ETV Bharat / city

ପିପିଲି ଉପନିର୍ବାଚନ; ଆଜି ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର - ପିପିଲି ଉପନିର୍ବାଚନ 2021

ନବୀନଙ୍କ ପରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ରୋଡ ଶୋ’ , ବାଇକ ରାଲି, ଡୋର ଡୁ ଡୋର କ୍ୟାମ୍ପେନ କରିବେ ଧର୍ମେନ୍ଦ୍ର । ଅଧିକ ପଢନ୍ତୁ...

ଆଜି ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

author img

By

Published : Apr 13, 2021, 7:52 AM IST

ଭୁବନେଶ୍ବର: ପିପିଲି ଉପନିର୍ବାଚନ ଲାଗି ଜୋର ଧରିଛି ପ୍ରଚାର । ନିର୍ବାଚନୀ ହିଂସା ଭିତରେ ଷ୍ଟାର କ୍ୟାମ୍ପେନର କମ୍ପନରେ କମ୍ପୁଛି ପିପିଲି । ନବୀନଙ୍କ ପରେ ଆଜି ପ୍ରଚାର ମୈଦାନକୁ ଓହ୍ଲାଇବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପିପିଲିରେ ଏକାଧିକ ସ୍ଥାନରେ ରୋଡ ଶୋ’ , ବାଇକ ରାଲି, ଡୋର ଡୁ ଡୋର କ୍ୟାମ୍ପେନ କରିବେ ଧର୍ମେନ୍ଦ୍ର । ନିର୍ବାଚନୀ ସଭାକୁ ଉଦବୋଧନ ଦେବା ସହ ଦଳୀୟ ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକଙ୍କ ପାଇଁ ଭୋଟ ମାଗିବେ । ଏନେଇ ଗ୍ରାଉଣ୍ଡରେ ପ୍ରସ୍ତୁତି ଶେଷ ହୋଇଛି । ଧର୍ମେନ୍ଦ୍ରଙ୍କ ସହ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, କିଛି ବିଧାୟକ, ସାଧାରଣ ସମ୍ପାଦକ ପ୍ରଚାରକୁ ଯିବେ ।

ଗତକାଲି(ସୋମବାର) ଭିସି ଯୋଗେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଚାର କରିଥିଲେ । ଜିଲ୍ଲା ପରିଷଦ ଜୋନ ଅନୁଯାୟୀ ପ୍ରଚାର କରିଥିଲେ । ବିଜେଡି ପ୍ରାର୍ଥୀ ରୁଦ୍ର ମହାରଥୀଙ୍କ ଭୋଟ ମାଗିବା ସହ ପିପିଲି, ଡେଲାଙ୍ଗ କଥା ନିଜେ ନବୀନ ବୁଝିବେ ବୋଲି କହିଥିଲେ ।

ସୂଚନାଯୋଗ୍ୟ, ଆସନ୍ତା 17 ତାରିଖରେ ପିପିଲି ଉପନିର୍ବାଚନ ଅନୁଷ୍ଠିତ ହେବ । ମେ 2 ତାରିଖରେ ଆସିବ ଫଳାଫଳ । ବିଜେଡି ଓ ବିଜେପି ପକ୍ଷରୁ ପ୍ରଚାର ଜୋରସୋରରେ ଚାଲିଥିବାବେଳେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି ।

ଭୁବନେଶ୍ବରରୁ ଭବାନୀଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.