ଭୁବନେଶ୍ବର: ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିଛି ମହାମାରୀ କୋରୋନା । ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟରେ 1337 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ଆଜି(ବୁଧବାର) 28 ଜିଲ୍ଲାରୁ 1337 ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା 39ହଜାର 18କୁ ବୃଦ୍ଧି ପାଇଛି ।
ତେବେ ଆଜି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ 815ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ 522 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେପଟେ ରାଜ୍ୟରେ 24 ହଜାର 482 ଜଣ ଆକ୍ରାନ୍ତ କୋରୋନା ମହାମାରୀକୁ ମାତ ଦେଇ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ 14 ହଜାର 267 ଜଣ ଆକ୍ରାନ୍ତ ଆକ୍ଟିଭ କେସ ସକ୍ରିୟ ରହିଥିବାବେଳେ ରାଜ୍ୟର ବିଭିନ୍ନ କୋଭିଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ