ETV Bharat / city

400 ଆକ୍ରାନ୍ତ ସୁସ୍ଥ, 13 ହଜାର ଛୁଇଁଲା ମୋଟ ସଂଖ୍ୟା

author img

By

Published : Jul 21, 2020, 7:32 PM IST

ମଙ୍ଗଳବାର 400 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ କୋରୋନା ସୁସ୍ଥଙ୍କ ସଂଖ୍ୟା 13 ହଜାର ଛୁଇଁଛି । ଯାହା ରାଜ୍ୟ ପାଇଁ ଏକ ଶୁଭଙ୍କର ଖବର ।

corona recoverd
ରାଜ୍ୟରେ 13 ହଜାର ଛୁଇଁଲା ସୁସ୍ଥ ସଂଖ୍ୟା

ଭୁବନେଶ୍ବର: କୋରୋନା କବଳରୁ ମୁକ୍ତ ହେଲେ 400 ଆକ୍ରାନ୍ତ । ରାଜ୍ୟରେ ଆଜି (ମଙ୍ଗଳବାର) 400 ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ କୋରୋନା ସୁସ୍ଥଙ୍କ ସଂଖ୍ୟା 13 ହଜାର ଛୁଇଁଛି ।

ମଙ୍ଗଳବାର ରାଜ୍ୟର 20 ଟି ଜିଲ୍ଲାରୁ 400 ଜଣ ସୁସ୍ଥ ହୋଇଛନ୍ତି । ସେଥିମଧ୍ୟରୁ ଗଞ୍ଜାମରୁ ସର୍ବାଧିକ137 ସୁସ୍ଥ ହୋଇଥିବା ବେଳେ କଟକରୁ 58 ସୁସ୍ଥ ହୋଇଛନ୍ତି ।

ସେହିଭଳି ଖୋର୍ଦ୍ଧାରୁ 46, କୋରାପୁଟରୁ 41, ଯାଜପୁରରୁ 37, କେନ୍ଦ୍ରାପଡାରୁ 10, ମୟୂରଭଞ୍ଜରୁ 9, ନୟାଗଡ ଓ ସୁନ୍ଦରଗଡରୁ 7, ବରଗଡ, ଜଗତସିଂହପୁର ଓ ସୋନପୁରରୁ 5 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସେପଟେ ଅନୁଗୁଳ, କଳାହାଣ୍ଡି ଓ ପୁରୀରୁ 4, ବୌଦ୍ଧରୁ 3 , ଭଦ୍ରକରୁ 2, ରାୟଗଡ଼ା ଓ ସମ୍ବଲପୁରରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13, 309 କୁ ବୃଦ୍ଧି ପାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.