ETV Bharat / city

ଆଜି ଆସୁଛନ୍ତି ରାଷ୍ଟ୍ରପତି - president ramanath kovinda

ଆଉ କିଛି ସମୟ ପରେ ଓଡ଼ିଶା ମାଟିରେ ପାଦ ରଖିବେ ଭାରତର ମହାମହିମ ରାଷ୍ଟ୍ରପତି । ଦୁଇଦିନିଆ ଗସ୍ତରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସୁଥିବା ବେଳେ ସୁରକ୍ଷା ବ୍ୟବସ୍ଥା ପାଇଁ ବ୍ୟାପକ ପ୍ରସ୍ତୁତି କରିଛି ରାଜ୍ୟ ପୋଲିସ ।

ଫାଇଲ୍ ଫଟୋ
author img

By

Published : Sep 27, 2019, 7:36 AM IST

Updated : Sep 27, 2019, 8:22 AM IST

ଭୁବନେଶ୍ବର: ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆଜି ଓଡିଶା ଆସୁଛନ୍ତି । ଶୁକ୍ରବାର ଠାରୁ ଦୁଇଦିନିଆ ଗସ୍ତରେ ସେ ଆସୁଥିବା ସୂଚନା ରହିଛି । ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ସମୟରେ ପହଞ୍ଚିବେ ରାଷ୍ଟ୍ରପତି।

ଗୋପାଳପୁରସ୍ଥିତ ଗୋଳାବନ୍ଧଠାରେ ଥିବା ଆର୍ମି ଏୟାର ଡିଫେନ୍ସ କଲେଜର ୨୫ ବର୍ଷ ରୌପ୍ୟ ଜୟନ୍ତୀ । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଖୋର୍ଦ୍ଧାସ୍ଥିତ ବରୁଣେଇ ପାଦଦେଶରେ ନିର୍ମାଣ ହେବାକୁ ଥିବା ପାଇକ ଐତିହ୍ୟ ସ୍ଥଳୀର ଭୂମି ପୂଜନ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବାର ସୂଚନା ରହିଛି ।

ମହାମହିମ ରାଷ୍ଟ୍ରପତି ଦୁଇ ଦିନିଆ ଗସ୍ତରେ ଆସୁଥିବା ବେଳେ ରାଜଭବନରେ ରାତ୍ରୀଯାପନ କରିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା । କିନ୍ତୁ ପାଗ ଖରାପ ଥିବା କାରଣରୁ ସୂଚୀରେ କିଛିଟା ପରିବର୍ତ୍ତନ କରାଯାଇଛି । ରାଷ୍ଟ୍ରପତି ଭୁବନେଶ୍ବରରେ ପହଞ୍ଚିବା ପରେ ସିଧାସଳଖ ବ୍ରହ୍ମପୁର ଯାଇ ସେଠାରେ ରାତ୍ରିଯାପନ କରିବେ ବୋଲି ସୂଚନୀ ଦେଇଛନ୍ତି ବ୍ରହ୍ମପୁର ଏସପି । ଗସ୍ତକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡ଼ି କରାଯାଇଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Sep 27, 2019, 8:22 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.