ETV Bharat / city

ଲକଡାଉନ ବାଧା: ସରିଲା କାଳିଆ ଦର୍ଶନ, ବିଲରେ ବିତୁଛି ଜୀବନ - ଧଉଳି ଛକ

ସାଇ ବାବାଙ୍କ ନାମ ପ୍ରଚାର ପାଇଁ ଶିରିଡିରୁ ଆସିଥିଲେ ଜଗନ୍ନାଥ ଧାମ । ସପରିବାରେ କାଳିଆ ଦର୍ଶନ ହେଲା । କିନ୍ତୁ ଆଉ ଫେରିପାରିଲେନି ଘରକୁ । ଅଧିକ ପଢନ୍ତୁ...

ଲକଡାଉନ ବାଧା: ସରିଲା କାଳିଆ ଦର୍ଶନ, ବିଲରେ ବିତୁଛି ଜୀବନ

author img

By

Published : May 2, 2020, 8:55 PM IST

ଭୁବନେଶ୍ବର: ସନ୍ଧ୍ୟା ହେଲେ ଅନ୍ଧାରରେ ବିତୁଛି ଜୀବନ । ବର୍ଷା ଓ ପବନ ଆସିଲେ ଅବସ୍ଥା ବେହାଲ । ପିଲାଛୁଆଙ୍କୁ ଧରି ଗଣୁଛନ୍ତି ପ୍ରମାଦ । ଭୟ ଓ ଆଶଙ୍କାରେ କଟୁଛି ଦିନ । ମନେ ପଡୁଛି ସୂଦୂର ମହାରାଷ୍ଟ୍ରରେ ଥିବା ଭିଟାମାଟି । କାଦୁଅ ବିଲରେ ବସି ସରକାରୀ ସହାୟତାକୁ କରିଛନ୍ତି ଅପେକ୍ଷା । ଏହା ଧଉଳି ଛକ ପାଖରେ ଥିବା ଏକ ଦୃଶ୍ୟ ।

ଲକଡାଉନ ବାଧା: ସରିଲା କାଳିଆ ଦର୍ଶନ, ବିଲରେ ବିତୁଛି ଜୀବନ

ଯେଉଁଠି ଲକଡାଉନ ଯୋଗୁଁ ଫସିରହିଛନ୍ତି 8ଟି ପରିବାରର 60 ଲୋକ । ପାଖରେ ନା ଟଙ୍କା ଅଛି ନା ଖାଇବାକୁ ରାସନ । ଯାହା କିଛି ଗଚ୍ଛିତ ଅର୍ଥ ଥିଲା ଏହା ଭିତରେ ଶେଷ ହୋଇଛି । ମୁଣ୍ଡ ଗୁଞ୍ଜିବାକୁ ଘରଟିଏ ମଧ୍ୟ ମିଳିନି । ପ୍ରଥମ କିଛି ଦିନ ସ୍ଥାନୀୟ ସରପଞ୍ଚ ବଢାଇଥିଲେ ସହାୟତାର ହାତ । ହେଲେ ପରେ ମିଳିଲାନି ଦେଖା ଦର୍ଶନ ।

ସାଇ ବାବାଙ୍କ ନାମ ପ୍ରଚାର ପାଇଁ ଶିରିଡିରୁ ଆସିଥିଲେ ଜଗନ୍ନାଥ ଧାମ । ସପରିବାରେ କାଳିଆ ଦର୍ଶନ ହେଲା । କିନ୍ତୁ ଆଉ ଫେରିପାରିଲେନି ଘରକୁ । ମାସେ ହେଲା ଓଡିଶାରେ ଫସି ରହିଛନ୍ତି ଏଇ ୮ ଟି ପରିବାର । ସାଙ୍ଗରେ ପିଲାଛୁଆ ଥିବାବେଳେ ଭୋଗୁଛନ୍ତି ନାନା ସମସ୍ୟା । କେବେ ଘରକୁ ଫେରିବେ ଆଶା ବାନ୍ଧି ବସିଛନ୍ତି । ଓଡିଶା ଓ ମହାରାଷ୍ଟ୍ର ସରକାରଙ୍କ ଦୃଷ୍ଟି ଆଢୁଆଳରେ ବିଲରେ ବିତାଉଛନ୍ତି ଜୀବନ ।

ଭୁବନେଶ୍ବରରୁ ତାପସ ପରିଡା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.