶ ପାଳିବ ସାଧାରଣତନ୍ତ୍ର ଦିବସ । ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯାୟରେ। ଭୁବନେଶ୍ବରରେ ମଧ୍ୟ ସମସ୍ତ ପ୍ରକାର ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ । ତେବେ ସାଧାରଣତନ୍ତ୍ର ଦିବସ ପାଇଁ ପରେଡ ସମୟରେ କିପରି ରହିବ ଟ୍ରାଫିକ କଟକଣା ସେନେଇ ଜାରି ହୋଇଛି ଆଡଭାଇଜାରି ।

traffic rules advisory in Bhubaneswar

ପ୍ୟାରେଡ ଅଭ୍ୟାସ ଯୋଗୁଁ ରାଜଧାନୀରେ ୨୨ ତାରିଖ ଓ 23 ତାରଖ ଅପରାହ୍ନ 2.30 ରୁ 5.00 ଏବଂ 24 ତାରିଖ ସକାଳ 7 ଟାରୁ 10.30 ମଧ୍ୟରେ ଲାଗୁ ହେବ ଟ୍ରାଫିକ କଟକଣା । ତା ସହିତ ୨୬ ତାରିଖରେ ମଧ୍ୟ ଏହି କଟକଣା ଲାଗୁ ହେବ ।

ତେବେ ଜାଣନ୍ତୁ ସାଧାରଣତନ୍ତ୍ର ଦିବସ ପାଇଁ ଟ୍ରାଫିକ ପରାମର୍ଶ:-

  • ଜାନୁଆରୀ 26 ସକାଳ 6.30 ମିନିଟରୁ ସାଧାରଣତନ୍ତ୍ର ଦିବସ ଉତ୍ସବର ସମାପନ ପର୍ଯ୍ୟନ୍ତ ଟ୍ରାଫିକ କଟକଣା ବଳବତ୍ତର ରହିବ ।
  • ମହାତ୍ମାଗାନ୍ଧୀ ମାର୍ଗରେ ଅନୁଷ୍ଠିତ ହେବ ରାଜ୍ୟସ୍ତରୀୟ ଉତ୍ସବ ଓ ପରେଡ଼ । ତେଣୁ କୌଣସି ଗାଡିକୁ ମହାତ୍ମାଗାନ୍ଧୀ ମାର୍ଗକୁ ଆସିବାକୁ ଦିଆଯିବ ନାହିଁ ।
  • ଜନପଥରେ ଟ୍ରାଫିକ ସ୍ବାଭାବିକ ଭାବେ ଚଳାଚଳ ହେବ, କିନ୍ତୁ ମାଷ୍ଟର କ୍ୟାଣ୍ଟିନଠାରୁ ମହାତ୍ମାଗାନ୍ଧୀ ମାର୍ଗକୁ କୌଣସି ଗାଡିକୁ ଯିବାକୁ ଅନୁମତି ଦିଆଯିବ ନାହିଁ ।
  • ସେହିପରି ସଚିବାଳୟ ମାର୍ଗରେ ହାଉସିଂ ବୋର୍ଡରୁ ପିଏସଜି ପଟରୁ ଆସୁଥିବା ସମସ୍ତ ଗାଡି ରବୀନ୍ଦ୍ର ମଣ୍ଡପ ପୂର୍ବରୁ ବାମ ପଟକୁ ମୋଡ କରାଯିବ । ସେମାନଙ୍କୁ ସଚ୍ଚିବାଳୟ ମାର୍ଗକୁ ଆସିବା ପାଇଁ ଦିଆଯିବ ନାହିଁ ।
  • ଏଜି ଛକରୁ ପିଏମଜି ଛକ ଆଡକୁ ଆସୁଥିବା ଗାଡିକୁ ଇନ୍ଦିରା ଗାନ୍ଧୀ ପାର୍କ ପୂର୍ବରୁ ଡାହାଣକୁ ମୋଡ କରିବେ ।
  • 120 ବାଟାଲିୟନରୁ ରବୀନ୍ଦ୍ର ମଣ୍ଡପ ଛକ ଆଡକୁ ଆସୁଥିବା ଗାଡି ଏମଏଲଏ କଲୋନୀ ମୋଜରେ ବାମକୁ ଯିବେ ।
  • ଗାଡିକୁ ନିର୍ଦ୍ଧାରିତ ସ୍ଥାନରେ ପାର୍କିଂ କିରବେ । ଏଥିପାଇଁ ସ୍ଥାନମାନଙ୍କ ବ୍ୟବସ୍ଥା କରାଯାଇଛି ।

ଭୁବନେଶ୍ବରରୁ ତାପସ ପରିଡ଼ା, ଇଟିଭି ଭାରତ

Intro:ସାଧାରଣ ତନ୍ତ୍ର ଦିବସ ପାଇ ଟ୍ରାଫିକ କଟକଣା,Body:

ଆସନ୍ତା ଜାନୁଆରି ୨୬ ପାଳନ ହେବ ସାଘାରଣତନ୍ତ୍ର ଦିବସ।ଏଥିପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯାୟରେ।ତେବେ ସାଧାରଣ ତନ୍ତ୍ର ଦିବସ ପାଇଁ ପରେଡ ସମୟରେ କିପରି ରହିବ ଟ୍ରାଫିକ କଟକଣା ସେନେଇ ଜାରି ହୋଇଛି ଆଡଭାଇଜାରି।୨୨ ତାରିଖରୁ୨୩ ଯାଏ ଲାଗୁ ହେବ ଏହି କଟକଣା। ତା ସହିତ ୨୬ ତାରିକରେ ଏହି କଟକଣା ଲାଗୁ ହେବ ତେବେ ଜାଣନ୍ତୁ କିପରି ରହିଛି କଟକଣା।।Conclusion:

For All Latest Updates

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.