ETV Bharat / city

ରାଜଧାନୀରେ ‘ମୋ ସାଇକେଲ ଯୋଜନା’ ଫେଲ, ଖତ ଖାଉଛି ଶହ ଶହ ସାଇକେଲ

author img

By

Published : Jun 3, 2021, 9:43 PM IST

ରାଜଧାନୀରେ ଖତ ଖାଉଛି ମୋ ସାଇକେଲ ଯୋଜନା । ଆଜି ବିଶ୍ବ ସାଇକେଲ ଦିବସ । ଅଧିକ ପଢନ୍ତୁ...

ଆଜି ବିଶ୍ବ ସାଇକେଲ ଦିବସ , ଖାତ ଖାଉଛି ବିଏମସିର ମୋ ସାଇକେଲ

ଭୁବନେଶ୍ବର: ଆଜି ହେଉଛି ବିଶ୍ବ ସାଇକେଲ ଦିବସ । ଆଉ ଏହି ଦିବସରେ କିନ୍ତୁ ଖତ ଖାଉଛି ବିଏମସିର ମୋ ସାଇକେଲ । ରକ୍ଷଣାବେକ୍ଷଣ ଅଭାବ ପାଇଁ ସାଇକେଲ ଗୁଡିକ ସହରରେ ଏଣେ ତେଣେ ପଡ଼ିରହିଛି । ଯାହାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜଧାନୀବାସୀ ।

ରାଜଧାନୀରେ ପ୍ରଦୂଷଣ ରୋକିବା ଲକ୍ଷ୍ୟ ନେଇ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ମୋ ସାଇକେଲ ଯୋଜନା । ଏ ନେଇ ବିଏମସି ସହ ଅନୁବନ୍ଧିତ ହୋଇଥିଲେ ୩ ଟି ସାଇକେଲ ଯୋଗାଣ ସଂସ୍ଥା ୟାନା, ୟୁଲୁ ଓ ହେକ୍ସି ଭଳି ଘରୋଇ ସଂସ୍ଥା । ଏମାନଙ୍କୁ ସାଇକେଲ ଯୋଗାଣ, ମରାମତି ଦାୟିତ୍ବ ଦିଆଯାଇଥିଲା । ୩ଟି ଆପ୍ପ ମଧ୍ୟରୁ ଗୋଟିଏ ମଧ୍ୟ ଠିକ ଭାବେ କାମ କରୁନାହିଁ । ଯାହାକୁ ନେଇ ସାଇକେଲ ଚାଳକ ବା ରାଜଧାନୀବାସୀ ନିଜ ସାଇକେଲ ଚଳାଉଛନ୍ତି । କାରଣ କେତେବେଳେ ଏହି ଆପ୍ପ କାମ କରୁଛି ତ କେତେବେଳେ କରୁନି। ସବୁଠାରୁ ବଡ କଥା ହେଲା ପ୍ରାଥମିକ ପର୍ଯ୍ୟାୟରେ ୟୁଲୁ ଓ ୟାନା ପକ୍ଷରୁ ୫୦୦ ଲେଖାଏଁ ଓ ହେକ୍ସି ପକ୍ଷରୁ ଏକ ହଜାର ମୋ ସାଇକେଲ ରାଜଧାନୀ ନିବେଶ କରାଯାଇଥିଲା । ହେଲେ ୬ କୋଟି ବ୍ୟୟ ବରାଦରେ ହୋଇଥିବା ଏହି ମୋ ସାଇକେଲ ଯୋଜନା ଲୋକାଦ୍ରୁତ ନ ହେବା, ସାଇକେଲ ଗୁଡିକ ଏଠି ସେଠି ପଡ଼ିରହି ନଷ୍ଟ ହେବା ଯୋଗୁଁ ସାଇକେଲ ଯୋଗାଇଥିବା ସଂସ୍ଥା ମଧ୍ୟ ଚୁକ୍ତି ତୁଟାଇ ସାରିଥିବା ଜାଣିବାକୁ ମିଳିଛି ।

ସାଇକେଲ ଯୋଗାଣ ଦାୟିତ୍ବରେ ଥିବା ସଂସ୍ଥା ସହ ମାର୍ଚ୍ଚ ୧୧ତାରିଖ ଯାଏଁ ସେବା ଯୋଗାଇବାକୁ ଚୁକ୍ତି ହୋଇଥିଲା । ଚୁକ୍ତି ସରିବା ପରେ ଏବେ ଅକାମି ହୋଇଛି ଆପ୍ପ । ଆଉ କେହିବି ନ ଚଳାଉଥିବା ଯୋଗୁ ଖାଲି ରାସ୍ତାରେ ଏଣେତେଣେ ନୁହେଁ ଏବେବି କି କିଛି ସାଇକେଲ ବିଏମସି ଅଫିସିରେ ପଡ଼ି ରହି ଖତ ଖାଉଛି । ଆଉ ସହରରେ ଯେଉଁ କୋଣରେ ବି ଦେଖିବା ପେଟେଇ ହୋଇ ପଡିଛି ସାଇକେଲ । ଯାହାକୁ ନନେଇ ରାଜଧାନୀବାସୀ ଉଦବେଗ ପ୍ରକାଶ କରିଛନ୍ତି ।

ଅନ୍ୟପଟେ ସାଇକେଲ ଯୋଗାଇବା ପରେ ଚୁକ୍ତି ହୋଇଥିବା ନିର୍ଦ୍ଧାରିତ ଟଙ୍କା ନ ମିଳିବାରୁ ସେବା ବ୍ୟାହତ ହେଉଥିବା ଯୋଗାଣ ସଂସ୍ଥା ଅଭିଯୋଗ କରିଛି । ସେପଟେ ଆଜି ସାଇକେଲ ଦିବସ ହୋଇଥିବାବେଳେ କରୋନା କାଳରେ ଦେହକୁ ସୁସ୍ଥ ରଖିବା ପାଇଁ ଅନେକ ବ୍ୟକ୍ତି ସାଇକେଲ ଚଳାଇ ଫିଟ ରହିଥିବା କହିଛନ୍ତି । ହେଲେ ଏ ନେଇ ବିଏମସି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.