ETV Bharat / city

TPCODL MITRA ଆପ୍‌ ଉନ୍ମୋଚିତ - ଟାଟା ପାୱାର ସେଣ୍ଟ୍ରାଲ୍ ଓଡି଼ଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍

ସେଲ୍ଫ୍ ମିଟର ରିଡିଂ ଆପ୍ ‘TPCODL MITRA’ ର ହେଲା ଶୁଭାରମ୍ଭ । ନିଜେ ନିଜର ମିଟର ରିଡିଂ ସ୍କାନ୍ କରି ପାରିବେ ଉପଭୋକ୍ତା । ଅଧିକ ପଢ଼ନ୍ତୁ...

TPCODL MITRA ଆପ୍‌ ଉନ୍ମୋଚିତ
TPCODL MITRA ଆପ୍‌ ଉନ୍ମୋଚିତ
author img

By

Published : Jun 18, 2021, 7:07 AM IST

ଭୁବନେଶ୍ବର: ଟାଟା ପାୱାର ସେଣ୍ଟ୍ରାଲ୍ ଓଡି଼ଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (TPCODL) ଗୁରୁବାର ଏହାର ସେଲ୍ଫ୍ ମିଟର ରିଡିଂ ଆପ୍ ‘TPCODL MITRA’ ର ଶୁଭାରମ୍ଭ କରିଛି । ଏହି ଆପ ଜରିଆରେ ବିଦ୍ୟୁତ ଉପଭୋକ୍ତାମାନେ ନିଜେ ନିଜର ମିଟର ରିଡିଂ ସ୍କାନ୍ କରିପାରିବେ । ଏହା ସହ ଅନଲାଇନରେ ବିଦ୍ୟୁତ ଦେୟ ପୈଠ କରିପାରିବେ ଗ୍ରାହକ ।

TPCODL MITRA ଆପ ବ୍ୟବହାର କରିବା ପାଇଁ ତିନୋଟି ସରଳ ପଦକ୍ଷେପ ଅନୁସରଣ କରିବାକୁ ପଡିବ । ଏଥିପାଇଁ ପ୍ରଥମେ ଗ୍ରାହକମାନଙ୍କୁ ସେଲ୍ଫ ମିଟର ରିଡିଂ ସେବାରେ ପଞ୍ଜିକରଣ କରିବାକୁ ପଡ଼ିବ । ଏହାପରେ ଗ୍ରାହକମାନେ ନିଜର ସ୍ମାର୍ଟଫୋନକୁ ବ୍ୟବହାର କରି ମିଟରର ସଦ୍ୟତମ ରିଡିଂ ଜାଣିପାରିବେ । ଆପରେ ତାହାକୁ ଦର୍ଶାଇ ବିଲ୍ ସୃଷ୍ଟି କରିପାରିବେ ।

ଥରେ ବିଲ୍ ସୃଷ୍ଟି ହେବା ପରେ ଆପ ମାଧ୍ୟମରେ ଅନଲାଇନରେ ପେମେଣ୍ଟ କରିପାରିବେ । ଏହା ବ୍ୟତୀତ ଗ୍ରାହକମାନେ ଚୋରି ସମସ୍ୟା ବିଷୟରେ ରିପୋର୍ଟ କରିପାରିବେ । କିମ୍ବା ‘TPCODL MITRA’ ଆପ୍ ମାଧ୍ୟମରେ ପାୱାର୍ କଟ୍ ସୂଚନା ଗ୍ରହଣ କରିପାରିବେ । ଆପ ବିଷୟରେ କମ୍ପାନିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏମ୍ ସେନବାଗମ କହିଛନ୍ତି ଯେ, ଏକ ଗ୍ରାହକ କୈନ୍ଦ୍ରୀକ ସଂସ୍ଥା ଭାବେ ଗ୍ରାହକମାନଙ୍କୁ ସର୍ବାଧିକ ସୁବିଧା ପ୍ରଦାନ କରିବାକୁ ଆମେ ପ୍ରତିବଦ୍ଧ । ଏଭଳି ମୂଲ୍ୟ ଯୁକ୍ତ ସେବା ଜରିଆରେ ଗ୍ରାହକମାନଙ୍କୁ ସଶକ୍ତ କରିବା ଉଦ୍ୟମର ପ୍ରତିଫଳନ ହେଉଛି ସେଲ୍ଫ-ମିଟର ରିଡିଂ ଆପ୍ । ଆଗାମୀ ଦିନରେ ଆମେ ଏଭଳି ଆହୁରି ଅଧିକ ସେବା ଉନ୍ମୋଚନ ଜାରି ରଖିବୁ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.