ଭୁବନେଶ୍ବର: ରାଜ୍ୟରେ ବୃଦ୍ଧି ପାଇଛି ଧାନ ସଂଗ୍ରହ । ଆଜି ସୁଦ୍ଧା ରାଜ୍ୟରେ ମୋଟ 26 ଲକ୍ଷ 48 ହଜାର 474 ମେଟ୍ରିକ ଟନ ଧାନ ସଂଗ୍ରହ ହୋଇଛି । ଯାହାକି ଗତ ବର୍ଷ ତୁଳନାରେ 24 ପ୍ରତିଶତ ଅଧିକ । ଏନେଇ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଟ୍ବିଟ ଯୋଗେ ସୂଚନା ଦେଇଛନ୍ତି ।
ଏହାସହ ସେଥିରୁ ମୋଟ 4 ହଜାର 538 କୋଟି ଟଙ୍କା ଚାଷୀମାନଙ୍କ ଖାତାକୁ ପ୍ରଦାନ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଯୋଗାଣ ମନ୍ତ୍ରୀ ଜଣାଇଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ