ETV Bharat / city

ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଦିନକରେ 5 ମୃତ

ଓଡିଶାରେ ନିୟନ୍ତ୍ରଣାଧୀନ ହେଉଛି କୋରୋନା ସଂକ୍ରମଣ । ଦିନକୁଦିନ କମୁଛି ମୃତ୍ୟୁ ସଂଖ୍ୟା । ତେବେ ଗତ 24 ଘଣ୍ଟାରେ ରାଜ୍ୟରେ ଆଉ ୫ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇ ମୋଟ ମୃତ୍ୟୁ ସଂଖ୍ୟା 1,825ରେ ପହଞ୍ଚିଛି । ଅଧିକ ପଢନ୍ତୁ...

ରାଜ୍ୟରେ କମୁଛି କୋରୋନା ମୃତ୍ୟୁ ସଂଖ୍ୟା, ଗୋଟିଏ ଦିନରେ 5 ମୃତ

author img

By

Published : Dec 17, 2020, 1:27 PM IST

ଭୁବନେଶ୍ବର: ରାଜ୍ୟରେ ଧିରେ ଧିରେ କମୁଛି କୋରୋନା ସଂକ୍ରମଣ । ସେହିପରି ମୃତ୍ୟୁ ସଂଖ୍ୟାରେ ମଧ୍ୟ ହ୍ରାସ ପାଇବାରେ ଲାଗିଛି। ତେବେ ଗତ 24 ଘଣ୍ଟାରେ ରାଜ୍ୟରେ ଆଉ ୫ ଜଣଙ୍କର କୋରୋନାରେ ମୃତ୍ୟୁ ହୋଇଛି । ଯାହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା 1,825ରେ ପହଞ୍ଚିଛି ।

ତେବେ ମୃତକଙ୍କ ଭିତରେ ବାଲେଶ୍ବରର ଜଣେ 85 ବର୍ଷିୟ ମହିଳା, ଜଗତସିଂହପୁରର ଜଣେ 73 ବର୍ଷିୟ ପୁରୁଷ, ଯେଉଁମାନେ କି ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ । ସେହିପରି ପୁରୀ ଜିଲ୍ଲାର 81 ବର୍ଷିୟ ପୁରୁଷ, ଯିଏ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ, ସୁନ୍ଦରଗଡ ଜିଲ୍ଲାର 67 ବର୍ଷିୟ ପୁରୁଷ, ଯିଏ କି କିଡନୀ ରୋଗରେ ପୀଡିତ ଥିଲେ ଏବଂ 79 ବର୍ଷିୟ ମହିଳା, ଯିଏକି ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ । ଅନ୍ୟପଟେ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 3 ଲକ୍ଷ 25 ହଜାର 147 ପାର କରିଥିବାବେଳେ, 3 ଲକ୍ଷ 20 ହଜାର 208 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 3 ହଜାର 61 ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.