ଭୁବନେଶ୍ବର: ତୋଷାଳି ମେଳାର ମୁଖ୍ୟ ଆକର୍ଷଣ ନଡାରୁ ତିଆରି ଫଟୋ ଫ୍ରେମ । ଧାନ ଚାଷ ପରେ ଅଦରକାରୀ ନଡାକୁ ନେଇ ବିଭିନ୍ନ ଡିଜାଇନର ଫଟୋ ସହ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଥାନ୍ତି । ଏହା ତୋଷାଳି ମେଳାରେ ଦର୍ଶକ ତଥା କ୍ରେତା ମାନଙ୍କୁ ବେଶ ଆକୃଷ୍ଟ କରିଛି ।
ରାଜଧାନୀରେ ଚାଲିଛି 14 ତମ ତୋଷାଳି ମେଳା । ଯେଉଁଥିରେ ରାଜ୍ୟ ତଥା ରାଜ୍ୟ ବାହାରୁ ଅନେକ ହସ୍ତକାରିଗର ଆସିଛନ୍ତି । ଆଉ ଏ ସବୁ ଭିତରେ ବେଶ ବାରି ହୋଇ ଯାଉଛି ନଡାରୁ ତିଆରି ଫଟୋ ଫ୍ରେମ । କେନ୍ଦୁଝର ଜିଲ୍ଲାରୁ ଆସିଥିବା ଏହି କାରିଗର ମାନେ ଅଦରକାରୀ ନଡାରୁ ପ୍ରସ୍ତୁତ କରୁଛନ୍ତି ଅନେକ ମନଲୋଭା ଫୋଟୋ ଫ୍ରେମ ସହ ବିଭିନ୍ନ ଆକର୍ଷଣୀୟ ଆସବାବ ପତ୍ର । ଧାନ ଚାଷ ପରେ ରହିଯାଉଥିବା ନଡା ଓ ଘର ଛାତ ଉପରେ ପଡି ରହିଥିବା ନଡାକୁ ବ୍ୟବହାର କରି ଅନେକ ଦେବାଦେବୀ, ସହ ସିନେରୀ ଫଟୋ ଫ୍ରେମ ସବୁ ତିଆରି କରୁଛନ୍ତି । 200 ଟଙ୍କାରୁ ଆରମ୍ଭ କରି 20000 ଟଙ୍କା ପର୍ଯ୍ୟନ୍ତ ଜିନିଷ । ଏହି ମେଳାରେ ଭଲ ବ୍ୟବସାୟ ହେବାର ଆଶା ରଖିଛନ୍ତି କାରୀଗର ।
ଭୁବନେଶ୍ବରରୁ ଶତରୂପା ସାମନ୍ତରାୟ, ଇଟିଭି ଭାରତ