ଭୁବନେଶ୍ବର: ଦିନକୁ ଦିନ ରାଜ୍ୟରେ ବଢିବାରେ ଲାଗିଛି ଦୁର୍ଘଟଣା । ଯାହାକୁ ଦୃଷ୍ଟିରେ ରଖି ବର୍ତ୍ତମାନ ସମୟରେ ନୂଆ ମୋଟର ଯାନ ଆଇନ ଲାଗୁ କରାଯାଇଛି। ରାଜ୍ୟରେ ଲାଗୁ ହୋଇଥିବା ଏହି ନିୟମ ଉଲ୍ଲଙ୍ଘନକାରୀଙ୍କୁ ଦେବାକୁ ପଡୁଛି ମୋଟା ଅଙ୍କର ତଣ୍ଡ। ତେବେ ନିୟମ ଲାଗୁ ସହ ଲୋକଙ୍କୁ ସଚେତନତା ଆବଶ୍ୟକତା ରହିଛି। ଯାହାକୁ ଦୃଷ୍ଟି ରଖି ଏଣିକି ଶିକ୍ଷାନୁଷ୍ଠାନରେ ଦିଆଯିବ ଟ୍ରାଫିକ ସଚେତନତା। କୋମଳ ବୟସରୁ ଟ୍ରାଫିକ ନିୟମ ବିଷୟରେ ଅବଗତ ହେବେ ସ୍କୁଲ ଓ କଲେଜ ପିଲା।
ରାସ୍ତାରେ ଗଲେ କଣ କରିବେ କଣ ନକରିବେ ସେ ନେଇ ଦିଆଯିବ ଶିକ୍ଷା। ଆଉ ସଚେତନତାର ପାଠ ପଢାଇବ କମିଶନରେଟ ପୋଲିସ। ଏନେଇ ଟ୍ବିନସିଟର କିଛି ଶିକ୍ଷାନୁଷ୍ଠାନରେ ଆରମ୍ଭ ହେବ ସଚେତନତା କ୍ଲାସ ବୋଲି ପୋଲିସ କମିଶନର ସୂଚନା ଦେଇଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଏନେଇ ଦିଆଯିବ ସଚେତନତା ବାର୍ତ୍ତା ।
ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ