ETV Bharat / city

ବିଶ୍ବ ଦରବାରରେ ପହଞ୍ଚିଲା ଫୁଲକାରୀ ଓ କୋଟପାଡ ଶାଢୀ

author img

By

Published : Feb 5, 2021, 10:27 PM IST

୧୫ ଦିନ ଧରି ଚାଲିଥିବା ତୋଷାଳୀ ମେଳା ଶେଷ ହୋଇଛି । ଚଳିତ ବର୍ଷ ବୁଣାକାର ଓ କାରିଗରଙ୍କ ଯାଦୁଗରୀ ସ୍ପର୍ଶରେ ତିଆରୀ ହୋଇଥିବା ଆନେକ ସାମଗ୍ରୀ ଏଠାରେ ଦେଖିବାକୁ ମିଳିଥିଲା । ପଞ୍ଜାବର ପାରମ୍ପରିକ ହସ୍ତତନ୍ତ ଫୁଲକାରୀ ଓ ଓଡ଼ିଶାର କୋରାପୁଟର କୋଟପାଡ ଶାଢ଼ୀର ଚାହିଦା ଥିଲା । ଅଧିକ ପଢନ୍ତୁ...

capitals toshali mela is over in bhubaneswar
ପେଟ୍ରୋଲ ଓ ଡିଜେଲର ଅହେତୁକ ଦରବୃଦ୍ଧିକୁ ନେଇ ଏ ଭଳି କରାଯାଇଥିବା ଜଣାପଡିଛି ।

ଭୁବନେଶ୍ବର: ଶେଷ ହୋଇଛି ତୋଷାଳୀ ମେଳା । ୧୫ ଦିନ ଧରି ଚାଲିଥିବା ତୋଷାଳୀ ମେଳା ଶେଷ ହୋଇଛି । ଚଳିତ ବର୍ଷ ବୁଣାକାର ଓ କାରିଗରଙ୍କ ଯାଦୁଗରୀ ସ୍ପର୍ଶରେ ତିଆରୀ ହୋଇଥିବା ଆନେକ ସାମଗ୍ରୀ ଏଠାରେ ଦେଖିବାକୁ ମିଳିଥିଲା ।

ଚଳିତ ବର୍ଷ ଏହି ମେଳାରେ ପଞ୍ଜାବର ପାରମ୍ପରିକ ହସ୍ତତନ୍ତ ଫୁଲକାରୀ ଓ ଓଡ଼ିଶାର କୋରାପୁଟର କୋଟପାଡ ଶାଢ଼ୀର ଚାହିଦା ଅଧିକା ଥିଲା । ଆଉ ସେହି ଷ୍ଟଲ ମାନଙ୍କରେ ଶେଷ ଦିନରେ ବେଶ ବିକ୍ରି ଭିଡ ପରିଲିକ୍ଷିତ ହୋଇଥିଲା । ଫୁଲକାରି ଏହା ପଞ୍ଜାବର ପାରମ୍ପରିକ ହସ୍ତଶିଳ୍ପ । ଯାହା ଧିରେ ଧିରେ ଲୋପ ପାଇବାକୁ ବସିଲାଣି । ତେଣୁ ଏହି ଶିଳ୍ପକୁ ଜୀବିତ କରିବାକୁ ଯାଇ ନିଜ ଜୀବନର ୬୦ ବର୍ଷ ସମର୍ପଣ କରିଛନ୍ତି ପଞ୍ଜାବର ଲାଜବତୀ । ଏହି କଳାକୁ ବଞ୍ଚାଇ ରଖିବାକୁ ଯାଇ ଛୁଞ୍ଚି, ସୁତା ହାତରେ ଧରି କଠିନ ପରିଶ୍ରମ କରି ଦେଶ ବିଦେଶରେ ଏହି କଳାର ଯାଦୁଗରୀକୁ ପହଁଚାଇ ପାରିଛନ୍ତି । ତାଙ୍କ ନିଷ୍ଠା ପାଇଁ ତାଙ୍କୁ ଚଳିତ ବର୍ଷ ପଦ୍ମଶ୍ରୀ ସମ୍ନାନ ମନୋନୀତ କରାଯାଇଛି । ଗତ ୬ ବର୍ଷ ବର୍ଷ ଧରି ଲାଜବତୀ ତୋଷାଳୀ ଆସୁଥିବା ବେଳେ ତାଙ୍କ ହାତର ଯାଦୁଗରୀ ଫୁଲକରି ହସ୍ତଶିଳ୍ପ ର ଚଳିତ ବର୍ଷ ମଧ୍ୟ ବେଶ ଚାହିଦା ଥିଲା । ଆଉ ଏହି ଡିଜାଇନର ସାଢୀ,ସାଲୱର ଓ କପଡା ବେଶ ଆକର୍ଷଣୀୟରହିଥିବା ବେଳେ ଲୋକମାନେ ମନ ପସନ୍ଦର ଜିନିଷ କିଣିନେଉଥିବା ଦେଖିବାକୁ ମିଳିଥିଲା ।

ସେହିପରି ଅନ୍ୟପଟେ କୋରାପୁଟର ଅର୍ଗାନିକ କୋଟପାଟ ସାଢି ର ମଧ୍ୟ ବେଶ ଚାହିଦା ରହିଥିଲା । ସବୁଠାରୁ ବଡ କଥା ହେଲା ଏହି ସାଢି ଦେଖିବାକୁ ଯେତିକି ସୁନ୍ଦର ସେତିକି ଆକର୍ଷଣୀୟ ଥିଲା ।କାରଣ ଗୋବର, ହଲଦି, ପାଉଁଶ ଜଡାତେଲ , ମାଟି ଓ ଆଲ ଗଛର ଚେର ଅର୍ଥାତ ସମ୍ପୂର୍ଣ ପ୍ରାକୃତିକ ସାମଗ୍ରୀରେ ଏହି ଶାଢ଼ୀ ତିଆର ହୋଇଛି । ପ୍ରଥମ କରି ଏହି ସାଢି ତୋଷାଳିରେ ଦେଖିବାକୁ ମିଳିଥିବା ବେଳେ ପ୍ରାକୃତିକ ସାମଗ୍ରୀରେ ତିଆରି ଏହି ରମଣୀୟ ଶାଢ଼ୀର ବିକ୍ରି ବେଶ ହୋଇଥିଲା । ପାଟ, ଧୋତି, ଆମାଖାପି, ସୁନ୍ଦରମନ ଧୋତି ଭଳି ଅନେକ ପ୍ରକାର ଡିଜାଇନ ରହିଥିବା ବେଳେ ଚଳିତ ବର୍ଷ ଆଦିବାସୀ ଜନଜାତିର ଝଲକ ସାଢି ଗୁଡିକରେ ଦେଖିବାକୁ ମିଳିଥିଲା ।ତେଣୁ ନିଜ ପାଣ୍ଡରା ଶାଢ଼ୀ ନେବା ପାଇଁ ଲୋକଙ୍କର ଭିଡ ଲାଗିଥିଲା । ଏହି ଶାଢ଼ୀକୁ କାରିଗର ଟିଏ ୨୦ ରୁ ୨୫ ଦିନ ଲାଗିଥାଏ ତିଆରି ପାଇଁ ।

ତୋଷାଳିରେ ସବୁ ବର୍ଷ ପରି ଓଡିଶା କଳା ସଂସ୍କୃତିକୁ ବହନ କରୁଥିବା ହସ୍ତ ତନ୍ତ ଓ ହସ୍ତଶିଳ୍ପର ପସରା ଖୋଲିଥିବା ବେଳେ ରାଜ୍ୟ ଅର୍ଥନୀତି ସୁଧାର ଏହା ମୂଳ ଲକ୍ଷ୍ୟ ଥାଏ । ତେଣୁ ବୁଣାକାରଟିଏ ପୁଣି ଚାହି ରହିଥାଏ ଆର ବରଷକୁ । ଯେଉଁଠି ସେ ପୁଣି ଆସିବା ଓ ତା ହାତତିଆରି ସାମଗ୍ରୀକୁ ବିକ୍ରି କରି ନିଜ ପରିବାର ପ୍ରତିପୋଷଣ କରିବ । ଆଉ ରାଜ୍ୟର କଳାକୁ ଉଜ୍ଜିବିତ କରିପାରିବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.