ETV Bharat / city

ବଢୁଛି ପିଆଜ ଦର; ରାଜ୍ୟ ସରକାରଙ୍କୁ ଦାୟୀ କଲା ବ୍ୟବସାୟ ସଂଘ - Onion price hike

ପିଆଜ ଦର ବୃଦ୍ଧିକୁ ନେଇ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ବ୍ୟବସାୟୀ ମହାସଂଘ । ରାଜ୍ୟରେ ଶୀତଳ ଭଣ୍ଡାରର ଅଭାବ ରହିଛି । ପିଆଜ ଚାଷ ପାଇଁ ଚାଷୀଙ୍କୁ ପ୍ରୋତ୍ସାହନ ଦିଆଯାଉନଥିବା ବେଳେ ଅନ୍ୟ ରାଜ୍ୟର ପିଆଜ ଉପରେ ନିର୍ଭର ହେବାକୁ ପଡୁଛି । ସେପଟେ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି ତୁ ତୁ ମେ ମେ । ସମ୍ପୂର୍ଣ୍ଣ ପଢନ୍ତୁ...

ବଢୁଛି ପିଆଜ ଦର;  ରାଜ୍ୟ ସରକାରଙ୍କୁ ଦାୟୀ କଲା ବ୍ୟବସାୟ ସଙ୍ଘ

author img

By

Published : Oct 24, 2020, 8:28 AM IST

Updated : Oct 24, 2020, 12:26 PM IST

ଭୁବନେଶ୍ବର: ରାଜ୍ୟରେ ପିଆଜ ଦର 80 ପାର ହେବାକୁ ବସିଲାଣି । ଯାହା ଏବେ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଆଉ ଏହାପରେ ଆରମ୍ଭ ହୋଇଯାଇଛି ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୁ ତୁ ମେ ମେ । ଗୋଟେ ପଟେ ବିରୋଧୀ ଶାସକ ଦଳକୁ ଦାୟୀ କରିଥିବା ବେଳେ ଅନ୍ୟପଟେ ଶାସକ ଦଳ ଖୁବଶୀଘ୍ର ପିଆଜ ଦର ନିୟନ୍ତ୍ରଣ ହେବ ବୋଲି କହିଛି । ପୁଣି ଅନ୍ୟପଟେ ରାଜ୍ୟ ସରକାରଙ୍କ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି ବ୍ୟବସାୟୀ ସଂଘ ।

ବଢୁଛି ପିଆଜ ଦର; ରାଜ୍ୟ ସରକାରଙ୍କୁ ଦାୟୀ କଲା ବ୍ୟବସାୟ ସଙ୍ଘ

ରାଜ୍ୟ ଏହାର ବିକଳ୍ପ ବ୍ୟବସ୍ଥା କ'ଣ ନାହିଁ ନା ସରକାରଙ୍କ ପାଖରେ ଆନ୍ତରିକତା ନାହିଁ ବୋଲି ଏଭଳି କିଛି ପ୍ରଶ୍ନ କରିଛି ବ୍ୟବସାୟୀ ସଂଘ । ପ୍ରତିବର୍ଷ ପିଆଜ ଦର ଏହି ସମୟରେ ବଢ଼ୁ ଥିବାରୁ କାରଣ ଯାହା ହେଉନା କାହିଁକି ସାଧାରଣ ଖାଉଟି ମୁଣ୍ଡରେ ଚଡକ ପକାଇ ଦେଉଛି । ଏନେଇ ବ୍ୟବସାୟୀ ମହାସଂଘ କହିଛି ଯେ, ପିଆଜ ଦର ନିଶ୍ଚିତ ରୁପେ ଚିନ୍ତାର କାରଣ ପାଲଟିଛି । ଚଳିତ ବର୍ଷ ଆନ୍ଧ୍ର ଏବଂ ବେଙ୍ଗାଲୁରୁ ପିଆଜ ଲଗାଣ ବର୍ଷାରେ ନଷ୍ଟ ହୋଇଥିବା କାରଣରୁ ପିଆଜ ଦର ବଢିଛି । ଏହାସହ ନାସିକରେ ମଧ୍ୟ ସମାନ ଧରଣର ପରିସ୍ଥିତି । ଆମ ରାଜ୍ୟ ବହାର ରାଜ୍ୟ ଉପରେ ନିର୍ଭର କରେ । ରାଜ୍ୟରେ ପିଆଜ ଉତ୍ପାଦନ ପାଇଁ ଚାଷୀଙ୍କୁ ପ୍ରୋତ୍ସାହିତ କରାଯାଉ ନାହିଁ । ରାଜ୍ୟରେ ଶୀତଳଭଣ୍ଡାର ମଧ୍ୟ ଅଭାବ ରହିଛି । ଫଳରେ ଆମକୁ ନାସିକ ଉପରେ ନିର୍ଭର ହେବାକୁ ପଡୁଛି । ସେପଟେ ସେଠାରେ ବନ୍ୟା ଯୋଗୁଁ ପିଆଜ କମ ଆମରଦାନୀ ହେଉଥିବାରୁ ଦର ବଢୁଛି ବୋଲି କହିଛି ବ୍ୟବସାୟୀ ସଂଘ । ସେଠାରୁ ୬୦ ଟଙ୍କାରେ ପିଆଜ ଆମଦାନୀ ହେଉଛି । ଫଳରେ ରାଜ୍ୟରେ ପିଆଜ ଦର ବଢୁଥିବା କହିଛନ୍ତି ବ୍ୟବସାୟୀ ସଂଘର ସମ୍ପାଦକ ଶକ୍ତି ଶଙ୍କର ମିଶ୍ର । ଦୀପାବଳି ପରେ ନାସିକରେ ଦ୍ଵିତୀୟ ଫସଲ ଆମଦାନୀ ହେବ ତାପରେ ଦର ନିୟନ୍ତ୍ରଣ ହେବ ବୋଲି ସେ କହିଛନ୍ତି ।

ସେପଟେ ରାଜ୍ୟ ସରକାରଙ୍କୁ ଭର୍ସନା କରିଛି ବିଜେପି । ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର କହିଛନ୍ତି ଯେ, ରାଜ୍ୟ ସରକାର ପୂର୍ବରୁ ପିଆଜ ମିଶନ କରିଥିଲେ । ଏଥିପାଇଁ ୧୦୦ କୋଟି ଟଙ୍କାର ଏହି ମିଶନ ଫେଲ ହୋଇଛି । ଏହାସହ ଆଳୁ ମିଶନ ମଧ୍ୟ ଫେଲ୍ ହୋଇଛି । ସରକାରଙ୍କ ଚାଷୀଙ୍କୁ ପ୍ରୋତ୍ସାହିତ କରିନାହାନ୍ତି, ମାର୍କେଟିଂ ଲିଙ୍କେଜ୍ ମଧ୍ୟ ହୋଇନାହିଁ, ବିହନ ଯୋଗାଇ ଦିଆଯାଉନାହିଁ । ଫଳରେ ରାଜ୍ୟରେ ପିଆଜ ଦର ୮୦ ପାର ହେବାକୁ ବସିଲାଣି । ସେପଟେ ଏହାର ଜବାବରେ ବିଜେଡି କହିଛି ଯେ,ଏଥିପାଇଁ ସରକାର ପଦକ୍ଷେପ ନେଉଛନ୍ତି । କୋରୋନା ସହିତ ପ୍ରଡକସନ୍ କମ ଯୋଗୁଁ ଏଭଳି ସମସ୍ୟା ହୋଇଛି । କେବଳ ଓଡ଼ିଶାରେ ଦର ବଢିନି । ସବୁ ରାଜ୍ୟରେ ଦରଦାମ ବଢିଛି । ଖୁବଶୀଘ୍ର ପିଆଜ ଦର ନିୟନ୍ତ୍ରଣ ହେବ ବୋଲି କହିଛନ୍ତି ବିଜେଡି ନେତା ଅରବିନ୍ଦ ଢାଲି ।

ଏହାସହ ପିଆଜଦର ନିୟନ୍ତ୍ରଣ କରିବାକୁ ରାଜ୍ୟ ସରକାର ପ୍ରୟାସ ଆରମ୍ଭ କରିଦେଇଛନ୍ତି । ରାଜ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସଚିବ ଏନେଇ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଚିଠିରେ ଉଲ୍ଲେଖ ରହିଛି ଯେ, ଜିଲ୍ଲାପାଳମାନେ ପିଆଜ ଦରକୁ ଜିଲ୍ଲାରେ ନିୟନ୍ତ୍ରଣରେ ରଖିବା ଉପରେ ଜୋର ଦିଅନ୍ତୁ । ଜିଲ୍ଲାରେ କିପରି କଳାବଜାରୀକୁ ସମୂଳେ ନାଶ କରି ହେବ ସେନେଇ ସମସ୍ତ ସମୟ ଉପଯୋଗୀ ପଦକ୍ଷେପ ନିଅନ୍ତୁ । କେନ୍ଦ୍ର ସରକାର ମଧ୍ୟ ପିଆଜ ଦର ବୃଦ୍ଧିକୁ ନେଇ କଟକଣା ଜାରି କରିଛନ୍ତି । ଏବେ ପାଇକାରୀ ବେପାରୀ ୨୫ ମେଟ୍ରିକ ଟନ୍ ଓ ଖୁଚୁରା ବ୍ୟବସାୟୀ ମାତ୍ର ୨ ମେଟ୍ରିକ ଟନ୍ ପିଆଜ ରଖିପାରିବେ । ସେହିପରି ପିଆଜ ଆମଦାନୀ ପାଇଁ ଜାରି ହେବ ୧୦ ହଜାର ମେଟ୍ରିକ ଟନ୍ ଟେଣ୍ଡର ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Oct 24, 2020, 12:26 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.