ETV Bharat / city

କଂଗ୍ରେସର କ୍ଷେତି ବଞ୍ଚାଓ ଆନ୍ଦୋଳନ, ଭୁବନେଶ୍ବରରୁ କଟକ ଟ୍ରାକ୍ଟର ରାଲି

କୃଷି ଆଇନକୁ ବିରୋଧ କରି କଂଗ୍ରେସର କ୍ଷେତି ବଞ୍ଚାଓ ଆନ୍ଦୋଳନ । ଟ୍ରାକ୍ଟରରେ ଚଢି ଶୋଭାଯାତ୍ରାରେ ବାହାରିଲେ କଂଗ୍ରେସ ନେତା । ଅଧିକ ପଢନ୍ତୁ...

author img

By

Published : Nov 9, 2020, 11:56 AM IST

କଂଗ୍ରେସର କ୍ଷେତି ବଞ୍ଚାଓ ଆନ୍ଦୋଳନ
କଂଗ୍ରେସର କ୍ଷେତି ବଞ୍ଚାଓ ଆନ୍ଦୋଳନ

ଭୁବନେଶ୍ବର: ରାଜ୍ୟ କଂଗ୍ରେସ ପକ୍ଷରୁ କ୍ଷେତି ବଞ୍ଚାଓ ଆନ୍ଦୋଳନ ଆରମ୍ଭ ହୋଇଛି । ଅଭିନବ ଉପାୟରେ ଟ୍ରାକ୍ଟର ରାଲି କରି କଂଗ୍ରେସ ପକ୍ଷରୁ ଶୋଭାଯାତ୍ରା ଆରମ୍ଭ କରାଯାଇଛି । ଏଥିରେ ପିସିସି ସଭାପତି ନରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ପ୍ରଭାରୀ ଏ ଚେଲ୍ଲାକୁମାର ଯୋଗ ଦେଇଛନ୍ତି ।

କଂଗ୍ରେସର କ୍ଷେତି ବଞ୍ଚାଓ ଆନ୍ଦୋଳନ

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଏହି ରାଲି କରାଯାଉଛି । ଟ୍ରାକ୍ଟର ରାଲି କଂଗ୍ରେସ ଭବନରୁ ଆରମ୍ଭ ହୋଇ କଟକ ପର୍ଯ୍ୟନ୍ତ ଯିବ ବୋଲି ଜଣାପଡିଛି । ଦଳର ସମସ୍ତ ନେତା ଓ ଛାମୁଆ ସଂଗଠନ ଏହି ରାଲିରେ ଉପସ୍ଥିତ ରହିଛନ୍ତି ।

ଏହାସହ ଆଗାମୀ ଦିନରେ ବିଭିନ୍ନ ଜିଲ୍ଲାରେ ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେଲ୍ଲାକୁମାର କହିଛନ୍ତି । ଏହାସହ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ମଧ୍ୟ ସମାଲୋଚନା କରିଛନ୍ତି । ସେପଟେ ଏକ କୋଟିର ଦସ୍ତଖତ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଦିଆଯିବ ବୋଲି ନିରଞ୍ଜନ କହିଛନ୍ତି ।

ସୂଚନାଥାଉକି, କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ କଂଗ୍ରେସ ନଭେମ୍ବର 1 ତାରିଖରୁ ସାରା ଦେଶରେ ଏଭଳି ରାଲିର ଆୟୋଜନ କରୁଛି । ଏହା ନଭେମ୍ବର 10 ତାରିଖରେ ସମାପ୍ତ ହେବ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.