ଭୁବନେଶ୍ବର: ନନ୍ଦନକାନନରେ ଧଳା ବାଘ 'ଶୁଭ୍ରାଂଶୁ'ର ମୃତ୍ୟୁ ହୋଇଛି । ଆଜି 10.15ସମୟରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ରକ୍ତ ସଂକ୍ରମଣ ଜନିତ ରୋଗରେ ପୀଡିତ ଶୁଭ୍ରାଂଶୁର ଚିକିତ୍ସା ଗତ ଏକ ମାସ ଧରି ଚାଲିଥିଲା । ତେବେ ଶବ ବ୍ୟବଚ୍ଛେଦ ପରେ ମୃତ୍ୟୁର ସଠିକ କାରଣ ଜଣାପଡିବ ।
ମନିଷ ଏନସିଟି ଓ ସ୍ନେହା ଠାରୁ 2014 ଜୁଲାଇ 28ରେ ଜନ୍ମ ହୋଇଥିଲା 'ଶୁଭ୍ରାଂଶୁ' । ଧଳା ବାଘର ମୃତ୍ୟୁ ପରେ ବର୍ତ୍ତମାନ ନନ୍ଦନକାନନରେ 12ଟି ଅଣ୍ଡିରା ବାଘ ସହ 13ଟି ମାଈ ବାଘ ଥିବା ଜଣାପଡିଛି ।
ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ