ଭୁବନେଶ୍ବର: ପ୍ରତ୍ୟାହାର ହେବ ନାହିଁ ଟୋକେନ୍ ବ୍ୟବସ୍ଥା। ଏହା ଏକ ଭଲ ବ୍ୟବସ୍ଥା ବୋଲି ବିଧାନସଭାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ।
ଟୋକେନ ବ୍ୟବସ୍ଥା ବିରୋଧରେ ଚାଷୀ ଆନ୍ଦୋଳନ କରୁଥିବା ନେଇ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମନ୍ତ୍ରୀ ରଣେନ୍ଦ୍ର ସ୍ବାଇଁ। ମନ୍ତ୍ରୀ, ଚାଷୀଙ୍କୁ ଅନୁରୋଧ କରି କହିଛନ୍ତି ଯେ ଏହି ସ୍ଵଚ୍ଛ, ନିର୍ମଳ ଓ ନୂଆ ପଦ୍ଧତିକୁ ସମସ୍ତେ ଆପଣାନ୍ତୁ। ଫଳରେ ଚାଷୀ ଉଚିତ ମୂଲ୍ୟ ପାଇବା ସହ ଅଧିକାର ମଧ୍ୟ ପାଇବେ।
ଯଦି ଏହାକୁ ଆହୁରି ଭଲ କରିବା ପାଇଁ କିଛି ନୂଆ ମତାମତ ଦେବେ ଚାଷୀ, ତାକୁ ରାଜ୍ୟ ସରକାର ଗ୍ରହଣ କରିବେ। ଟୋକେନ ବ୍ୟବସ୍ଥା ପ୍ରତ୍ୟାହାର ହେବନାହିଁ, ଏହା ଅଛି ଓ ଆଗକୁ ରହିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ମନ୍ତ୍ରୀ।
ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ