ETV Bharat / city

Odisha Corona Report: ଦିନକରେ ରାଜ୍ୟରୁ ୨୧୯ ସଂକ୍ରମିତ ଚିହ୍ନଟ

author img

By

Published : Nov 26, 2021, 11:04 AM IST

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୨୧୯ ନୂଆ ସଂକ୍ରମିତ ( Odisha Corona Report)। ସେଥି ମଧ୍ୟରୁ ୩୨ ଜଣ ୧୮ ବର୍ଷରୁ କମ୍ ବୟସ୍କ ଥିବା ସୂଚନା । ଅଧିକ ପଢନ୍ତୁ

Odisha Corona Report: ଦିନକରେ ରାଜ୍ୟରୁ ୨୧୯ ସଂକ୍ରମିତ ଚିହ୍ନଟ
Odisha Corona Report: ଦିନକରେ ରାଜ୍ୟରୁ ୨୧୯ ସଂକ୍ରମିତ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନାର ଦୈନିକ ସଂକ୍ରମଣ ( Odisha Corona Report)। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରୁ ପୁଣି ଚିହ୍ନଟ ହେଲେ ୨୧୯ ନୂଆ ସଂକ୍ରମିତ । ସେଥି ମଧ୍ୟରୁ ୩୨ ଜଣ ୧୮ ବର୍ଷରୁ କମ୍ ବୟସ୍କ ଥିବା ସୂଚନା । ନୂଆ ସଂକ୍ରମିତଙ୍କ ମଧ୍ୟରେ ୧୩୧ଜଣ କ୍ବାରେଣ୍ଟାଇନ ଏବଂ ୮୮ଜଣ ସ୍ଥାନୀୟ ସଂକ୍ରମଣ ମାମଲା ରହିଛି ।

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୧, ବାଲେଶ୍ବରରୁ ୪, ଭଦ୍ରକରୁ ୨, ବୌଦ୍ଧରୁ ୧, କଟକରୁ ୧୫, ଢେଙ୍କାନାଳରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୫, ଯାଜପୁରରୁ ୯, ଝାରସୁଗୁଡାରୁ ୪, କେନ୍ଦ୍ରପଡାରୁ ୩, କେନ୍ଦୁଝର ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୫, ନୟାଗଡରୁ ୪, ପୁରୀରୁ ୫, ରାୟଗଡାରୁ ୨, ସମ୍ବଲପୁରରୁ ୧୦, ସୁନ୍ଦରଗଡରୁ ୧୦ ଓ ଷ୍ଟେଟ ପୋଲରୁ ୨୨ଜଣ ସଂକ୍ରମଣ ମାମଲା ରହିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୮ ହଜାର ୨୨୮ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.