ETV Bharat / city

TOP NEWS@ 9 AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର... - TOP NEWS @ 9 AM

TOP NEWS@9AM, ଦେଖନ୍ତୁ ବର୍ତ୍ତମାନର ବଡ ଖବର

TOP NEWS @ 9 AM
TOP NEWS @ 9 AM
author img

By

Published : Aug 22, 2020, 9:00 AM IST

1.ପବିତ୍ର ଗଣେଶ ଚତୁର୍ଥୀ: ଜାଣନ୍ତୁ ମୋଦକ ପ୍ରିୟ ଗଜାନନଙ୍କ ବିଷୟରେ

ଗଣେଶ ଗଜାନନ ରୂପରେ ହିଁ ସର୍ବତ୍ର ପରିଚିତ । ବିଘ୍ନହନ୍ତା ରୂପରେ ମଧ୍ୟ ତାଙ୍କୁ ପୂଜା କରାଯାଏ। ଆଉ ମଧ୍ୟ ସେ ଆଦ୍ୟପୂଜିତ ଓ ବିଘ୍ନେଶ। ତା ସହିତ ସେ ହେଉଛନ୍ତି ବୁଦ୍ଧି, ବିଦ୍ୟା ବା ଜ୍ଞାନର ଦେବତା, ବିଦ୍ୟାଦାତା। ସେ ପ୍ରତ୍ୟେକ ପୂଜାର ପ୍ରାରମ୍ଭରେ ପୂଜିତ ହୁଅନ୍ତି ଓ ବିଦ୍ୟାରମ୍ଭରେ ମଧ୍ୟ ତାଙ୍କରି ଆବାହନ କରାଯାଇଥାଏ।

2.ଦେଶରେ 29 ଲକ୍ଷ ଛୁଇଁଲା ସଂକ୍ରମଣ, 24 ଘଣ୍ଟାରେ 10 ଲକ୍ଷ କୋରୋନା ଟେଷ୍ଟ

ଦେଶରେ କ୍ରମାଗତ ବଢିବାରେ ଲାଗିଛି କୋରୋନା ମାମଲା। ଶନିବାର ସୁଦ୍ଧା ଦେଶରେ 29 ଲକ୍ଷରେ ପହଁଞ୍ଚିଛି ସଂକ୍ରମଣ ତାଲିକା। ସେହିପରି ଗତ 24 ଘଣ୍ଟା ମଧ୍ୟରେ ଦେଶରେ 10 ଲକ୍ଷରୁ ଅଧିକ ଲୋକଙ୍କ କୋରୋନା ପରୀକ୍ଷା କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।

3.ପାତାଳ ଭୁବନେଶ୍ବର ଗୁମ୍ଫା: ଯେଉଁଠି ପୂଜା ହୁଏ ଗଜାନନଙ୍କ ଛିନ୍ନମସ୍ତା

ଭାରତରେ ଏକାଧିକ ରହସ୍ୟମୟ ପୀଠ, ସ୍ତୁପ ଏବଂ ଗୁମ୍ଫା ରହିଛି । ଏଗୁଡିକ ମଧ୍ୟରୁ ଅନେକ ଗୁମ୍ଫା ପୌରାଣିକ ବାର୍ତ୍ତା ବହନ କରିଥାଏ । ଆଉ ଏଭଳି ଏକ ପୌରାଣିକ ଗାଥା ବହନ କରୁଥିବା ଗୁମ୍ଫା ରହିଛି ଉତ୍ତରାଖଣ୍ଡ ପିଥୋରଗଡ ଗଙ୍ଗୋଲିହାଟ ତହସିଲରେ ଥିବା ପାତାଳ ଭୁବନେଶ୍ବର ଗୁମ୍ଫା ।

4.ଡାକ୍ତରାଣୀଙ୍କ ନିଆରା ପ୍ରୟାସ, କୋଭିଡ୍ ଦୂର କରିବେ ଡ୍ରାଏ ଫ୍ରୁଟ୍ସ ଗଜାନନ

ଭିନ୍ନ ଏକ ଗଜାନନ ପ୍ରସ୍ତୁତ କରି ଚର୍ଚ୍ଚାରେ ଡାକ୍ତରାଣୀ। ମହାମାରୀ ମହାଦଶାରୁ ତ୍ରାହି ପାଇବା ପାଇଁ ଗୁଜୁରାଟ ସୁରଟ ନିବାସୀ ଡଃ ଆଦିତ୍ୟ ମିତ୍ତଲ ଗଣେଷଙ୍କ ମୂର୍ତ୍ତି ଡ୍ରାଏ ଫ୍ରୁଟ୍ସରେ ପ୍ରସ୍ତୁତ କରିଛନ୍ତି।

5.କୃଷକଙ୍କ ପାଇଁ ଜାରି ରହିବ ସହାୟତା, ଏମଏସପିରେ ଫସଲ କ୍ରୟ ଜାରି: କୃଷିମନ୍ତ୍ରୀ

କୋରୋନା ସଙ୍କଟ ସମୟରେ ମୋଦି ସରକାର ଚାଷୀଙ୍କ ପାଇଁ ରିଲିଫ ଘୋଷଣା କରିଛନ୍ତି। କେନ୍ଦ୍ର କୃଷି ଏବଂ କୃଷକ କଲ୍ୟାଣ, ଗ୍ରାମ୍ୟ ଉନ୍ନୟନ ତଥା ପଞ୍ଚାୟତ ରାଜମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ସ୍ପଷ୍ଟ କରିଛନ୍ତି ଯେ କୃଷକଙ୍କ ଠାରୁ ସର୍ବନିମ୍ନ ସହାୟତା ମୂଲ୍ୟରେ (ଏମଏସପି) ଫସଲ କ୍ରୟ ଜାରି ରହିବ।

6.ଆଜି ରିଲିଜ ହେବ କୋଷଳି ଫିଲ୍ମ ‘ଭାବର୍ ତିହାର୍’

ଆଜି ରିଲିଜ ହେବ କ୍ଷୁଦ୍ର କୋଷଳି ଚଳଚିତ୍ର ‘ଭାବର ତିହାର’। କେକେ ପ୍ରଡକସନ ଓ ସମ୍ବଲପୁରୀ ଧୁନ ଦ୍ବାରା ପ୍ରସ୍ତୁତ ହୋଇଛି ଏହି ସିନେମା।

7.ରାଜୀବ କୁମାର ହେଲେ ନୂତନ ନିର୍ବାଚନ କମିଶନର

ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁକ୍ରବାର ପୂର୍ବତନ ଅର୍ଥ ସଚିବ ରାଜୀବ କୁମାରଙ୍କୁ ନୂତନ ନିର୍ବାଚନ କମିଶନର ଭାବେ ନିଯୁକ୍ତି ଦେଇଛନ୍ତି ।

8.ନକଲି ଶ୍ରୀକୃଷ୍ଣ ଜନ୍ମଭୂମି ଟ୍ରଷ୍ଟ ଗଠନ କରି ଠକେଇ ଅଭିଯୋଗ, 13 ଅଟକ

ଭଗବାନ କ୍ରୀଷ୍ଣଙ୍କ ନାମ ନେଇ ଠକେଇ। ଏଭଳି ଅଭିଯୋଗ ଆସିବା ପରେ 13 ଜଣକୁ ଅଟକ ରଖିଛି ମଥୁରା ପୋଲିସ। ତେବେ ମଥୁରାର ଶ୍ରୀ କୃଷ୍ଣ ଜନ୍ମଭୂମି ଟ୍ରଷ୍ଟର ସଚିବଙ୍କ ଅଭିଯୋଗ ପରେ ଶୁକ୍ରବାର ଭାଗବତଚାର୍ଯ୍ୟଙ୍କ ସମେତ 13 ଜଣଙ୍କ ନାମରେ ଠକେଇ ମାମଲା ରୁଜୁ କରାଯାଇଛି।

9.ଲକଡାଉନରେ ଛତୁ ଚାଷ ଦେଲା ରୋଜଗାର

କୋରୋନା ମହାମାରୀରେ ଜୀବିକା ହରାଇ ବହୁ ଲୋକ ଅସୁବିଧାରେ ଦିନ କାଟୁଥିବା ବେଳେ ନିଜର ବୁଦ୍ଧି ଓ ଆତ୍ମବିଶ୍ବାସ ବଳରେ 2 ଭାଇ ହୋଇପାରିଛନ୍ତି ରୋଜଗାରକ୍ଷମ । ଯାହାକି ପ୍ରେରଣା ହୋଇଛନ୍ତି ଅନ୍ୟ ଯୁବପିଢିଙ୍କ ପାଇଁ ।

10.ଦୌଡରାଣୀ ଦୁତୀଙ୍କୁ ଅର୍ଜୁନ ପୁରସ୍କାର, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ-କେନ୍ଦ୍ରମନ୍ତ୍ରୀ

ଚଳିତ ବର୍ଷର ଜାତୀୟ କ୍ରୀଡା ପୁରସ୍କାର ଓଡିଶାରୁ ଆଥଲେଟ ଦୂତୀ ଚାନ୍ଦ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.