ETV Bharat / city

ଉତ୍ତର ଭୁବନେଶ୍ବରରେ ୩ ନୂଆ ମୁହଁ, ଘମାଘୋଟ ହେବ ଲଢେଇ - Bhubaneswar

ଉତ୍ତର ନିର୍ବାଚନ ମଣ୍ଡଳୀରେ ଏଥର ୩ ନୂଆ ମୁହଁ । କିଏ ଦେବ କାହାକୁ ଟକ୍କର ? କାହାର ପଲା ହେବ ଭାରି ? ପୂର୍ବପରି ଶାସକ ଦଳ ବାଜିମାତ କରିବ ନା ଉତ୍ତରରେ ପଦ୍ମ ଫୁଟିବ, ନା କଂଗ୍ରେସ ଖୋଲିବ ତାର ଖାତା? ଉତ୍ତର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଲଢ଼େଇକୁ ନେଇ ଏବେ ଢେର ଚର୍ଚ୍ଚା ।

ଫଟୋ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର
author img

By

Published : Apr 21, 2019, 9:23 PM IST

ଭୁବନେଶ୍ବର: ଉତ୍ତର ନିର୍ବାଚନ ମଣ୍ଡଳୀରେ ଏଥର ୩ ନୂଆ ମୁହଁ । କିଏ ଦେବ କାହାକୁ ଟକ୍କର ? କାହାର ପଲା ହେବ ଭାରି ? ପୂର୍ବପରି ଶାସକ ଦଳ ବାଜିମାତ କରିବ ନା ଉତ୍ତରରେ ପଦ୍ମ ଫୁଟିବ, ନା କଂଗ୍ରେସ ଖୋଲିବ ତାର ଖାତା? ଉତ୍ତର ନିର୍ବାଚନ ମଣ୍ଡଳୀରେ ହେବାକୁ ଥିବା ଲଢ଼େଇକୁ ନେଇ ଏବେ ଢେର ଚର୍ଚ୍ଚା । ଶାସକ ଦଳ ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନାକୁ ନେଇ ପୁଣି ଥରେ ବିଜୟୀ ହେବାର ଆଶା ବାନ୍ଧିଥିବାବେଳେ କେନ୍ଦ୍ର ସରକାରଙ୍କ ବିକାଶ ଧାରାକୁ ନେଇ ବିଜେପି ମଧ୍ୟ ବେଶ ଆଶାବାଦୀ ।

ଭିଡିଓ ସୌଜନ୍ୟ- ସମ୍ବାଦଦାତା, ଭୁବନେଶ୍ବର

୨୦୦୯ରେ ପ୍ରଥମ ଥର କରି ଭୁବନେଶ୍ବର ଉତ୍ତର ନିର୍ବାଚନ ମଣ୍ଡଳୀରେ ଏକାକୀ ଶାସକ ବିଜେଡି ବାଜିମାତ କରି ଶାସନକୁ ଆସିଥିଲା । ୨୦୧୪ରେ ଏଠାରେ ବିଜେଡି ପ୍ରାର୍ଥୀ ପ୍ରିୟଦର୍ଶୀ ମିଶ୍ର ବାଜିମାତ କରିଥିଲେ । ୨୦୧୪ ସାଧାରଣ ନିର୍ବାଚନରେ ଏଠାରେ ଭୋଟର ସଂଖ୍ୟା ୨ ଲକ୍ଷ ୭୦ ହଜାର ଥିଲା । ଏଥର ପ୍ରିୟଦର୍ଶୀଙ୍କୁ ବାଦ ଦେଇ ଦଳ ନୂଆ ଚେହେରା ସୁଶାନ୍ତ ରାଉତଙ୍କୁ ଟିକେଟ ଦେଇଛି । ଯଦିଓ ସେ ରାଜନୀତିରେ ନବାଗତ ତଥାପି ସେ ସରକାରଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମ ନେଇ ନିଜେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି । ନବୀନ ବାବୁଙ୍କ ବିକାଶ ଧାରାରେ ଏ ନିର୍ବାଚନ ମଣ୍ଡଳୀ ପୁଣି ଥରେ ବିଜେଡିକୁ ଜୟଯୁକ୍ତ କରିବ ବୋଲି ସେ କହିଛନ୍ତି । ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ହିଁ ଭୋଟରଙ୍କୁ ଆକୃଷ୍ଟ କରିବ ବୋଲି ସେ କହିଛନ୍ତି ।

ସେହିପରି ବିଜେପି ଏଥର ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ପ୍ରାର୍ଥୀ କରିଛି । ଅପରାଜିତା କେନ୍ଦ୍ର ସରକାରଙ୍କ ଲୋକପ୍ରିୟ ଯୋଜନା ଓ ମୋଦିଙ୍କ ବିକାଶ ଧାରାକୁ ନେଇ ନିର୍ବାଚନ ଲଢ଼ୁଛନ୍ତି ବୋଲି କହିଛନ୍ତି । ଲୋକେ ମୋଦିଙ୍କ ଜନକଲ୍ୟାଣ କରି କାର୍ଯ୍ୟକ୍ରମ ଯୋଗୁଁ ଲୋକେ ତାଙ୍କୁ ନିଶ୍ଚୟ ଭରସା କରିବେ ବୋଲି ଅପରାଜିତା କହିଛନ୍ତି । ୧୯ ବର୍ଷ ଧରି ଶାସକ ଦଳର ବିଫଳତାକୁ ନେଇ ସେ ଲୋକଙ୍କ ପାଖରେ ପରିବର୍ତ୍ତନର ସ୍ବର ଦେଖିବାକୁ ପାଉଛନ୍ତି ।

ସେପଟେ କଂଗ୍ରେସ ମଧ୍ୟ ପ୍ରତିଥର ପରି ପ୍ରାର୍ଥୀ ପରିବର୍ତ୍ତନ କରିଛି । ଦଳ ଏଥର ଯୁବ ଚେହେରାଙ୍କୁ ଭରସା କରିଛି । ଇତିଶ ପ୍ରଧାନଙ୍କୁ କଂଗ୍ରେସ ଟିକେଟ ଦେଇଛି । ସେ ରାଜ୍ୟ ଛାତ୍ର କଂଗ୍ରେସର ସଭାପତି ଅଛନ୍ତି । ଯୁବ ବର୍ଗ କଂଗ୍ରେସକୁ ଭରସା କରିଛନ୍ତି । ୧୯ ବର୍ଷର ବିଜେଡି ସରକାର ଓ କେନ୍ଦ୍ରରେ ମୋଦି ସରକାରଙ୍କ ବିଫଳତା ଯୋଗୁଁ ଏଥର ଜନ ସାଧାରଣ କଂଗ୍ରେସ ଉପରେ ଉତ୍ତର ଭୁବନେଶ୍ବରରେ ଭରସା କରିବେ ଓ ଇତିଶ ନିଶ୍ଚିତ ଭାବେ ଲୋକଙ୍କ ବିଶ୍ବାସଭାଜନ ହେବେ ବୋଲି ବରିଷ୍ଠ କଂଗ୍ରେସ ନେତା ଶିବାନନ୍ଦ ରାୟ କହିଛନ୍ତି ।

କେବଳ ଏହି ତିନି ରାଜନୈତିକ ଦଳର ପ୍ରାର୍ଥୀ ନୁହଁନ୍ତି ବିଭିନ୍ନ ରାଜନୈତିକ ଦଳର ପ୍ରାର୍ଥୀ ମଧ୍ୟ ଏଥର ନିର୍ବାଚନ ମଇଦାନରେ ଅଛନ୍ତି । ସାଧାରଣ ଲୋକଙ୍କ ସମସ୍ୟାକୁ ନେଇ ଏମାନେ ଯିବେ ଭୋଟରଙ୍କ ପାଖକୁ । ୨୩ ତାରିଖରେ ଏଠାରେ ମତଦାନ ହେବ, କାହା ଉପରେ ଭୋଟର ଭରସା କରିବେ ତାହା ଉପରେ ସମସ୍ତଙ୍କ ନଜର ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Intro:Body:

ଉତ୍ତର ଭୁବନେଶ୍ବରରେ ୩ ନୂଆ ମୁହଁ, ଘମାଘୋଟ ହେବ ଲଢେଇ 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.