ଭୁବନେଶ୍ବର: ରାଜ୍ୟରେ ଟିକା ସଙ୍କଟ । ଦେଶରେ ଏବେ କ୍ୟାମ୍ପେନ୍ ମୋଡରେ ଟୀକାରଣ ଜାରି ରହିଥିବା ବେଳେ ରାଜ୍ୟରେ କିନ୍ତୁ ଟିକାର ଘୋର ଅଭାବ ପରିଲକ୍ଷିତ ହୋଇଛି । ଫଳରେ ଆଜି ରାଜ୍ୟର 15 ଟି ଜିଲ୍ଲାରେ ଟୀକାରଣ ବନ୍ଦ ରହିବ ।
ବନ୍ଦ ରହିଥିବା ଜିଲ୍ଲା ଗୁଡିକ ହେଉଛି ଅନୁଗୋଳ, ବାଲେଶ୍ବର, ଦେଓଗଡ, ଢେଙ୍କାନାଳ, ଗଜପତି, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ନୂଆପଡା ଓ ସମ୍ବଲପୁର ରେ ଟୀକାକରଣ ବନ୍ଦ ରହିବ । ଏହି ସବୁ ଜିଲ୍ଲା ଗୁଡିକରେ ଟିକା ସଙ୍କଟ ଦେଖାଦେଇଥିବାରୁ ଆଜି ବନ୍ଦ ରହିବ ଟୀକାକରଣ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ