ETV Bharat / city

ଆଜି ଓଡିଆଙ୍କ ପ୍ରିୟ ‘ପଖାଳ ଦିବସ’

ପଖାଳ କଂସା ପ୍ରତିଟି ଓଡିଆଙ୍କ ଭାବନା ସହ ଜଡିତ । ଖରାଦିନରେ ପଖାଳ ଖାଇବାକୁ ପ୍ରାୟ ସମସ୍ତଙ୍କୁ ଭଲ ଲାଗିଥାଏ । ଘରେ ମିଳିମିଶି ଭାଇ ଭଉଣୀଙ୍କ ସହ ପଖାଳ ଖାଇବାର ମଜା ସତେଯେମିତି ଦେଇଥିଏ ଗୋଟିଏ ନିଆରା ଖୁସି । ପଖାଳ ଦି ମୁଠା ଖାଇ ତୋରାଣି ଟିକିଏ ପିଇ ଦେଲେ ଓଡିଆଙ୍କୁ ମିଳିଯାଏ ସାରା ସଂସାରର ଶାନ୍ତି । ଖାଲି ଓଡିଆ ନୁହେଁ ମହାପ୍ରଭୁ ଜଗନ୍ନାଥଙ୍କର ବି ଏହା ଖୁବ ପ୍ରିୟ । ତେବେ ଓଡିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବାକୁ ମାର୍ଚ୍ଚ 20କୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବରେ ପାଳନ କରାଯାଏ । ସମ୍ପୂର୍ଣ୍ଣ ଖବର ପଢନ୍ତୁ...

aa
ଆଜି 'ବିଶ୍ବ ପଖାଳ ଦିବସ'
author img

By

Published : Mar 20, 2020, 9:57 AM IST

ଭୁବନେଶ୍ବର: ପ୍ରତିଟି ଓଡିଆଙ୍କ ପ୍ରିୟ ପଖାଳ ପାଇଁ ଦିନଟିଏ । ଭାତ ଟିକିଏ ଖାଇ ତୋରାଣି ପିଇ ଦେଲେ ପେଟ ଶାନ୍ତି ହୋଇଯାଏ । ଓଡିଆଙ୍କ ଏହି ପାରମ୍ପରିକ ଖାଦ୍ୟକୁ ଲୋକପ୍ରିୟ କରିବା ତଥା ଗ୍ରୀଷ୍ମକୁ ସ୍ବାଗତ କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ 20କୁ ବିଶ୍ବବ୍ୟାପୀ ପଖାଳ ଦିବସ ଭାବରେ ପାଳନ କରାଯାଏ ।

ସାଧାରଣତଃ ବାସି ପଖାଳର ସ୍ବାଦ ସଜ ପଖାଳ ଅପେକ୍ଷା ଟିକିଏ ନିଆରା ଥାଏ। ଘରମାନଙ୍କରେ ପଖାଳ ସାଙ୍ଗକୁ ବଡି ଚୁରା, ଆଳୁ ଭର୍ତ୍ତା, ଶାଗ ଭଜା, ପୀଠଉ ଭଜା, ଚୁନା ମାଛ ଭଜା, ପୋହଳା ମାଛ ଭଜା ଆଦି ବିଭିନ୍ନ ପ୍ରକାରର ଡିସ୍‌ ତିଆରି ହୋଇଥାଏ । ହୋଟେଲ ମାନଙ୍କରେ ମଧ୍ୟ ପଖାଳ ପ୍ରତି ଲୋକଙ୍କ ବଢୁଥିବା ରୁଚିକୁ ଦେଖି ସ୍ବତନ୍ତ୍ର ପ୍ରସ୍ତୁତି ଆଦି ଦେଖିବାକୁ ମିଳେ । ବଡବଡ ହୋଟେଲରେ ପଖାଳ ସହ ଖାଇବାକୁ ନାନାପ୍ରକାରର ଡିସ ସାଙ୍ଗକୁ ବିଭିନ୍ନ ରକମର ପଖାଳ ମିଳିଥାଏ । ସଜ ପଖାଳ, ବାସି ପଖାଳ, ଜିରା ପଖାଳ, ଦହି ପଖାଳ, ଚାଇଁ ପଖାଳ ଇତ୍ୟାଦି । ହେଲେ ଚଳିତ ବର୍ଷ କୋରୋନା ଭୟ ଯୋଗୁଁ ପଖାଳ ଦିବସ ଟିକିଏ ଫିକା ପଡିଯାଇପାରେ ।

ଜଗନ୍ନାଥ ମନ୍ଦିରରେ ପ୍ରସ୍ତୁତ କରାଯାଉଥିବା ଛପନ ଭୋଗ ମଧ୍ୟରେ ବି ଏହା ଅନ୍ତର୍ଭୁକ୍ତ । ଖରାଦିନେ ଦେହରେ ତାପମାତ୍ରା ନିୟନ୍ତ୍ରଣ ରଖିବା ପାଇଁ ତଥା ପେଟ ଗରମ ଓ ଦେହରେ ପାଣି କମିଯିବା ଭଳି ରୋଗର ପ୍ରତିକାର ନିମନ୍ତେ ଏହା ଏକ ଉପାଦେୟ ଖାଦ୍ୟ । ୨୦୧୧ ମସିହାରୁ କିଛି ଓଡ଼ିଆ ଓ ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ଏହି ଦିବସ ପାଳନର ପରିକଳ୍ପନା ହୋଇଥିଲା । ୨୦୧୫ ମସିହାରେ ପ୍ରଥମ କରି ପଖାଳ ଦିବସ ପାଇଁ ଟୁଇଟର ଟ୍ରେଣ୍ଡ ଆରମ୍ଭ ହୋଇଥିଲା । ବର୍ତ୍ତମାନ ବିଶ୍ବର କୋଣ ଅନୁକୋଣରେ ଏହି ଦିବସକୁ ପାଳନ କରିବାକୁ ଅନେକ ଓଡ଼ିଆ ଆଗେଇ ଆସିଲେଣି । ଖାସ କରି ଭୁବନେଶ୍ବରର ବିଭିନ୍ନ ବଡ ବଡ ହୋଟେଲ ମାନଙ୍କରେ ପଖାଳ ଦିବସ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି ହୋଇଥିବା ଦେଖିବାକୁ ମିଳିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.