ETV Bharat / city

ଦିନକରେ ୧୮୫ କୋରୋନା ପଜିଟିଭ ଚିହ୍ନଟ, ୩୫ ଶିଶୁ ଆକ୍ରାନ୍ତ - କୋରୋନା

ରାଜ୍ୟରେ କମୁଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୫ କୋରୋନା ପଜିଟିଭ ଚିହ୍ନଟ ।

ଦିନକରେ ୧୮୫ କୋରୋନା ପଜିଟିଭ ଚିହ୍ନଟ , ୩୫ ଶିଶୁ ଆକ୍ରାନ୍ତ

author img

By

Published : Nov 15, 2021, 11:26 AM IST

ଭୁବନେଶ୍ବର: ରାଜ୍ୟରେ ୨୦୦ ତଳକୁ ଖସିଲା କୋରାନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୮୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୫ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୦୯ ଜଣ ଥିବାବେଳେ ୭୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭୬ ଜଣ ଥିବାବେଳେ ବାଲେଶ୍ବରରୁ ୯, ଭଦ୍ରକରୁ୨, ବୌଦ୍ଧରୁ ୨, କଟକରୁ ୧୪, ଦେବଗଡରୁ ୨, ଢେଙ୍କାନାଳରୁ ୧, ଗଞ୍ଜମ ୧, ଜଗତସିଂହପୁରରୁ ୩, ଯାଜପୁରରୁ ୭, ଝାରସୁଗୁଡାରୁ ୩, କେନ୍ଦ୍ରାପଡ଼ାରୁ ୪, ମୟୂରଭଞ୍ଜରୁ ୧୨, ନୟାଗଡରୁ ୧, ପୁରୀରୁ ୭,ସମ୍ବଲପୁରରୁ ୧୮, ସୋନପୁରରୁ ୪, ସୁନ୍ଦରଗଡ଼ରୁ ୧ ଏବଂ ଷ୍ଟେଟ ପୁଲ୍‌ରୁ ୧୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୫ ହଜାର ୬୫୬ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.