ETV Bharat / city

ରାଜ୍ୟରେ କୋରୋନା ଅପଡେଟ: 3547 ଟେଷ୍ଟ, 50 ପଜିଟିଭ - କୋରୋନା ଅପଡେଟ

ବର୍ତ୍ତମାନ ସୁଦ୍ଧା 3497ଟି ଟେଷ୍ଟ ନେଗେଟିଭ ରହିଛି । 50 ଜଣ ପଜିଟିଭ ଥିବାବେଳେ ଆକ୍ଟିଭ କେସ 37 ରହିଛି । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନା ଅପଡେଟ: 3547 ଟେଷ୍ଟ, 50 ପଜିଟିଭ

author img

By

Published : Apr 11, 2020, 5:43 PM IST

ଭୁବନେଶ୍ବର: କୋରୋନା ଆତଙ୍କ ଭିତରେ ଓଡିଶାକୁ ମିଳିଛି ଆଶ୍ବସ୍ତି । ଶୁକ୍ରବାର ରାଜ୍ୟ ପାଇଁ ଆସିଛି ଭଲ ଖବର । 10 ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ପୂର୍ବରୁ 2 ଜଣ ସୁସ୍ଥ ହୋଇଥିବାବେଳେ ମୋଟ ଡିସଚାର୍ଜ ସଂଖ୍ୟା 12 ରହିଛି ।

ସେହିପରି ଏବେ ଯାଏଁ ରାଜ୍ୟରେ ମୋଟ 3547ଟି ଟେଷ୍ଟ ହୋଇଛି । ଶୁକ୍ରବାର 298ଟି ଟେଷ୍ଟ ହୋଇଥିବାବେଳେ 296ଟି ନେଗେଟିଭ ଥିଲା । ବାକି 2 ଜଣଙ୍କର ନମୁନ ପଜିଟିଭ ଆସିଥିଲା ।

ଶୁକ୍ରବାର ରାତି 11ଟା ସୁଦ୍ଧା ରିପୋର୍ଟ ଅନୁସାରେ ମୋଟ ଟେଷ୍ଟରୁ ବର୍ତ୍ତମାନ ସୁଦ୍ଧା 3497ଟି ଟେଷ୍ଟ ନେଗେଟିଭ ରହିଛି । 50 ଜଣ ପଜିଟିଭ ଥିବାବେଳେ ଆକ୍ଟିଭ କେସ 37 ରହିଛି । 12 ସୁସ୍ଥ ଓ ଜଣକର ମୃତ୍ୟୁ ହୋଇଛି । ଏବେ ପର୍ଯ୍ୟନ୍ତ ଆରଏମଆରସି, ଭୁବନେଶ୍ବର ସ୍ଥିତ ଏମ୍ସ ଓ କଟକ ଏସସିବିରେ ସମସ୍ତ ଟେଷ୍ଟ ହେଉଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଟ୍ବିଟରରେ କୁହାଯାଇଛି ।

ସୌଜନ୍ୟ@IPR_Odisha

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.