ETV Bharat / city

Dhamnagar Bypoll: ଆସନ୍ତାକାଲି କଂଗ୍ରେସର ପ୍ରାର୍ଥୀ ଘୋଷଣା !

author img

By

Published : Oct 10, 2022, 6:31 PM IST

ଧାମନଗର ଉପନିର୍ବାଚନ ପାଇଁ AICCକୁ ୩ ଜଣଙ୍କ ନାମ ସୁପାରିଶ କଲା ରାଜ୍ୟ କଂଗ୍ରେସ । ସମାଜସେବୀ ବାବା ହରେକୃଷ୍ଣ ସେଠୀ, ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପଞ୍ଚାନନ ମଣ୍ଡଳ, ୨୦୧୪ ବିଧାୟକ ପ୍ରାର୍ଥୀ ହୃଦାନନ୍ଦ ସେଠୀଙ୍କ ନାମ ସୁପାରିଶ ହୋଇଛି । ଅଧିକ ପଢ଼ନ୍ତୁ

Dhamnagar Bypoll: ଆସନ୍ତାକାଲି କଂଗ୍ରେସର ପ୍ରାର୍ଥୀ ଘୋଷଣା !
Dhamnagar Bypoll: ଆସନ୍ତାକାଲି କଂଗ୍ରେସର ପ୍ରାର୍ଥୀ ଘୋଷଣା !

ଭୁବନେଶ୍ବର: ଧାମନଗର ଉପନିର୍ବାଚନ ପାଇଁ କଂଗ୍ରେସ ଭବନରେ ଏକ ବୈଠକ ଆୟୋଜିତ ହୋଇଛି । ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୟନ କମିଟି ସହ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ବୈଠକ ହୋଇଛି । ଧାମନଗର ଉପନିର୍ବାଚନରେ ପ୍ରାର୍ଥୀ ପାଇଁ ୩ ଜଣଙ୍କ ନାମ AICCକୁ ପଠାଯାଇଥିବା ବେଳେ ଆସନ୍ତାକାଲି ଦଳ ପ୍ରାର୍ଥୀ ଘୋଷଣା କରିପାରେ ବୋଲି ଚର୍ଚ୍ଚା ହେଉଛି ।

ଧାମନଗର ଉପନିର୍ବାଚନ ପାଇଁ ପ୍ରାର୍ଥୀ ଚୂଡ଼ାନ୍ତ କରିବାର ଶେଷ ପର୍ଯ୍ୟାୟରେ ପହଞ୍ଚିଛି କଂଗ୍ରେସ । ଆଜି(ସୋମବାର) ଏନେଇ କଂଗ୍ରେସ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ଉପନିର୍ବାଚନରେ ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ତୃଣମୂଳସ୍ତରରେ ସମୀକ୍ଷା କରିବା ପାଇଁ ଦଳ ବିଭିନ୍ନ କମିଟି ଗଠନ କରିଥିଲା । ତେବେ ସୋମବାର ଏହି ସମସ୍ତ କମିଟି ପିସିସି ସଭାପତିଙ୍କୁ ରିପୋର୍ଟ ପ୍ରଦାନ କରିଥିବାବେଳେ ରିପୋର୍ଟ ଆଧାରରେ ୩ ଜଣଙ୍କ ନାମକୁ AICCକୁ ପଠାଇଛନ୍ତି PCC ସଭାପତି । ଏହି ୩ ଜଣ ହେଉଛନ୍ତି ବାବା ହରେକୃଷ୍ଣ ସେଠୀ, ପଞ୍ଚାନନ ମଣ୍ଡଳ ଓ ହୃଦାନନ୍ଦ ସେଠୀ । ଆଜିର ବୈଠକରେ ପିସିସି ସଭାପତିଙ୍କ ସମେତ ନିରଞ୍ଜନ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଜୟଦେବ ଜେନା, ଶରତ ରାଉତ, ଜଗନ୍ନାଥ ପଟ୍ଟନାୟକ ଏବଂ ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାଶ ପ୍ରମୁଖ ଉପସ୍ଥିତ ଥିଲେ ।

ତେବେ କଂଗ୍ରେସ ତରଫରୁ AICCକୁ ଦିଆଯାଇଥିବା ୩ ଜଣଙ୍କ ମଧ୍ୟରୁ ଆଗରେ ଅଛନ୍ତି ବାବା ହରେକୃଷ୍ଣ ସେଠୀ । ବାବା ହରେକୃଷ୍ଣ ପେଶାରେ ଓକିଲ ହୋଇଥିବାବେଳେ ଜଣେ ଦକ୍ଷ ସମାଜସେବୀ ଭାବରେ ଧାମନଗର ଅଞ୍ଚଳରେ ବେଶ ପରିଚିତ । ତାଙ୍କ ପତ୍ନୀ ଧାମନଗର NAC ଅଧ୍ୟକ୍ଷା ପାଇଁ ମଧ୍ୟ ନିର୍ବାଚନ ଲଢିଥିଲେ । ସେହିଭଳି ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପଞ୍ଚାନନ ମଣ୍ଡଳଙ୍କ ନାମକୁ ମଧ୍ୟ AICCକୁ ପଠାଇଛି ରାଜ୍ୟ କଂଗ୍ରେସ । ହୃଦାନନ୍ଦ ସେଠୀ ପୂର୍ବରୁ ୨୦୧୪ରେ ଧାମନଗରରୁ ବିଧାୟକ ପାଇଁ ଲଢିଥିଲେ । ତେବେ ଯାହାର ଲୋକ ସମ୍ପର୍କ ଅଧିକ ଥିବ ଓ ଜିତିବାର ସମ୍ଭାବନା ଅଧିକ ଥିବ ତାଙ୍କୁ ଟିକେଟ ଦିଆଯିବ ବୋଲି କହିଛନ୍ତି ପିସିସି ସଭାପତି । ଏଆଇସିସି ମୋହର ଆଧାରରେ ଆସନ୍ତାକାଲି ନାମ ଘୋଷଣା କରିବେ ପିସିସି ସଭାପତି ଶରତ ପଟ୍ଟନାୟକ ।

ନଭେମ୍ବର ୩ ତାରିଖରେ ଧାମନଗର ଉପନିର୍ବାଚନ ହେବାକୁ ଥିବାବେଳେ ଏନେଇ ପ୍ରସ୍ତୁତି ଜୋରଦାର ହୋଇଛି । ଦିବଙ୍ଗତ ପୂର୍ବତନ ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପୁତ୍ର ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କୁ ପ୍ରାର୍ଥୀ କରିଛି ବିଜେପି । ଶାସକ ଦଳ ବିଜେଡିରୁ ଧାମନଗରରେ ଏକାଧିକ ଆଶାୟୀ ଥିବାରୁ ପ୍ରାର୍ଥୀ ଦେବାକୁ ନେଇ ଦ୍ବନ୍ଦ୍ବରେ ପଡ଼ିଛି ଦଳ । ତେବେ ରାଜୁ ଦାଶଙ୍କୁ ଯଦି ବିଜେଡି ଟିକେଟ ନଦିଏ, କଂଗ୍ରେସ ତାଙ୍କୁ ଦଳ ପକ୍ଷରୁ ଟିକେଟ ଦେବାକୁ ପ୍ରୟାସ କରିବ ବୋଲି ବିଭିନ୍ନ ସୂତ୍ରରୁ ସୂଚନା ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.