ETV Bharat / city

ନନ୍ଦନକାନନରେ ଯାତ୍ରୀ ହନ୍ତସନ୍ତ, ଜଙ୍ଗଲ ମଝିରେ ପୁଣି ଅଟକିଲା ଟଏ ଟ୍ରେନ - ଟଏ ଟ୍ରେନ୍‌ରେ ଯାନ୍ତ୍ରିକ ତ୍ରୁଟି

ଜଙ୍ଗଲ ମଝିରେ ବନ୍ଦ ହେଇଗଲା ଟଏ ଟ୍ରେନ । ବ୍ୟାଟେରୀ ଚାଳିତ ଗାଡ଼ି ଦ୍ୱାରା ଉଦ୍ଧାର ହେଲେ ପର୍ଯ୍ୟଟକ । ଅଧିକ ପଢ଼ନ୍ତୁ

toy train of Nandankanan again shows Engine problem in mid way of forest
ଯାତ୍ରୀ ହନ୍ତସନ୍ତ, ଜଙ୍ଗଲ ମଝିରେ ପୁଣି ବନ୍ଦ ହେଲା ନନ୍ଦନକାନନର ଟଏ ଟ୍ରେନ
author img

By

Published : Nov 17, 2021, 9:30 PM IST

ଭୁବନେଶ୍ବର: ଦୀର୍ଘଦିନ ଧରି ବନ୍ଦ ରହିବା ପରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପୁନର୍ବାର ଟଏ ଟ୍ରନେ ଚଳାଚଳ ଆରମ୍ଭ ହୋଇଥିଲା । ପର୍ଯ୍ୟଟକ ମଧ୍ୟ ଏଠାରେ ଥିବା ଟଏ ଟ୍ରେନରେ ବସି ପ୍ରାଣୀ ଉଦ୍ୟାନର ଆନନ୍ଦ ଉଠାଇବାକୁ ବ୍ୟାଗ୍ର ହୋଇଥିଲେ । ହେଲେ ଉଦଘାଟନ ହେବାର ମାତ୍ର କିଛିଦିନ ଭିତରେ ହିଁ ଟଏ ଟ୍ରେନ ବାରମ୍ବାର ଖରାପ ହେଉଥିବା ଦେଖାଦେଇଛି । ଏଥିପାଇଁ ଟ୍ରେନରେ ବସୁଥିବା ପର୍ଯ୍ୟଟକଙ୍କୁ ମଧ୍ୟ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି ।

ବୁଧବାର ମଧ୍ୟ କିଛି ଏଭଳି ଦୃଶ୍ୟ ପୁନଃ ଦେଖିବାକୁ ମିଳିଥିଲା । ଜଙ୍ଗଲ ମଝିରେ ବନ୍ଦ ହେଇଗଲା ଟଏ ଟ୍ରେନ । ଚାଲୁଥିବା ବେଳେ ଅଧାରୁ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଅଟକିଯାଇଥିଲା । ଅପରହ୍ଣ ୪ଟା ବେଳେ ଶେଷ ଟ୍ରିପ ବେଳେ ଟ୍ରେନ୍‌ରେ ଏହି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା । ଜଙ୍ଗଲ ମଧ୍ୟରେ ଟ୍ରେନ୍‌ରେ ବସିଥିବା ୨୨ ଜଣ ପର୍ଯ୍ୟଟକ ମଧ୍ୟ ଅଟକି ଯାଇଥିଲେ ।

ଫଳରେ ବ୍ୟାଟେରୀ ଚାଳିତ ଗାଡ଼ି ଦ୍ୱାରା ହେଲେ ୨୨ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଗଲା । ଉଦଘାଟନ ହେବାର କିଛି ଦିନ ପରେ ହିଁ ଖରାପ ହୋଇ ଯାଇଥିଲା ଟଏ ଟ୍ରେନ । ପ୍ରାୟ ଏକ ମାସ ପରେ ଗତକାଲି(ମଙ୍ଗଳବାର) ପୁନଃ ଆରମ୍ଭ ହୋଇଥିଲା ଏହି ସେବା । ଦୈନିକ ୬ ଥର ଚାଲିବ ବୋଲି ସୂଚନା ଦେଇଥିଲେ କର୍ତ୍ତୃପକ୍ଷ । ହେଲେ ବୁଧବାର ୬ ନମ୍ବର ଟ୍ରିପ୍‌ ବେଳେ ହିଁ ପୁନଃ ଟଏ ଟ୍ରେନରେ ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.