ETV Bharat / city

ରାଜ୍ୟରେ କୋରୋନା ଅପଡେଟ: 2441 ଟେଷ୍ଟ, 42 ପଜିଟିଭ

ସୋମବାର ଯାଏଁ 2190ଟି ନମୁନା ପରୀକ୍ଷା ହୋଇଥିଲା । ମଙ୍ଗଳବାର ରାତି 11 ସୁଦ୍ଧା ଆଉ 251ଟି ଟେଷ୍ଟ ହୋଇଛି । ଅଧିକ ପଢନ୍ତୁ...

ରାଜ୍ୟରେ କୋରୋନା ଅପଡେଟ: 2441 ଟେଷ୍ଟ, 42 ପଜିଟିଭ
ରାଜ୍ୟରେ କୋରୋନା ଅପଡେଟ: 2441 ଟେଷ୍ଟ, 42 ପଜିଟିଭ
author img

By

Published : Apr 8, 2020, 12:03 AM IST

ଭୁବନେଶ୍ବର: ରାଜ୍ୟରେ ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମଙ୍ଗଳବାର ରାତି 11ଟା ସୁଦ୍ଧା ରିପୋର୍ଟ ଅନୁସାରେ 42 ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାସହ କୋରୋନା ଯୋଗୁଁ ରାଜ୍ୟରେ ପ୍ରଥମ ମୃତ୍ୟୁ ଘଟିଛି ।

ସୋମବାର ଯାଏଁ 2190ଟି ନମୁନା ପରୀକ୍ଷା ହୋଇଥିଲା । ମଙ୍ଗଳବାର ରାତି 11ଟା ସୁଦ୍ଧା ଆଉ 251ଟି ଟେଷ୍ଟ ହୋଇଛି । ମୋଟ ଆଜି ଯାଏଁ 2441ଟି ଟେଷ୍ଟ ହୋଇଛି । ଏଥିରୁ 41 ଜଣ ପଜିଟିଭ ହୋଇଥିବାବେଳେ ଜଣକର ମୃତ୍ୟୁ ହୋଇଛି । ସେହିପରି 2 ଜଣ ସୁସ୍ଥ ହୋଇ ଡିସଚାର୍ଜ ହୋଇଛନ୍ତି । ଫଳରେ 39ଟି ଆକ୍ଟିଭ କେସ ରହିଛି ।

ମଙ୍ଗଳବାର ଆରଏମଆରସିରେ 150ଟି ନମୁନା ପରୀକ୍ଷା ହୋଇଛି । ଭୁବନେଶ୍ବର ସ୍ଥିତ ଏମ୍ସରେ 41ଟି ପରୀକ୍ଷା ହୋଇଛି । ବାକି 60ଟି ଟେଷ୍ଟ କଟକ ଏସସିବିରେ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ବିଟରେ କୁହାଯାଇଛି ।

ସୌଜନ୍ୟ@HFWOdisha

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.