ETV Bharat / city

ମନ୍ଦିର ପାଖକୁ ଯିବନି ବାଇକ ଓ କାର, ଜାଣନ୍ତୁ କେମିତି ଯିବେ ଲିଙ୍ଗରାଜ - commissionerate police

ମହାପର୍ବ ମହାଜାଗର ପାଇଁ ସବୁଠି ଚୂଡାନ୍ତ ପର୍ଯ୍ୟାୟରେ ପ୍ରସ୍ତୁତି । ପ୍ରଭୁ ଲିଙ୍ଗରାଜଙ୍କ ଜାଗତ ଯାତ୍ରାରେ ପ୍ରବଳ ଭିଡ ପରିଲକ୍ଷିତ ହୋଇଥାଏ । ତେଣୁ ଟ୍ରାଫିକ ବ୍ୟବସ୍ଥାକୁ ଆଖିରେ ରଖି ଚଳିତ ଥର ମନ୍ଦିର ପାଖକୁ କୌଣସି କାର କିମ୍ବା ବାଇକ ଆସି ପାରିବ ନାହିଁ ।

New traffic advisory issued for jagar
ମନ୍ଦିର ପାଖକୁ ଯିବନି ବାଇକ ଓ କାର, ଜାଣନ୍ତୁ କେମିତି କିପରି ଯିବେ ଲିଙ୍ଗରାଜ
author img

By

Published : Feb 19, 2020, 7:37 PM IST

ଭୁବନେଶ୍ବର: ଜାଗର ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ମହାପ୍ରଭୁ ଲିଙ୍ଗରାଜଙ୍କ ଜାଗର ଯାତ୍ରା ପାଇଁ ତୟାର ହୋଇସାରିଛି ଟ୍ରାଫିକ । ଏଥର ମନ୍ଦିର ପାଖରୁ କୌଣସି ବାଇକ କି କାର ଯିବ ନାହିଁ। କେବଳ ଯିବ ଭିଭିଆପି ଓ ଅଫିସରଙ୍କ କାର । ତେଣୁ ସାଧାରଣ ଲୋକଙ୍କ ପାଇଁ ଅନ୍ୟ ଏକ ବ୍ୟବସ୍ଥା କରାଯାଇଛି ।

New traffic advisory issued for jagar
ମନ୍ଦିର ପାଖକୁ ଯିବନି ବାଇକ ଓ କାର

ମାଉସୀ ମା’ ପଟୁ ଯାଉଥିଲେ, ମାଉସୀ ମା’ ଛକରୁ ରଥରୋଡ ଦେଇ କେବଳ ବାଇକରେ ଯାଇ ହେବ । ନଚେତ ସେପଟେ, କାରକୁ ଅନୁମତି ନାହିଁ । କେବଳ ବିବେକାନନ୍ଦ ମାର୍ଗ ଦେଇ କେଦାରଗୌରୀରେ ପାର୍କ କରିବେ । ବଢେଇ ବାଙ୍କ ଛକ ଦେଇ ବିଏମସି ହସ୍ପିଟାଲ ପାଖ ବିଏମସ ଓ ଏସଏମ ହାଇସ୍କୁଲ ପଡିଆରେ ବାଇକ ପାର୍କିଂ କରାଯିବ । ସେହିପରି ରବି ଟକିଜ ଦିଗରୁ ଆସୁଥିଲେ କଚରାପିଣ୍ଡି ବା କେଦାରଗୌରି ପାଖରେ କାର ଓ ବାଇକ ପାର୍କ କରିବେ। ସେଠାରୁ ବିନ୍ଦୁ ସାଗର କଡେ ଚାଲି ଚାଲି ମନ୍ଦିରକୁ ଯିବେ ।

ମନ୍ଦିର ପାଖକୁ ଯିବନି ବାଇକ ଓ କାର, ଜାଣନ୍ତୁ କେମିତି କିପରି ଯିବେ ଲିଙ୍ଗରାଜ

ସିଟି ବସରେ ଆସିଲେ ବା କାରରେ ଆସିଲେ ଗ୍ୟାରେଜ ଛକ ଦେଇ ଇଲେକ୍ଟ୍ରିକ ଛକ ଦେଇ ଅନନ୍ତ ବାସୁଦେବ ମନ୍ଦିର ପଛପଟେ ବିଏମସି ନିୟୁ ମାର୍କେଟ କମ୍ପ୍ଲେକ୍ସ ପାଖରେ ପାର୍କ କରିବେ। ପୁନମା ଗେଟ ଦେଇ ଆସୁଥିଲେ ଉଭୟ ବାଇକ ଓ କାରରେ ଆସି ଆରଆଇ ଅଫିସ ଗ୍ରାଉଣ୍ଡରେ ପାର୍କ କରିବେ କିନ୍ତୁ ବଢେଇବାଙ୍କ ପର୍ଯ୍ୟନ୍ତ କାର ଆସିପାରିବ ନାହିଁ। ଅନ୍ୟପଟେ, ଦକ୍ଷୀଣକାଳି ବା ତାରାସୁନ୍ଦରାୟ ରୋଡ ଦେଇ ଉଭୟ ବାଇକ ଓ କାର ଆଣି ପାରିବେ ହେଲେ ବିଏମ ହାଇସ୍କୁଲ ଓ ଏସଏମ ହାଇସ୍କୁଲ ପଡିଆରେ ପାର୍କ କରିବେ।

କେଉଟ ସାହି ଦିଗରୁ ଆସିଲେ କେଦାର ଲେନ ଦେଇ ତାରିଣୀ ରିସୋର୍ଟ ଦେଇ ବିଏମସି ମାର୍କେଟ କମ୍ପ୍ଲେକ୍ସରେ ପହଞ୍ଚିବେ । ଭିଆପି ଓଫିସିଆଲ ପାଇଁ ପୁରୁଣା ଥାନା ପାଖରେ ପାର୍କିର ସୁବିଧା କରାଯାଇଛି। ମାନଚିତ୍ର ଅନୁସାରେ ହଳଦିଆ ସ୍ଥାନ ମାନଙ୍କରେ ପାଦଚଲା ରହିଛି ଓ ନାଲି ସ୍ଥାନ ଗୁଡିକରେ ବାଇକ ଚଳପ୍ରଚଳ ପାଇଁ ବ୍ୟବସ୍ଥା ରହିଛି। ଏହିପରି ଭାବରେ ମୋଟ ୧୪ଟି ପାର୍କିଂ ପ୍ଲେସ କରାଯାଇଛି।

ଚାରି ଚକିଆ ଓ ଦୁଇଚକିଆ ଅଲଗା ପାର୍କିଂ କରିବେ। ଶିବରାତ୍ରୀ ପାଇଁ ଟ୍ରାଫିକ ଡିସିପି ସାମ୍ବାଦିକ ସମ୍ମିଳନୀରେ ଏଭଳି ସୂଚନା ଦେଇଛନ୍ତି । କମିଶନରେଟ୍ ପୋଲିସ ପାର୍କରୁ ଟ୍ରାଫିକ ଆଡଭାଇଜୋରି ଜାରୀ କରାଯାଇଛି। ଏମର୍ଜେନ୍ସି ଭେହିକିଲକୁ ସବୁଠି ପ୍ରାଧାନ୍ୟ ମିଳିବ । ମହାଶିବରାତ୍ରୀ ପାଇଁ ୩ ଲେୟାର ପାର୍କିଂ ବ୍ୟବସ୍ଥା କରାଯାଇଛି । ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଫୋର୍ସ ମୁତୟନ ରହିବେ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.