ETV Bharat / city

ତୋଷାଳି ମେଳାରେ ପସରା ମେଲିଛି ଭଳିକି ଭଳି ହସ୍ତତନ୍ତ ସାମଗ୍ରୀ

author img

By

Published : Jan 22, 2021, 6:56 PM IST

ଭୁବନେଶ୍ବରରେ ଯେଉଁ ସବୁ ମେଳା ପଡେ ତୋଷାଳି ମେଳା ହେଉଛି ସବୁଠୁ ବଡ଼ ମେଳା । ଚଳିତ ବର୍ଷ ୧୫ ଦିନ ଧରି ତୋଷାଳି ମେଳା ଚାଲିବ । ଅଧିକ ପଢନ୍ତୁ...

ଉଦଘାଟିତ ହେଲା ପଞ୍ଚଦଶତମ ଜାତୀୟ ତୋଷାଳି ମେଳା
ଉଦଘାଟିତ ହେଲା ପଞ୍ଚଦଶତମ ଜାତୀୟ ତୋଷାଳି ମେଳା

ଭୁବନେଶ୍ବର: ଉଦଘାଟିତ ହୋଇଯାଇଛି ପଞ୍ଚଦଶତମ ଜାତୀୟ ତୋଷାଳି ମେଳା । ଭର୍ଚୁଆଲ ମାଧ୍ୟମରେ ଉଦଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ, ବିଜ୍ଞାନ ମନ୍ତ୍ରୀ ଅଶୋକ ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଭାଗୀୟ ଶାସନ ସଚିବ ଶୁଭା ଶର୍ମା ଉପସ୍ଥିତ ଥିଲେ । ଫେବୃଆରୀ 4 ପର୍ଯ୍ୟନ୍ତ ଜନତା ମଇଦାନରେ ଚାଲିବ ତୋଷାଳି ମେଳା ।

ଉଦଘାଟିତ ହେଲା ପଞ୍ଚଦଶତମ ଜାତୀୟ ତୋଷାଳି ମେଳା

ଓଡିଶାରେ ପ୍ରାୟ ଯେତେ ବଡ଼ ବଡ଼ ମେଳା ପଡ଼େ ତୋଷାଳି ମେଳା ହେଉଛି ସେଥିମଧ୍ୟରୁ ଅନ୍ୟତମ । ଆଉ ଭୁବନେଶ୍ବରରେ ଯେଉଁ ସବୁ ମେଳା ପଡେ ତୋଷାଳି ମେଳା ହେଉଛି ସବୁଠୁ ବଡ଼ ମେଳା । ଚଳିତ ବର୍ଷ ୧୫ ଦିନ ଧରି ତୋଷାଳି ମେଳା ଚାଲିବ । ତେଣୁ ଏହି ମେଳାରେ ଦେଶର ବିଭିନ୍ନ ରାଜ୍ୟରୁ କୁଶଳୀ କାରିଗର, ବୁଣାକାର ସାମିଲ ହୋଇଛନ୍ତି । ମେଳାରେ ରାଜ୍ୟ ତଥା ରାଜ୍ୟ ବାହାରର ୨୫୦ ଟି ଷ୍ଟଲ ପଡିଛି । ୮୦ ଟି ରାଜ୍ୟ ବାହାର ଏବଂ ୧୭୦ ଟି ଷ୍ଟଲ ରାଜ୍ୟର ରହିଛି । ପ୍ରତିଦିନ ଦିନ ୨ ଟାରୁ ରାତି ୯ଟା ପର୍ଯ୍ୟନ୍ତ ମେଳା ଖୋଲା ରହିବ । ହସ୍ତତନ୍ତ, ବୟନ ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହୋଇଥିବା ଏହି ମେଳାରେ ଥର୍ମାଲ ସ୍କ୍ରିନିଂ, ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଗୁରୁତ୍ୱ ଦିଆଯାଇଛି । ମେଳାରେ କୋଭିଡ ନିୟମକୁ କଡାକଡ଼ି ଭାବେ ପାଳନ କରାଯାଇଛି । ରାଜ୍ୟରେ କୋଭିଡ଼ ସ୍ଥିତିକୁ ଦୃଷ୍ଟିରେ ରଖି ମେଳାରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି ।

ଅନ୍ୟପଟେ ପ୍ରଥମ ଦିନରେ ଷ୍ଟଲଗୁଡିକରେ ଭଳିକି ଭଳି ସାମଗ୍ରୀର ପସରା ମେଲିଥିବା ବେଳେ ମନ ପସନ୍ଦର ଜିନିଷ କିଣିଛନ୍ତି ଗ୍ରାହକ । ସେପଟେ ଗତବର୍ଷ ମେଳାରୁ ପ୍ରାୟ 22 କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ପ୍ରାୟ 22 ଲକ୍ଷ ଲୋକ ଉପଭୋଗ କରିଥିଲେ । ଚଳିତ କୋରୋନା କଟକଣା ମଧ୍ୟରେ ଏଥର ମଧ୍ୟ ଅଧିକ ବ୍ୟବସାୟ ହେବ ବୋଲି ବିଭାଗ ଓ ବ୍ଯବସାୟୀମାନେ ଆଶା ରଖିଛନ୍ତି । ଦୀର୍ଘ ଦିନର ଅତିକ୍ରାନ୍ତ ପରେ ଲୋକେ କୋଭିଡ ନିୟମ ମାନି ମେଳାର ମଜା ଉଠାଉଥିବା ବେଳେ ପ୍ରଥମ ଦିନରେ ସେତେ ବେଶି ଭିଡ ପରଲକ୍ଷିତ ହୋଇନଥିଲା । ତେବେ ୧୫ ଦିନ ଧରି ତୋଷାଳି ମେଳା ଚାଲିବାକୁଥିବେଳେ ଆଗକୁ ଆହୁରି ଭିଡ ହେବ ଓ ବ୍ଯବସାୟୀ ଭଲ ହେବ ବୋଲି ଆଶା କରାଯାଉଛି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.